ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ଭାରତୀୟ ମହିଳା ହକି ଦଳ FIH ପ୍ରୋ ହକି ଲିଗର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚରେ ଜବରଦସ୍ତ ଆରମ୍ଭ କରିଛି। ଦ୍ୱିତୀୟ ଲେଗର ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆ ଆମେରିକାକୁ ୪-୨ରେ ପରାସ୍ତ କରିଛି। ଆମେରିକା ପାଇଁ ଡାନିଏଲ୍ ଗ୍ରେଗା ୨୮ ମିନିଟରେ ଏକ ଫିଲ୍ଡ ଗୋଲ୍ ସ୍କୋର କରି ତାଙ୍କ ଦଳକୁ ଅଗ୍ରଣୀ କରାଇଥିଲେ କିନ୍ତୁ ଦୀପ ଗ୍ରେସ୍ ଏକ୍କା (୩୧ ତମ), ନବନିତି କୌର (୩୨ ତମ) ଏବଂ ସୋନିକା (୪୦ ତମ) ଅର୍ଥାତ୍୧୦ ମିନିଟ ମଧ୍ୟରେ ଭାରତ ତିନୋଟି ଗୋଲ୍ ସ୍କୋର କରିଥିଲା। ଏଥିପାଇଁ,ଭାରତ ଶୀଘ୍ର ୩-୧ ଅଗ୍ରଣୀ ନେଇଥିଲେ।
୪୫ ମିନିଟରେ ନାଟାଲୀ କୋନ୍ରାଥଙ୍କ ପେନାଲ୍ଟି କର୍ଣ୍ଣର ସହ ଆମେରିକା ଭାରତର ଅଗ୍ରଣୀକୁ ସୀମିତ ରଖିଥିଲା। କିନ୍ତୁ ୫୦ ମିନିଟରେ ବନ୍ଦନା କାଟାରିଆ ଆଉ ଏକ ଗୋଲ ଦେଇଥିଲେ। ଯାହା ଭାରତର ଅଗ୍ରଣୀକୁ ୪-୨ରେ ନେଇଥିଲେ, ଏବଂ ନିର୍ଣ୍ଣାୟକ ସ୍କୋର ବୋଲି ପ୍ରମାଣିତ ହୋଇଥିଲା। ୧୬ ଟି ମ୍ୟାଚରେ ୪୨ ପଏଣ୍ଟ ସହ ଆର୍ଜେଣ୍ଟିନା ଦଳ ଟାଇଟଲ ଜିତି ସାରିଛି। ଏହି ଟୁର୍ନାମେଣ୍ଟରେ ଡେବ୍ୟୁ କରିଥିବା ଭାରତୀୟ ଦଳ ୧୩ ଟି ମ୍ୟାଚରୁ ୨୭ ପଏଣ୍ଟ ସହ ତୃତୀୟ ସ୍ଥାନରେ ଚାଲିଛି।
ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ ଜୁଲାଇ ୧ରୁ ୧୭ ପର୍ଯ୍ୟନ୍ତ ନେଦରଲାଣ୍ଡ ଓ ସେନ୍ରେ ଅନୁଷ୍ଠିତ ହେବ। ଏହି ସମ୍ମାନଜନକ ପ୍ରତିଯୋଗିତା ପାଇଁ ମଙ୍ଗଳବାର ୧୮ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି। ଗୋଲକିପର ସବିତା ପୁନିଆ ଅଧିନାୟିକା ଏବଂ ଓଡ଼ିଶା ଡିଫେଣ୍ଡର ଦୀପ୍ଗ୍ରେସ୍ ଏକ୍କା ଉପ-ଅଧିନାୟିକା ମନୋନୀତ ହୋଇଛନ୍ତି।
ଭାରତ ଗ୍ରୁପ୍ ବି’ରେ ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଚାଇନା ସହିତ ସ୍ଥାନ ପାଇଛି। ଭାରତୀୟ ଦଳ ଏହାର ପ୍ରଥମ ମ୍ୟାଚ ଜୁଲାଇ ୩ରେ ଇଂଲଣ୍ଡ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ଟୋକିଓ ଅଲିମ୍ପିକ୍ସର ବ୍ରୋଞ୍ଜ ମେଡାଲ ମ୍ୟାଚରେ ଭାରତ ଅଳ୍ପକେ ଇଂଲଣ୍ଡଠାରୁ ପରାଜିତ ହୋଇଥିଲା। ଏବେ ଏହାର ମଧୁର ପ୍ରତିଶୋଧ ନେବା ସୁଯୋଗ ଆସିଛି।
ଭାରତୀୟ ଦଳ ଗୋଲକିପର: ସବିତା ପୁନିଆ (ଅଧ୍ଵନାୟିକା), ବିବୁ ଦେବୀ ଖାରିବାମ୍। ଡିଫେଣ୍ଡର: ଦୀପ୍ ଗ୍ରେସ୍ ଏକ୍କା (ଉପ-ଅଧୁନାୟିକା), ଗୁରଜିତ କୌର, ନିକ୍କି ପ୍ରଧାନ, ଉଦିତା। ମିଡ୍ଫିଲ୍ଡର: ନିଶା, ସୁଶିଳା ଚାନୁ ମୁଖରମବାମ, ମୋନିକା, ନେହା, ଜ୍ୟୋତି, ନବଜୋତ କୌର, ସୋନିକା, ସାଲିମା ଟେଟେ। ଫରୱାର୍ଡ: ବନ୍ଦନା କାଟରିୟା, ଲାଲରେମସିଆମି, ନବନୀତ କୌର, ଶର୍ମିଳା ଦେବୀ ରିପ୍ଲେସମେଣ୍ଟ ଖେଳାଳି: ଅକ୍ଷତା ଆବାସୋ ଧେକାଲେ, ସଙ୍ଗିତା କୁମାରୀ।