fbpx

ତୀରନ୍ଦାଜରେ ଇତିହାସ ରଚିଲା ଭାରତ: ବିଶ୍ୱକପରେ ହ୍ୟାଟ୍ରିକ୍ ସ୍ୱର୍ଣ୍ଣ ପଦକ ହାସଲ କଲା ମହିଳା ଟିମ୍

ନୂଆଦିଲ୍ଲୀ: ତୀରନ୍ଦାଜରେ ଇତିହାସ ରଚିଛି ଭାରତ । ଭାରତୀୟ କମ୍ପାଉଣ୍ଡ ମହିଳା ତୀରନ୍ଦାଜ ଟିମ୍ ବିଶ୍ୱକପରେ ହ୍ୟାଟ୍ରିକ୍ ସ୍ୱର୍ଣ୍ଣପଦକ ହାସଲ କରିଛି । ଜ୍ୟୋତି ସୁରେଖା ଭେନମ, ଅଦିତୀ ସ୍ୱାମୀ ଓ ପରନୀତି କୌର କ୍ରମାଗତ ୩ଟି ତୀରନ୍ଦାଜ ବିଶ୍ୱକପରେ ସ୍ୱର୍ଣ୍ଣପଦକ ଜିତି ଏକ ବିରଳ ରେକର୍ଡ ହାସଲ କରିଛନ୍ତି । ତୁର୍କୀର ଅନ୍ତଲ୍ୟା ଠାରେ ଅନୁଷ୍ଠିତ ହୋଇଥିବା ଫାଇନାଲରେ ପ୍ରତିପକ୍ଷ ଇଷ୍ଟୋନିଆର ଲିସେଲ ଜାଟମା, ମେରୀ-ମାରିତା ପାସ ଓ ମାରିସ ଟେଟକମ୍ୟାନଙ୍କୁ ୨୩୨-୨୨୯ରେ ଏକତରଫ ଭାବେ ପରାସ୍ତ କରି ଭାରତ ଏହି ସ୍ୱର୍ଣ୍ଣ ପଦକ ହାସଲ କରିଛି ।

ଏହା ପୂର୍ବରୁ ଶଙ୍ଘାଈ ଓ ୟେଚିଓନ ଠାରେ ଆୟୋଜିତ ହୋଇଥିବା ଗତ ସଂସ୍କରଣରେ ମଧ୍ୟ ଭାରତୀୟ ତୀରନ୍ଦାଜ ମହିଳା ଟିମ୍ ସ୍ୱର୍ଣ୍ଣ ପଦକ ଜିତିଥିଲା । ସେହିପରି ତୀରନ୍ଦାଜ ବିଶ୍ୱକପର ଷ୍ଟେଜ-୩ର ଫାଇନାଲରେ ମଧ୍ୟ ସ୍ୱର୍ଣ୍ଣପଦକ ଜିତିଥିଲା । ଭାରତୀୟ ମହିଳା ଟିମ୍ ୬ଷ୍ଠ ରାଙ୍କିଂ ପ୍ରାପ୍ତ ଇଷ୍ଟୋନିଆକୁ ହରାଇ ତୀରନ୍ଦାଜ ବିଶ୍ୱକପ ୨୦୨୪ରେ ସ୍ୱର୍ଣ୍ଣ ପଦକ ଜିତିଛି । ଏପରି ଭାବେ ଭାରତ ତୀରନ୍ଦାଜ ବିଶ୍ୱକପରେ ହ୍ୟାଟ୍ରିକ୍ ସ୍ୱର୍ଣ୍ଣ ପଦକ ଜିତିଛି ।

Get real time updates directly on you device, subscribe now.