fbpx

ଅନିଦ୍ରତା, ମୁଣ୍ଡବିନ୍ଧା ହୋଇପାରେ ‘କ୍ରୋନିକ୍ ଫେଟିଗ୍ ସିଣ୍ଡ୍ରୋମ୍‌’ର ଲକ୍ଷଣ, ଜାଣନ୍ତୁ ଏହାର କାରଣ ଏବଂ ନିରାକରଣ

ଓଡ଼ିଶା ଭାସ୍କର: ବୃତ୍ତିଗତ ହେଉ କିମ୍ବା ବ୍ୟକ୍ତିଗତ ଜୀବନ, କାର୍ଯ୍ୟ ଏବଂ ଷ୍ଟ୍ରେସ୍ ପାଇଁ ଥକାପଣ ଅନୁଭବ ହୋଇଥାଏ । ଏହି ଥକାପଣକୁ ଦୂର କରିବା ପାଇଁ ପର୍ଯ୍ୟାପ୍ତ ନିଦ୍ରା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହା ଦ୍ୱାରା ଶରୀରର ଥକାପଣ ଦୂର ହୋଇଥାଏ ଏବଂ ଆମେ ଫୁର୍ତ୍ତି ଅନୁଭବ କରିଥାଉ । କିନ୍ତୁ ବେଳେ ବେଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆରାମ କରିବା ପରେ ମଧ୍ୟ ଥକାପଣ ଦୂର ହୋଇନଥାଏ । ଏହା ଆମ ଦୈନନ୍ଦିନ କାର୍ଯ୍ୟକୁ ପ୍ରଭାବିତ କରିଥାଏ । ତେବେ ଏହା କୌଣସି ଛୋଟ ସମସ୍ୟା ନୁହେଁ । ଏହା ହେଉଛି ‘କ୍ରୋନିକ୍ ଫେଟିଗ୍ ସିଣ୍ଡ୍ରୋମ୍‌’(Chronic Fatigue Syndrome)ର ଲକ୍ଷଣ ।

କ୍ରୋନିକ୍ ଫେଟିଗ୍ ସିଣ୍ଡ୍ରୋମ୍ କ’ଣ ?

ଯେତେବେଳେ ଜଣେ ଦୈନନ୍ଦିନ ଜୀବନରେ ଅତ୍ୟାଧିକ ଥକାପଣ ଅନୁଭବ କରିଥାନ୍ତି । ଏହା ସହ ନିଦ୍ରାହୀନତା, ଯନ୍ତ୍ରଣା, ଚାପ ଯୋଗଁ ଦୈନନ୍ଦିନ ଜୀବନ ପ୍ରଭାବିତ ହୋଇଥାଏ ତେବେ ଏହି ରୋଗକୁ ‘କ୍ରୋନିକ୍ ଫେଟିଗ୍ ସିଣ୍ଡ୍ରୋମ୍‌’ କୁହାଯାଏ । ଏହି ରୋଗକୁ myalgic encephalomyelitis ମଧ୍ୟ କୁହାଯାଏ । ଯେକୌଣସି ବୟସରେ ଉଭୟ ପୁରୁଷ ଏବଂ ମହିଳାଙ୍କ କ୍ଷେତ୍ରରେ ଏହି ରୋଗ ଦେଖାଦେଇଥାଏ । କିନ୍ତୁ ବିଶେଷକରି ୨୦ରୁ ୪୦ ବର୍ଷ ବୟସର ମହିଳାମାନେ ଅଧିକ ପ୍ରଭାବିତ ହୋଇଥାନ୍ତି ।

‘କ୍ରୋନିକ୍ ଫେଟିଗ୍ ସିଣ୍ଡ୍ରୋମ୍‌’ର ଲକ୍ଷଣ:

– ବିଚାର କରିବା କ୍ଷମତା ପ୍ରଭାବିତ ହୋଇଥାଏ
– ସ୍ମୃତିଶକ୍ତି ହ୍ରାସ ହୋଇଥାଏ
– ମୁଣ୍ଡ ବିନ୍ଧା ସହ ମାଂସପେଶୀ ଏବଂ ଗଣ୍ଠି ଯନ୍ତ୍ରଣା
– ଦିନରେ ନିଦ ଆସିବା
– ଅଧିକ ଝାଳ ବୋହିବା
– ଭୋକ କମ୍ ଲାଗିବା
– ଚିଡ଼ଚିଡ଼ାପଣ
– ଗଳାରେ ଯନ୍ତ୍ରଣା
– କାର୍ଯ୍ୟରେ ମନ ନ ଲାଗିବା

‘କ୍ରୋନିକ୍ ଫେଟିଗ୍ ସିଣ୍ଡ୍ରୋମ୍‌’ର କାରଣ:

– ହର୍ମୋନାଲ ପରିବର୍ତ୍ତନ
– ଉଚ୍ଚ ରକ୍ତଚାପ
– ସବୁବେଳେ ଚାପଗ୍ରସ୍ତ ଏବଂ ଡିପ୍ରେସନରେ ରହିବା
– ସଂକ୍ରମଣ
– ଅନିୟମିତ ଖାଦ୍ୟପେୟ
– ନିଦ୍ରା ସମୟରେ ଅସନ୍ତୁଳନ

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ ଏହି ସବୁ ସମସ୍ୟାକୁ ଏଡ଼ାଇବା ପାଇଁ ଦୈନନ୍ଦିନ ଜୀବନରେ କିଛି ପରିବର୍ତ୍ତନ ଆବଶ୍ୟକ ହୋଇଥାଏ । ନଚେତ୍ ଏହା ଉଭୟ ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥାଏ । ତେବେ ଏହି ‘କ୍ରୋନିକ୍ ଫେଟିଗ୍ ସିଣ୍ଡ୍ରୋମ୍‌’ରୁ ଦୂରେଇ ରହିବା ପାଇଁ କିଛି ଦିଗ ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ

– ସୁସ୍ଥ ଜୀବନଶୈଳୀ ଅପଣାଇବା ସହ ନିୟମିତ ବ୍ୟାୟାମ, ଯୋଗାଭ୍ୟାସ, ମେଡିଟେସନ୍ କରିବା ଉଚିତ
– ସନ୍ତୁଳିତ ଆହାର ସେବନ କରନ୍ତୁ ବିଶେଷ କରି ଭିଟାମିନ୍ ‘ଡି’
– ଛୋଟ ଛୋଟ କଥାରେ ଷ୍ଟ୍ରେସ୍ ନିଅନ୍ତୁ ନାହିଁ
– କାଫେନ୍‌, ନିକୋଟିନ୍ ଏବଂ ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ
– ଅଧିକ ୱାର୍କଆଉଟ୍ କରନ୍ତୁ ନାହିଁ
– ଅଧିକ ମାତ୍ରାରେ ଜଳର ସେବନ କରନ୍ତୁ

Get real time updates directly on you device, subscribe now.