fbpx

ଜୋରଦାର ଭୂକମ୍ପ ଝଟକାରେ କମ୍ପିଲା ଇଣ୍ଡୋନେସିଆ, ଜାଣନ୍ତୁ କେତେ ଥିଲା ତୀବ୍ରତା ?

ଜାକର୍ତ୍ତା: ଇଣ୍ଡୋନେସିଆର ପୂର୍ବ ଜାଭା ପ୍ରଦେଶରେ ଶୁକ୍ରବାର ଦିନ ୬.୦ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଝଟକା ଲାଗିଛି । ଦେଶର ଜିଓଫିଜିକ୍ସ ଏଜେନ୍ସି ଏହା କହିଛି ।

ଜିନହୁଆ ନ୍ୟୁଜ୍ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ଜାକର୍ତ୍ତା ସମୟ ସକାଳ ୧୧.୨୨ ସମୟରେ ସମୁଦ୍ର ତଳେ ଏହି ଭୂକମ୍ପ ଝଟକା ଲାଗିଛି ।

ଏହାର କେନ୍ଦ୍ର ଟ୍ୟୁବାନ୍ ରେଜେନ୍ସିର ୧୩୨ କିଲୋମିଟର ଉତ୍ତର-ପୂର୍ବରେ ଏବଂ ୧୦ କିଲୋମିଟର ଗଭୀରରେ ଥିଲା ।

ଏଜେନ୍ସି କୌଣସି ସୁନାମି ଚେତାବନୀ ଦେଇନାହିଁ । ଇଣ୍ଡୋନେସିଆ ଏକ ଦ୍ୱୀପସମୂହ ଦେଶ, ଯାହା ଜ୍ୱଳାମୁଖୀ ଓ ଭୂକମ୍ପର ଏକ ଟେକ୍ଟୋନିକ୍ ବେଲ୍ଟ, Pacific Ring of Fireରେ ରହିଛି । ଏଠାରେ ସର୍ବଦା ଭୂକମ୍ପ ହେବାର ଆଶଙ୍କା ରହିଥାଏ ।

Get real time updates directly on you device, subscribe now.