fbpx

ଭାରତର GDP ଅଭିବୃଦ୍ଧି ଚୀନ୍ ଠାରୁ ଆଗରେ ରହିବ, IMF ରିପୋର୍ଟ

ନୂଆଦିଲ୍ଲୀ: ବିଶ୍ୱ ଅର୍ଥବ୍ୟବସ୍ଥାରେ ଭାରତର ଦବଦବା ଆଗାମୀ ସମୟରେ ଜାରି ରହିବ । ଏନେଇ ଆନ୍ତର୍ଜାତୀୟ ମୁଦ୍ରା କୋଷ(IMF) ଏକ ରିପୋର୍ଟରେ ପ୍ରକାଶ କରିଛି । ଉକ୍ତ ରିପୋର୍ଟ ଅନୁଯାୟୀ ଭାରତର ଆର୍ଥିକ ଅଭିବୃଦ୍ଧି ହାର ୭ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଉଛି । ଏହା ଏପ୍ରିଲରେ ଆନୁମାନିକ ୬.୮% ତୁଳନାରେ ଅଧିକ । ଚଳିତ ବର୍ଷ IMF ଚୀନ ପାଇଁ ଏହାର ଅଭିବୃଦ୍ଧି ପୁର୍ବାନୁମାନକୁ ୫.୦% ବୃଦ୍ଧି କରିଛି । ଚଳିତ ବର୍ଷ ଏପ୍ରିଲରେ ଏହା ୪.୬% ଥିବା ବେଳେ ୨୦୨୩ରେ ୫.୨% ଥିଲା । ଏହି ଭଳି ଭାରତର GDP ଅଭିବୃଦ୍ଧି ଚୀନ୍ ଠାରୁ ଆଗରେ ରହିବ । ଏହା ସହ ଭାରତ ବିଶ୍ୱର ଦୃତ ଅଭିବୃଦ୍ଧିଶୀଳ ଅର୍ଥନୀତି ହୋଇ ରହିବ ।

ଚଳିତ ବର୍ଷ ଚୀନ, ଭାରତ ଏବଂ ୟୁରୋପ ମାମଲାରେ IMF ଏହାର ଆର୍ଥିକ ଦୃଷ୍ଟିକୋଣରେ ସୁଧାର ଆଣିଛି । ସେହିପରି ଆମେରିକା ଏବଂ ଜାପାନ କ୍ଷେତ୍ରରେ ଏହି ଆକଳନ ସାମାନ୍ୟ ହ୍ରାସ ପାଇଛି । ଏହାର କାରଣ ହେଉଛି ବିମାନ ଯାତ୍ରା ଠାରୁ ଆରମ୍ଭ କରି ରେଷ୍ଟୁରାଣ୍ଟ ସେବା ମହଙ୍ଗା ହେବା । ଚଳିତ ବର୍ଷ ବିଶ୍ୱର ଅର୍ଥନୀତି ୩.୨% ବୃଦ୍ଧି ହେବା ନେଇ IMF ଆଶା କରୁଛି ବୋଲି ମଙ୍ଗଳବାର କହିଥିଲା । ଭାରତରେ ଆର୍ଥିକ ଅଭିବୃଦ୍ଧି ଦୃତ ଗତିରେ ବୃଦ୍ଧି ହେବାର କାରଣ ଗ୍ରାମାଞ୍ଚଳରେ ଶକ୍ତିଶାଳୀ ଉପଭୋକ୍ତା ଖର୍ଚ୍ଚ(strong consumer spending) । ଚଳିତ ବର୍ଷ ଆମେରିକାରେ ଅଭିବୃଦ୍ଧି ହାର ଆକଳନ ୨.୬ ପ୍ରତିଶତକୁ ହ୍ରାସ ପାଇଥିବା ବେଳେ ଏପ୍ରିଲରେ ଏହା ୨.୭ ପ୍ରତିଶତ ହେବ ବୋଲି ଆଶା କରାଯାଉଥିଲା । ସେହିଭଳି ଜାପାନ ପାଇଁ ଆର୍ଥିକ ଅଭିବୃଦ୍ଧି ପୂର୍ବାନୁମାନ ୦.୯ ପ୍ରତିଶତରୁ ୦.୭ ପ୍ରତିଶତକୁ ହ୍ରାସ ପାଇଛି । ୟୁରୋ ପାଣ୍ଠି ୨୦ଟି ଦେଶ ପାଇଁ ୨୦୨୪ ଅଭିବୃଦ୍ଧି ପୂର୍ବାନୁମାନକୁ ୦.୯ ପ୍ରତିଶତ ବୃଦ୍ଧି କରଛି ।

Get real time updates directly on you device, subscribe now.