fbpx

ଭରତପୁର ଜଙ୍ଗଲରେ ଆହତ ଦନ୍ତାର ମୃତ୍ୟୁ, ବନବିଭାଗ ତରଫରୁ ତଦନ୍ତ ଜାରି

ଭୁବନେଶ୍ୱର: ଭରତପୁର ଜଙ୍ଗଲରେ ଆଖିବୁଜିଲା ଆହତ ଦନ୍ତା । ସୂଚନାରୁ ପ୍ରକାଶ ଖୋର୍ଦ୍ଧା ଅଞ୍ଚଳରୁ ଦନ୍ତା ହାତୀଟି ଅସୁସ୍ଥ ହୋଇଥିଲା । ଏହା ପରେ ଦନ୍ତାକୁ ଭରତପୁର ଜଙ୍ଗଲକୁ ଅଣାଯାଇଥିଲା । କିଛି ଦିନ ପୂର୍ବରୁ ହାତୀଟି ଶିକାରୀଙ୍କ ଦ୍ୱାରା ରଖାଯାଇଥିବା ବିସ୍ଫୋରକ ପଦାର୍ଥ ଖାଇଥିବା ଅନୁମାନ କରାଯାଉଛି । ଫଳରେ ପାଟିରେ ବିସ୍ଫୋରକ ପଦାର୍ଥ ଫୁଟିଯାଇଥିଲା । ଏହା ପରେ ଜଙ୍ଗଲରେ ପାଟ୍ରୋଲିଂ କୁଥିବା ବନବିଭାଗ କର୍ମଚାରୀ ଦନ୍ତାକୁ ଗୁରୁତର ଅବସ୍ଥାରେ ଦେଖିଥିଲେ । ପରେ ଦନ୍ତାର ଚିକିତ୍ସା ପାଇଁ ପ୍ରୟାସ ଆରମ୍ଭ କରାଯାଇଥିଲା । ଓୟୁଏଟି ଓ ନନ୍ଦନକାନନ ଟିମ୍ ଅସୁସ୍ଥ ଦନ୍ତାର ଚିକିତ୍ସା କରୁଥିଲେ । ହେଲେ ସେଥିରେ ସଫଳ ହୋଇନଥିଲା ବନ ବିଭାଗ । ଶେଷରେ ସେମବାର ବିଳମ୍ବିତତ ରାତିରେ ଭରତପୁର ଜଙ୍ଗଲରେ ଅସୁସ୍ଥ ଦନ୍ତାର ମୃତ୍ୟୁ ହୋଇଥିଲା । ତେବେ ୧୫ ଦିନ ତଳେ ଦନ୍ତାଟି ବାଣ ବିସ୍ଫୋରଣର ଶିକାର ହୋଇଥିବା ଅନୁମାନ କରାଯାଉଛି । ଏହି ବିସ୍ଫୋରଣ କାରଣରୁ ତେବେ କିଏ ଓ କାହିଁକି ଏପରି କରିଛି ଏହାର ତଦନ୍ତ ଚାଲିଛି । ପୋଷ୍ଟମର୍ଟମ ରିପୋର୍ଟ ପରେ ମୃତ୍ୟୁର କାରଣ ଜଣା ପଡ଼ିବ ବୋଲି ଚନ୍ଦକା ଡିଏଫ୍‌ଓ ସୂଚନା ଦେଇଛନ୍ତି ।

 

Get real time updates directly on you device, subscribe now.