ପିପିଲି ଦାଣ୍ଡମୁକୁନ୍ଦପୁର ବାଇପାସ ରାସ୍ତାରେ ପଡିଛି କ୍ଷତାକ୍ତ ମୃତଦେହ

ପିପିଲି: ପିପିଲି ଦାଣ୍ଡମୁକୁନ୍ଦପୁର ବାଇପାସ ରାସ୍ତାରେ ପଡିଛି କ୍ଷତାକ୍ତ ମୃତଦେହ। ଖଣ୍ଡିଆଦଣ୍ଡା ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ପିପିଲି ବାଇପାସରେ ଦେଖିବାକୁ ମିଳିଛି ଏକ କ୍ଷତାକ୍ତ ମୃତଦେହ। ଏସବୁ କିଏ କରିଛି, କାହିଁକି କରିଛି ତାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।

ରାସ୍ତା ମଝିରେ ମୃତଦେହ ପଡ଼ିଥିବାରୁ ଲୋକଙ୍କ ଭିତରେ ଆତଙ୍କ ଖେଳିଯାଇଛି। ଏହାକୁ ନେଇ ଏବେ ପୋଲିସ ଛାନଭିନ ଆରମ୍ଭ କରିଛି।