BGT ପରେ ଅବସର ନେଲେ ଭାରତର ଷ୍ଟାର କ୍ରିକେଟର: ସୋସିଆଲ ମିଡିଆରେ କଲେ ସନ୍ନ୍ୟାସ ଘୋଷଣା
ଅଶ୍ୱୀନଙ୍କ ପରେ କ୍ରିକେଟରୁ ବିଦାୟ ନେଲେ ଭାରତର ଷ୍ଟାର କ୍ରିକେଟର; ଅଚାନକ କଲେ ଅବସର ଘୋଷଣା
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫି ପରାଜୟ ପରେ ଭାରତର ସିନିୟର ଖେଳାଳିଙ୍କ ଅବସର ନେଇ ଚର୍ଚ୍ଚା ଜୋର ଧରିଛି । ଏହା ଭିତରେ ଜଣେ ଷ୍ଟାର ଖେଳାଳି କ୍ରିକେଟରୁ ବିଦାୟ ନେଇଛନ୍ତି ।
ମ୍ୟାଚ ପରେ ଅଚାନକ ନିଜ ଅବସର ନେଇ ଘୋଷଣା କରିଛନ୍ତି ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର । ଅଶ୍ୱୀନଙ୍କ ପରେ ଆଉ ଜଣେ ଭାରତୀୟ ଖେଳାଳି କ୍ରିକେଟ ଜଗତରୁ ବିଦାୟ ନେଇ ଘୋଷଣା କରିଛନ୍ତି ।
ରିଷି ଧୱନଙ୍କ ଅବସର: ଟିମ ଇଣ୍ଡିଆରୁ ରୋହିତ ଏବଂ ବିରାଟଙ୍କ ଅବସର ନେଇ ଚର୍ଚ୍ଚା ହେଉଥିବା ବେଳେ ଷ୍ଟାର ଅଲରାଉଣ୍ଡର ରିଷି ଧୱନ କ୍ରିକେଟରୁ ବିଦାୟ ନେଇଛନ୍ତି । ସୋସିଆଲ ମିଡିଆରେ ସୀମିତ ଓଭର କ୍ରିକେଟରୁ ଅବସର ନେଇ ଘୋଷଣା କରିଛନ୍ତି ରିଷି ଧୱନ ।
ଲିମିଟେଡ ଓଭରରୁ ସନ୍ନ୍ୟାସ: ହିମାଚଳ ପ୍ରଦେଶ କ୍ରିକେଟ ଦଳର ଅଧିନାୟକ ତଥା ଭାରତର ପୂର୍ବ ଅଲରାଉଣ୍ଡର ରିଷି ଧୱନ ନିଜ ଅବସର ଘୋଷଣା କରିଛନ୍ତି । ସୀମିତ ଓଭର କ୍ରିକେଟରୁ ବିଦାୟ ନେଇଥିଲେ ମଧ୍ୟ ଘରୋଇ କ୍ରିକେଟ ଖେଳିବେ ଧୱନ । ବିଜୟ ହଜାରେ ଟ୍ରଫି, ସୟଦ ମୁସ୍ତାକ ଅଲୀ ଟ୍ରଫି ଏବଂ ଆଇପିଏଲ ଭଳି ଟୁର୍ଣ୍ଣାମେଣ୍ଟରେ ସେ ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି ।
ମ୍ୟାଚ୍ ପରେ ଅବସର ଘୋଷଣା: ଧୱନଙ୍କ ନେତୃତ୍ୱରେ ହିମାଚଳ ପ୍ରଦେଶ ଆନ୍ଧ୍ରପ୍ରଦେଶକୁ ୮ ୱିକେଟରେ ପରାସ୍ତ କରିଛି। ଏହି ବିଜୟରେ ଧୱନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଚମ୍ପିଆନ୍ ହେବା ପରେ ସୀମିତ ଓଭର କ୍ରିକେଟରୁ ଅବସର ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି ରିଷି ଧୱନ ।
View this post on Instagram
ଧୱନଙ୍କ କ୍ୟାରିୟର: ଟିମ୍ ଇଣ୍ଡିଆ ସହିତ ଧୱନଙ୍କ ଅନ୍ତର୍ଜାତୀୟ କ୍ୟାରିଅର୍ ବେଶୀ ଦିନ ରହିଲା ନାହିଁ । ସେ ୨୦୧୫ ରେ ଟିମ୍ ଇଣ୍ଡିଆ ପାଇଁ ଦିନିକିଆ ଏବଂ ଟି-୨୦ ଫର୍ମାଟରେ ଡେବ୍ୟୁ କରିଥିଲେ । ଜାନୁଆରୀ ୨୦୧୬ ରେ, ଅଷ୍ଟ୍ରେଲିଆ ଗସ୍ତରେ ସେ ୩ ଟି ଦିନିକିଆ ମ୍ୟାଚ୍ ଖେଳିଥିଲେ, ଯେଉଁଥିରେ ସେ ମାତ୍ର ୧୨ ରନ୍ ସ୍କୋର କରି ୧ ୱିକେଟ୍ ପାଇଥିଲେ।
ସେହି ବର୍ଷ ଜିମ୍ବାୱେ ବିପକ୍ଷରେ ସେ ତାଙ୍କର ଏକମାତ୍ର ଟି -୨୦ ଇଣ୍ଟରନ୍ୟାସନାଲ ଖେଳିଥିଲେ । ଏଥିରେ ସେ ୧ ରନ୍ କରିବା ସହ ୧ ୱିକେଟ୍ ନେଇଥିଲେ। ତେବେ ଲିଷ୍ଟ-ଏ କ୍ୟାରିୟରରେ ଧାୱନ ୧୩୪ ଟି ମ୍ୟାଚରେ ୨୯୦୬ ରନ୍ ଏବଂ ୧୮୬ ୱିକେଟ୍ ସ୍କୋର କରିଥିବାବେଳେ ୧୩୫ ଟି -୨୦ ମ୍ୟାଚ୍ ରେ ସେ ୧୭୪୦ ରନ୍ ସଂଗ୍ରହ କରିଥିଲେ ଏବଂ ୧୧୮ ୱିକେଟ୍ ମଧ୍ୟ ନେଇଥିଲେ।