fbpx

ଭାରତୀୟ କୂଟନୀତିଜ୍ଞଙ୍କୁ କରାଗଲା ବହିଷ୍କାର, କାନାଡ଼ା ସରକାର ନେଲେ ଏପରି ପଦକ୍ଷେପ

Advertisement

ନୂଆଦିଲ୍ଲୀ: ଭାରତୀୟ ସରକାରଙ୍କୁ କାନାଡ଼ା ସରକାର ବହିଷ୍କାର କରିବା କଥା ସାମ୍ନାକୁ ଆସିଛି । ଖାଲିସ୍ତାନୀ ନେତାଙ୍କ ହତ୍ୟା ପଛରେ ଭାରତୀୟ ଏଜେଣ୍ଟଙ୍କ ହାତ ଥିବା ନେଇ ଅଭିଯୋଗ ହୋଇଛି । ଏଥିରେ ଖାଲିସ୍ତାନୀ ନେତା ହରିଦୀପ ସିଂ ନିଜାରଙ୍କ ହତ୍ୟା ପାଇଁ ଦୋଷାରୋପ କରାଯାଇଛି । ଭାରତୀୟ ଏଜେଣ୍ଟଙ୍କ ଭୂମିକା ନେଇ ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କ ଅଭିଯୋଗ ହୋଇଛି । ତେବେ ଟ୍ରୁଡୋଙ୍କ ଅଭିଯୋଗ ନେଇ ଭାରତ ସରକାର ଆଭିମୁଖ୍ୟ ସ୍ପଷ୍ଟ କରି ନାହାନ୍ତି ।କାନାଡ଼ାରେ ଖାଲିସ୍ତାନୀ ନେତାଙ୍କ ଏଭଳି ସକ୍ରିୟ କାର୍ଯ୍ୟକଳାପ ବହୁ ପୂର୍ବରୁ ରହିଆସିଛି । ତେବେ କାନାଡ଼ା ସରକାରଙଯକ ପଦକ୍ଷେପ ପରେ ସ୍ୱିପାକ୍ଷିକ ସଂପର୍କରେ ଅବନ୍ନତି ଘଟିଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଜୁନ୍ ମାସରେ କାନାଡାର ଜଣେ ଖଲିସ୍ତାନୀ ନେତା ହାର୍ଦ୍ଦିକ ସିଂ ନିଜାରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। କାନାଡାର ସୁରେର ଗୁରୁ ନାନକ ଶିଖ ଗୁରୁଦ୍ୱାର ନିକଟରେ ନିଜାରଙ୍କୁ ଦୁଇଜଣ ଅଜ୍ଞାତ ଆକ୍ରମଣକାରୀ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଛି। ଭାରତୀୟ ଏଜେନ୍ସି ଏନଆଇଏ ନିଜରଙ୍କୁ ପଳାତକ ଘୋଷଣା କରିଛି। ନିଜାର ଗୁରୁ ନାନକ ଶିଖ ଗୁରୁଦ୍ୱାରର ସଭାପତି ଥିଲେ ଏବଂ କାନାଡାର ଉଗ୍ରବାଦୀ ସଂଗଠନ ଶିଖ୍ ଫର ଜଷ୍ଟିସ୍ (SFJ) ର ମୁଖ୍ୟ ଚେହେରା ଥିଲେ। ନିଜାର ମଧ୍ୟ ଖାଲିସ୍ତାନ ଟାଇଗର ଫୋର୍ସର ମୁଖ୍ୟ ଥିଲେ।

ବୈଦେଶିକ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସୋମବାର ଅଭିଯୋଗ କରିଛନ୍ତି ଯେ, ନିଜାର ହତ୍ୟା ପଛରେ ଭାରତ ସରକାର ଥାଇପାରେ। ଟ୍ରୁଡୋ କହିଛନ୍ତି ଯେ, କାନାଡାର ସୁରକ୍ଷା ଏଜେନ୍ସିଗୁଡିକ ବିଶ୍ୱାସ କରିବାର କାରଣ ରହିଛି ଯେ, ନିଜାରଙ୍କୁ ଭାରତ ସରକାରଙ୍କ ଏଜେଣ୍ଟମାନେ ହତ୍ୟା କରିଛନ୍ତି। ନିଜାର ହତ୍ୟାରେ ଭାରତୀୟ ଷଡଯନ୍ତ୍ରର ସମ୍ଭାବନାକୁ କାନାଡିୟ ଏଜେନ୍ସି ଅନୁସନ୍ଧାନ କରୁଛି। ଟ୍ରୁଡୋ ଜୋର ଦେଇଛନ୍ତି ଯେ, କାନାଡିୟ ମାଟିରେ କାନାଡା ନାଗରିକଙ୍କ ହତ୍ୟାରେ କୌଣସି ସମ୍ପୃକ୍ତି ଗ୍ରହଣୀୟ ନୁହେଁ।

Get real time updates directly on you device, subscribe now.