fbpx

ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଲକ୍ଷ୍ନୌରେ ପହଞ୍ଚିଲା ଟିମ ଇଣ୍ଡିଆ: ଫେବୃୟାରୀ ୨୪ରୁ ଆରମ୍ଭ ହେବ ଆଉ ଏକ ଯୁଦ୍ଧ

ଲକ୍ଷେ୍ନø: ଫେବୃୟାରୀ ୨୪ ତାରିଖରୁ ଭାରତ-ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଆରମ୍ଭ ହେବ । ଏଥିପାଇଁ ଆଜି ଲକ୍ଷେ୍ନøରେ ପହଞ୍ଚିଛି ଟିମ ଇଣ୍ଡିଆ । ଏୟାରପୋର୍ଟରୁ କିଛି ଫଟୋ ଏବଂ ଭିଡିଓ ଏବେ ସୋଶଲ ମିଡିଆରେ ଅପଲୋଡ କରାଯାଇଛି । ପ୍ରଶଂସକ ଟ୍ୱିଟରରେ ଏୟାରପୋର୍ଟରେ ଖେଳାଳିଙ୍କ ପହଞ୍ଚିବାର ଦୃଶ୍ୟ ଅପଲୋଡ କରିଛନ୍ତି ।

 

ଲକ୍ଷେ୍ନøର ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଇକାନା ଷ୍ଟାଡିୟମରେ ପ୍ରଥମ ମ୍ୟାଚ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ଏବଂ ତୃତୀୟ ମ୍ୟାଚ ଧର୍ମାଶାଳାରେ ଖେଳାଯିବ । ୨୬ ଏବଂ ୨୭ ତାରିଖରେ ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯିବ ଶେଷ ଦୁଇଟି ଟି-୨୦ ମ୍ୟାଚ । ଏହାପରେ ଉଭୟ ଦଳ ମଧ୍ୟରେ ଟେଷ୍ଟ ସିରିଜ ମଧ୍ୟ ଅନୁଷ୍ଠିତ ହେବ । ଏହି ଟେଷ୍ଟ ବିଷ୍ୱ ଟେଷ୍ଟ ଚମ୍ପିଆସିପର ଏକ ଅଂଶ ରହିବ । ଟେଷ୍ଟ ମ୍ୟାଚର ପ୍ରଥମ ମ୍ୟାଚ ମୋହାଲିରେ ମାର୍ଚ୍ଚ ୪-୮ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚ ବେଙ୍ଗଲୁରୁରେ ୧୨-୧୬ ଖେଳାଯିବ ।

Get real time updates directly on you device, subscribe now.