fbpx

ଏହି ମହିଳା ରଖିଛନ୍ତି ନିଶ : କାରଣ ଜାଣିଲେ ହେଇଯିବେ ଆଶ୍ଚର୍ଯ୍ୟ

Advertisement

ପୁଅମାନେ ଯୁବା ଅବସ୍ଥା ବା (ଟିନ୍ ଏଜ)କୁ ଆସୁ ଆସୁ ସେମାନଙ୍କ ମୁହଁରେ ନିଷ ଦାଢି ଉଠିଥାଏ । ଆଜିକାଲି ଫିଲ୍ମ ଷ୍ଟାରମାନେ ଏହି ନିଶ ଦାଢି ରଖିବାର କ୍ରେଜ୍କୁ ଏତେ ଅଧିକ ବଢାଇ ଦେଇଛନ୍ତି ଯେ ପ୍ରତ୍ୟେକ ପୁଅମାନେ ଏବେ ନିଶ ଦାଢି ରଖିବାକୁ ଚାହୁଁଛନ୍ତି । କିନ୍ତୁ କିଛିି ସମୟରେ ହରମୋନର ଅସନ୍ତୁଳନ କାରଣରୁ କିଛି ପୁଅମାନଙ୍କର ନିଶ ଦାଢି ଉଠି ନଥାଏ । ସେହିପରି ମହିଳାମାନଙ୍କର ହରମନ ବିଗିଡିବା ଦ୍ୱାରା ସେମାନଙ୍କ ମୁହଁରେ ମଧ୍ୟ କେଶ ଆସିଥାଏ । କିନ୍ତୁ ମହିଳାମାନେ କ୍ରିମ୍, ମୋମ ଷ୍ଟ୍ରିପ୍ ,ରେଜର୍ ଏବଂ ପାଲର ଆଦିକୁ ଯାଇ ଏହି କେଶକୁ ଉଠାଇ ଦେଇଥାନ୍ତି ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭାରତରେ ଏମିତି ଜଣେ ମହିଳା ଅଛନ୍ତି ଯାହାଙ୍କ ମୁହଁରେ ନିଶ ଅଛି ଏବଂ ସେ ନିଶ ରଖିବାକୁ ମଧ୍ୟ ଭଲପାଆନ୍ତି । ଏହି ନିଶ ପାଇଁ ଅନେକ ସମୟରେ ଲୋକେ ତାଙ୍କୁ ଥଟ୍ଟା କରୁଥିଲେ ମଧ୍ୟ ସେ ତାଙ୍କର ନିଶ କାଟିନଥିଲେ । ତେବେ ଚାଲନ୍ତୁ ଜାଣିବା ଏହି ମହିଳା ଜଣଙ୍କ କିଏ ? ସେ ନିଶ ରଖିବାର କାରଣ କଣ ?

ନିଶ ରଖିଥିବା ଏହି ମହିଳାଙ୍କ ନାମ ହେଉଛି ସାୟଜା ,ଯିଏକି କେରଳର କନ୍ନୁରରେ ରୁହନ୍ତି । ୩୫ ବର୍ଷର ସାୟଜାଙ୍କୁ ଅନେକ ସମୟରେ ତାଙ୍କ ମୁହଁରେ ଥିବା ନିଶ ପାଇଁ ଉପହାସର ପାତ୍ର ହେବାକୁ ପଡିଛି । କିନ୍ତୁ ସବୁପରେ ମଧ୍ୟ ସେ ନିଶ ରଖିବାକୁ ଦୃଢ ନିଷ୍ପତି ନେଇଥିଲେ । ଏକ ସାକ୍ଷାତକାରରେ ସେ କହିଥିଲେ ଯେ ତାଙ୍କୁ ନିଶ ରଖିବାକୁ ବହୁତ ଭଲ ଲାଗେ ତେଣୁ ସେ ତାଙ୍କର ନିଶ କାଟନ୍ତି ନାହିଁ ।

କେତେକ ମହିଳାଙ୍କ ପରି ସାୟଜାଙ୍କ ମୁହଁରେ ମଧ୍ୟ ଅଧିକ କେଶ ଥିଲା । ଯାହାକୁ ସେ ନିୟମିତ ଭାବରେ ଥ୍ରେଡିଂ କରାଉଥିଲେ । କିନ୍ତୁ ବେଳେବେଳେ ସେ ତାଙ୍କର ଉପର ଓଠ (ଅପର୍ ଲିପ୍ )ର କେଶକୁ ଉଠାବା ଏତେ ଜରୁରୀ ଭାବୁ ନଥିଲେ । ଯାହା ଫଳରେ ପାଖାପାଖି ପାଞ୍ଚବର୍ଷ ପୂର୍ବରୁ ତାଙ୍କ ନିଶ ମୋଟା ହେବାକୁ ଲାଗିଥିଲା । ବର୍ତ୍ତମାନ ସାୟଜା ତାଙ୍କ ନିଶ ବିନା ରହିବାର କଳ୍ପନା ମଧ୍ୟ କରିପାରୁ ନାହାନ୍ତି । ସାୟଜା ସାକ୍ଷାତକାରରେ କହିଥିଲେ ଯେ କରୋନା ମହାମାରୀ ସମୟରେ ତାଙ୍କୁ ମାକ୍ସ ପିନ୍ଧିବାକୁ ଭଲ ଲାଗୁନଥିଲା । କାରଣ ସବୁବେଳେ ମାକ୍ସ ପିନ୍ଧିବା ଦ୍ୱାରା ତାଙ୍କ ନିଶ ଲୁଚି ଯାଉଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନେକ ଲୋକ ତାଙ୍କୁ ନିଶ କଟିଦେବାକୁ କହୁଥିଲେ ମଧ୍ୟ ସେ ନିଶ କାଟି ନଥିଲେ । କାରଣ ତାଙ୍କୁ କେବେ ଲାଗୁନଥିଲା କି ସେ ନିଶ ପାଇଁ ଅସୁନ୍ଦର ଲାଗୁଛନ୍ତି । ସାୟଜାଙ୍କୁ ଏହି ନିଶ ପାଇଁ ତାଙ୍କ ପରିବାର ଓ ତାଙ୍କ ଝିଅ ସପୋର୍ଟ କରିବା ସହ ଏହା ମଧ୍ୟ କୁହନ୍ତି ଯେ ସାୟଜାଙ୍କୁ ନିଶ ଭଲ ମାନିଥାଏ । ତେବେ ଅନେକ ସମୟରେ ସାୟଜା ନିଜ ନିଶ ପାଇଁ ଲୋକନିନ୍ଦା ମଧ୍ୟ ସହିଛନ୍ତି । କିନ୍ତୁ ତାଙ୍କୁ ଲୋକଙ୍କର କୌଣସି କଥା ଫରକ ପଡେ ନାହିଁ ବୋଲି ସାକ୍ଷାତକାରରେ କହିଛନ୍ତି ।

ଏହି କାରଣ ପାଇଁ ସାୟଜା କାଟିବାକୁ ଚାହୁଁନାହାନ୍ତି ନିଶ : ସାୟଜା ସାକ୍ଷାତକାର(ଇଣ୍ଟରଭିୟୁ)ରେ କହିଛନ୍ତି ତାଙ୍କର ଏପର୍ଯ୍ୟନ୍ତ ମୋଟ ୬ ଟି ଅପରେସନ୍ ହେଇସାରିଛି । ଗତ କିଛି ବର୍ଷ ତଳେ ସ୍ତନ (ବ୍ରେଷ୍ଟ)ରେ ଗେଟା ହେବା କାରଣରୁ ତାଙ୍କର ଅପରେସନ୍ ହୋଇଥିଲା । ଏହାପରେ ତାଙ୍କ ଗର୍ଭାଶୟରେ ହୋଇଥିବା ଅଲସର୍ ପାଇଁ ମଧ୍ୟ ଅପରେସନ ହୋଇଥିଲା । ତେବେ ଏତେ ସବୁ ଅପରେସନ୍ ପରେ ସେ ଚିନ୍ତା କରିଲେ ଯେ ତାଙ୍କୁ ଏମିତି ଜୀବନ ବଞ୍ଚିବାର ଅଛି ଯାହା ତାଙ୍କୁ ଖୁସି ଦେବ । ସେବେଠାରୁ ସାୟଜା ନିଶ ରଖିବାକୁ ଇଚ୍ଛା କରିଲେ ଏବଂ ବର୍ତ୍ତମାନ ସେ ତାଙ୍କ ନିଶ ସହିତ ବେଶ୍ ଖୁସି ଅଛନ୍ତି ।

Get real time updates directly on you device, subscribe now.