fbpx

ବାରବାଟୀରେ ଫଟାଫଟ୍‌ କ୍ରିକେଟ୍‌ର ମଜା ନେବେ ଓଡ଼ିଶାବାସୀ, ଫେବୃଆରୀ ୧୫ରେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ/କଟକ,(ଭାସ୍କର ନ୍ୟୁଜ୍‌): ଆସନ୍ତା ବର୍ଷ ଫେବୃଆରୀ ୧୫ ତାରିଖରେ କଟକ ସ୍ଥିତ ବାରବାଟୀ ଷ୍ଟାଡ଼ିୟମ୍‌ରେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯିବ ଟି-୨୦ କ୍ରିକେଟ୍‌ ମ୍ୟାଚ୍‌ । ଏହାକୁ ନେଇ ରାଜ୍ୟର କ୍ରିକେଟ୍‌ପ୍ରେମୀଙ୍କ ମନରେ ଉତ୍ସାହ ଦେଖା ଦେଇଛି । କାରଣ ଫଟାଫଟ୍‌ କ୍ରିକେଟ୍‌ର ମଜା ନିକଟରୁ ନେଇପାରିବେ ଓଡ଼ିଶାର କ୍ରିକେଟପ୍ରେମୀ । ଦୀର୍ଘ ଦୁଇ ବର୍ଷ ପରେ ପୁଣିଥରେ ଏକ ଅନ୍ତର୍ଜାତୀୟ ମ୍ୟାଚ୍‌ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ବିସିସିଆଇ ପକ୍ଷରୁ ସୋମବାର ଏନେଇ ଘୋଷଣା କରାଯାଇଛି । ଓସିଏ ସମ୍ପାଦକ ସଞ୍ଜୟ ବେହେରା ମଧ୍ୟ ଏନେଇ ସୂଚନା ଦେଇଛନ୍ତି । ଆସନ୍ତା ବର୍ଷ ୱେଷ୍ଟଇଣ୍ଡିଜ୍‌ ଭାରତ ଗସ୍ତରେ ଆସି ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍‌ ଖେଳିବ । ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ବାରବାଟୀରେ ଖେଳାଯିବ । ।

Get real time updates directly on you device, subscribe now.