fbpx

ଭାରତର ଏହି ଭୟାବହତା ସ୍ଥିତି ସମସ୍ତଙ୍କ ପାଇଁ ଏକ ସତର୍କ ଘଣ୍ଟି: UNICEF

ନୂଆ ଦିଲ୍ଲୀ, ୦୫/୦୫: ଭାରତରେ କୋଭିଡ-୧୯ର ଭୟାନକ ସ୍ଥିତି ଆମ ସମସ୍ତଙ୍କ ପାଇଁ ଏକ ଚେତାବନୀ ଏବଂ ଏହାର ପ୍ରତିଧ୍ୱନି, ଭାଇରସ ସମ୍ବନ୍ଧୀୟ ମୃତ୍ୟୁ, ଭାଇରସରେ ପରିବର୍ତ୍ତନ ଏବଂ ସ୍ୱାସ୍ଥ୍ୟ ସେବା ଯୋଗାଣରେ ବିଳମ୍ବର ସନ୍ଦର୍ଭ ସେପର୍ଯ୍ୟନ୍ତ ରହିବ ଯେ ପର୍ଯ୍ୟନ୍ତ ବିଶ୍ୱ ଏହି ଦେଶର ସାହାଯ୍ୟ ପାଇଁ ପଦକ୍ଷେପ ନେବ ନାହିଁ । କିଛି ଏଭଳି କହିଛନ୍ତି ୟୁନିସେଫ ପ୍ରମୁଖ ।
ୟୁନିସେଫ ଭାରତକୁ ୨୦ ଲକ୍ଷ କୋଭିସିଲଡ ଏବଂ ୨ ଲକ୍ଷ ମାସ୍କ ସହିତ ଜରୁରୀ ଜୀବନରକ୍ଷକ ସାମଗ୍ରୀ ଯୋଗାଇଛି । ସଂସ୍ଥାର କାର୍ଯ୍ୟକାରୀ ନିର୍ଦ୍ଦେଶକ ହେନରିଟା ଫୋର କହିଛନ୍ତି, “ ଭାରତର ଏହି ଭୟାବହତା ସ୍ଥିତି ଆମ ସମସ୍ତଙ୍କ ପାଇଁ ଏକ ସତର୍କ ଘଣ୍ଟି” । ସେ ଆହୁରି ମଧ୍ୟ କହିଛନ୍ତି, “ଯେ ପର୍ଯ୍ୟନ୍ତ ବିଶ୍ୱ ଭାରତର ସାହାଯ୍ୟ ପାଇଁ ପଦକ୍ଷେପ ନ’ନେବ, ସେ ଯର୍ଯ୍ୟନ୍ତ ଭାଇରସ ସମ୍ବନ୍ଧୀୟ ମୃତ୍ୟୁ, ଭାଇରସରେ ପରିବର୍ତ୍ତନ ଏବଂ ଯୋଗାଣରେ ବିଳମ୍ବର ପ୍ରତିଧ୍ୱନି ସାରା ଦେଶ ଏବଂ ବିଶ୍ୱରେ ଶୁଣିବାକୁ ମିଳିବ ।”
କରୋନା ଭାଇରସ ଦେଶରେ ଏହାର ଭୟାବହତା ଜାରି ରଖିଛି । ଦେଶର ଦ୍ୱିତୀୟ ଥର ପାଇଁ ଗୋଟିଏ ଦିନରେ ୪ ଲକ୍ଷରୁ ଅଧିକ କରୋନା କେସ ସାମ୍ନାକୁ ଆସୁଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟାରେ ୪,୧୨,୨୬୨ମାମଲା ସାମ୍ନାକୁ ଆସିଛି ଏବଂ ୩୯୮୦ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ୩,୨୯,୧୧୩ ଲୋକଙ୍କର କରୋନରୁ ଠିକ ହୋଇଛନ୍ତି । ଏହା ପୂର୍ବରୁ ଦେଶରେ ଏପ୍ରିଲ ୩୦ରେ ୧,୦୧,୯୯୩ ମାମଲା ସାମ୍ନାକୁ ଆସିଥିଲା । ବିଶ୍ୱରେ କରୋନା ସଂକ୍ରମିତଙ୍କ ୪୦ % କେବଳ ଭାରତରେ ରହିଛନ୍ତି ।

Get real time updates directly on you device, subscribe now.