fbpx

ପୁଣି ମହଙ୍ଗା ମାଡ଼: ଅମୁଲ-ମଦର ଡାଏରୀ ପରେ ବଢ଼ିଲା ଏହି କ୍ଷୀରର ମୂଲ୍ୟ, ଜାଣନ୍ତୁ କେତେ

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କୁ ପୁଣିଥରେ ଲାଗିଛି ମହଙ୍ଗା ଝଟକା । ଅମୁଲ ଏବଂ ମଦର ଡାଏରୀ ପରେ ବର୍ତ୍ତମାନ ପରାଗ ମଧ୍ୟ ଦୁଗ୍ଧ ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି  । ପରାଗ ଉଭୟ ପରାଗ ଗୋଲ୍ଡ ଏବଂ ପରାଗ ଟୋଣ୍ଡର ମୂଲ୍ୟ ଲିଟର ପିଛା ୨-୨ ଟଙ୍କା ବୃଦ୍ଧି କରିଛି ।

ଏହି ବୃଦ୍ଧି ପରେ ପରାଗ ଗୋଲ୍ଡର ଏକ ଲିଟର କ୍ଷୀର ବର୍ତ୍ତମାନ ୬୬ ଟଙ୍କା ବଦଳରେ ୬୮ ଟଙ୍କାରେ ଏବଂ ପରାଗ ଟୋଣ୍ଡ ବର୍ତ୍ତମାନ ୫୪ ଟଙ୍କା ବଦଳରେ ୫୬ ଲିଟରରେ ଉପଲବ୍ଧ ହେବ । କମ୍ପାନୀ ଦ୍ୱାରା ବୃଦ୍ଧି ହୋଇଥିବା ମୂଲ୍ୟ ୧୪ ଜୁନ୍ ୨୦୨୪ ଅର୍ଥାତ୍ ଶୁକ୍ରବାର ସନ୍ଧ୍ୟା ଠାରୁ କାର୍ଯ୍ୟକାରୀ ହେବ  ।

ଏଥି ସହିତ ପରାଗ ଗୋଲ୍ଡ ଏବଂ ପରାଗ ଟୋଣ୍ଡର ଅଧା ଲିଟର ମୂଲ୍ୟ ପ୍ରତ୍ୟେକରେ ୧ ଟଙ୍କା ବୃଦ୍ଧି ପାଇଛି । ଏହି ବୃଦ୍ଧି ପରେ ବର୍ତ୍ତମାନ ଅଧା ଲିଟର ପରାଗ ଗୋଲ୍ଡ ୩୦ ଟଙ୍କା ବଦଳରେ ୩୧ ଟଙ୍କାରେ ଉପଲବ୍ଧ ହେବ  । ଅଧା ଲିଟର ପରାଗ ଟୋଣ୍ଡ ବର୍ତ୍ତମାନ ୨୭ ଟଙ୍କା ବଦଳରେ ୨୮ ଟଙ୍କାରେ ଉପଲବ୍ଧ ହେବ  ।

Get real time updates directly on you device, subscribe now.