fbpx

ଶ୍ରୀଲଙ୍କାରେ ପହଞ୍ଚିଲା ଭାରତୀୟ ନୌସେନା ଜାହାଜ ରଣବିଜୟ, ୩ ଦିନିଆ ସଦଭାବନା ଯାତ୍ରା ଆରମ୍ଭ

ନୂଆଦିଲ୍ଳୀ, ୧୫/୦୪: ଶ୍ରୀଲଙ୍କା ଏବଂ ଭାରତ ମଧ୍ୟରେ ସାମୁଦ୍ରିକ ସୁରକ୍ଷା ସହଯୋଗ ବିକଶିତ କରିବା ପ୍ରୟାସ ନିମନ୍ତେ ଭାରତୀୟ ନୌସେନାର ଜାହାଜ ଆଇଏନଏସ ରଣବିଜୟ ତିନି ଦିନିଆ ସଦଭାବନା ଯାତ୍ରା ପାଇଁ ବୁଧବାର ଶ୍ରୀଲଙ୍କା ପହଞ୍ଚିଛି । ଭାରତୀୟ ହାଇକମିସନ କହିଛି ଭାରତୀୟ ନୌସେନାର ଜାହାଜ, ସିଂହଳ ଏବଂ ତାମିଲ ନବବର୍ଷ ‘ଅବୁରୁଦୁ’ର ଶୁଭ ଅବସରରେ ଶ୍ରୀଲଙ୍କାର ଲୋକମାନଙ୍କ ପାଇଁ ଏକତା ଏବଂ ସଦଭାବନା ବାର୍ତ୍ତା ନେଇ କଲମ୍ବୋ ଆସିଛି ।

ହାଇକମିସନ କହିଛି, ‘ଭାରତ ଏବଂ ଶ୍ରୀଲଙ୍କା ରକ୍ଷା ଏବଂ ସୁରକ୍ଷା କ୍ଷେତ୍ରରେ ପାରମ୍ପରିକ ଭାବରେ ସହଯୋଗ କରିଥାନ୍ତି । ଭାରତ ଏବଂ ଶ୍ରାଲଙ୍କାର ନୌସେନା ପରୀକ୍ଷଣ ଏବଂ କ୍ଷମତା ନିର୍ମାଣ ପରସ୍ପରକୁ ଲାଭପ୍ରଦ ସହଯୋଗର ଆଦାନ ପ୍ରଦାନ କରିଥାନ୍ତି । ଏହି ଯାତ୍ରା ଦୁଇ ପଡୋଶୀ ଦେଶ ମଧ୍ୟରେ ସୁରକ୍ଷା ସହଯୋଗକୁ ପ୍ରଶୟ ଦେବା ଦିଗରେ ସହଯୋଗ କରିବ ।

ଆଇଏନଏସ ରଣବିଜୟ ହେଉଛି ଏକ ବୁଡାଜାହଜ ଭେଦି ଯୁଦ୍ଧଜାହାଜ, ଯାହା ନିର୍ଦ୍ଦେଶିତ ମିଶାଇଲ ବିନାଶକ ବହନ କରିବାରେ ସକ୍ଷମ ଅଟେ । ‘କଲମ୍ବୋ ଗେଜେଟ’ର ଖବର ଅନୁସାରେ ଜାହାଜ କ୍ୟାପ୍ଟେନ ନାରାୟଣନ ହରିହରନଙ୍କ ନିର୍ଦ୍ଦେଶରେ ରହିଛି ।

ଭାରତ ଶ୍ରୀଲଙ୍କା ଚୁକ୍ତି ଅନୁସାରେ ଭାରତୀୟ ଶାନ୍ତି ରକ୍ଷା ବଳ (IPKF) ୧୯୮୭ ରୁ ୧୯୯୦ ମଧ୍ୟରେ ଶ୍ରୀଲଙ୍କାର ଉତ୍ତର ଏବଂ ପୂର୍ବ କ୍ଷେତ୍ରରେ ଯୁଦ୍ଧଗ୍ରସ୍ତ ସେବା ଯୋଗାଇଥିଲେ ।

Get real time updates directly on you device, subscribe now.