fbpx

INDIGOର ବଡ ଘୋଷଣା: ବିମାନବନ୍ଦରରେ ନଷ୍ଟ ହେବନି ଆପଣଙ୍କ ସମୟ, ସୁରକ୍ଷିତ ଭାବରେ ଘରେ ପହଞ୍ଚିବ…..

ନୂଆଦିଲ୍ଲୀ: ବିମାନ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କ ପାଇଁ ଖୁସି ଖବର । ଏଣିକି ବିମାନ ବନ୍ଦରରେ ଯାତ୍ରୀଙ୍କ ସମୟ ନଷ୍ଟ ହେବ ନାହିଁ । ଏ ନେଇ ବିମାନ ଚଳାଚଳ କମ୍ପାନୀ ଇଣ୍ଡିଗୋ ପକ୍ଷରୁ ଏକ ଅଫର ଲଞ୍ଚ କରାଯାଇଛି । ବିମାନ କମ୍ପାନୀ ପକ୍ଷରୁ ଏକ ସ୍ୱତନ୍ତ୍ର ସେବା ଲଞ୍ଚ କରାଯାଇଛି ଯେଉଁଥିଲେ ଯାତ୍ରୀଙ୍କ ସମସ୍ତ ସାମଗ୍ରୀ ଯାଇ ତାଙ୍କ ଘରେ ପହଞ୍ଚିଯିବ । ଭାରତରେ ପ୍ରଥମ ଥର ପାଇଁ ଏଭଳି ଏକ ଅଫର ଲଞ୍ଚ କରିଛି ଇଣ୍ଡିଗୋ ।

ପ୍ରଥମତଃ ଯାତ୍ରା ପୂର୍ବରୁ ସାମଗ୍ରୀର ଓଜନ, ପୋର୍ଟର ଖର୍ଚ୍ଚ, କନଭେୟର ବେଲ୍ଟ ପାଖରେ ଅପେକ୍ଷା ଏଭଳି ଏକାଧିକ ସମସ୍ୟା ଦେଖା ଦେଇଥାଏ । ତେବେ ଇଣ୍ଡିଗୋର ଏହି ଅଫର ଅନୁଯାୟୀ ଆପଣଙ୍କ ଘରୁ ଜିନିଷ ବିମାନ ବନ୍ଦର ଯାଏଁ କିମ୍ବା ବିମାନ ବନ୍ଦରରୁ ଆପଣଙ୍କ ଘର ଯାଏଁ ପହଞ୍ଚାଇବ କମ୍ପାନୀ । ଏଥିପାଇଁ କମ୍ପାନୀ ଆପଣଙ୍କ ନିକଟରୁ ଅଳ୍ପ ପଇସା ମଧ୍ୟ ନେଇଥାଏ । ପ୍ରାରମ୍ଭିକ ଭାବରେ ଏହି ସେବା ଅଳ୍ପ କିଛି ସହରରେ ଆରମ୍ଭ କରାଯାଇଛି । ମାତ୍ର ୪ଟି ସହର ବେଙ୍ଗାଲୁରୁ, ଦିଲ୍ଲୀ, ହାଇଦ୍ରାବାଦ ଓ ମୁମ୍ବାଇରେ ଏହି ସେବା ଆରମ୍ଭ କରାଯାଇଛି । ମାତ୍ର ୩୨୫ ଟଙ୍କାରେ ଏହି ୪ ସହରରେ ଆପଣ ଏହି ସେବାର ଲାଭ ଉଠାଇ ପାରିବେ । ୬-ଇବ୍ୟାଗ ପୋର୍ଟ ନାମରେ ଏହି ସେବା ଆରମ୍ଭ କରାଯାଇଥିବା ବେଳେ କାର୍ଟର ପୋର୍ଟର କମ୍ପାନୀ ସହିତ ଏ ନେଇ ଚୁକ୍ତି କରିଛି ଇଣ୍ଡିଗୋ ।

Get real time updates directly on you device, subscribe now.