ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଇନଟାକ୍ ଆବାହକ, କହିଲେ ୧୦୦ ମିଟର ପରିଧି ଭିତରେ ଖନନ ହେଲେ ପଡ଼ିବ ପ୍ରଭାବ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ରାଜନୀତି ଲାଗି ରହିଥିବାବେଳେ । ଶନିବାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଇନଟାକ୍  ଓଡ଼ିଶା ଚ୍ୟାପ୍ଟର ଆବାହକ ଏବି ତ୍ରିପାଠୀ। ଶ୍ରୀମନ୍ଦିର ୧୦୦ ମିଟର ପରିଧି ମଧ୍ୟରେ ନିର୍ମାଣ କାର୍ଯ୍ୟ ହେଲେ ମେଘନାଦ ପାଚେରୀ ଉପରେ ପ୍ରଭାବ ପଡ଼ିବ । ମେଘନାଦ ପାଚେରୀକୁ ଲାଗି ଖନନ ହେଉଥିବାରୁ ଏହାର ପ୍ରଭାବ ରହିବ ବୋଲି ଏଏସଆଇ ଇମ୍ପାକ୍ଟ ରିପୋର୍ଟ ରେ କହିଛି ବୋଲି କହିଛନ୍ତି ଇନଟାକ ଓଡ଼ିଶା ଚାପ୍ଟର ଆବାହକ ଏବି ତ୍ରିପାଠୀ ।

ଚିଠିରେ ସେ କହିଛନ୍ତି ଯେ ପ୍ରକଳ୍ପ ଆରମ୍ଭରୁ ଆମସର ଆକ୍ଟର ଉଲଂଘନ ହୋଇଛି । ଏଏସଆଇ ମଧ୍ୟ କିଛି କହିଲେନି। ତାହାର ଫାଇଦା ରାଜ୍ୟ ସରକାର ନେଲେ। ଗଜପତି ମହାରାଜ ବି ସମର୍ଥନ କଲେ। ଏହା ପରେ ପୁରୀ କାର୍ଯ୍ୟ ଆରମ୍ଭ ହୋଇଛି। ଏହାକୁ ବର୍ତ୍ତମାନ ବନ୍ଦ କରାଯାଇ ପାରିବ ନାହିଁ। ପରିକ୍ରମା ପ୍ରକଳ୍ପ ରେ ୧୦୦ ମିଟର ମଧ୍ୟରେ ଶୌଚାଳୟ କରି ପାରିବେ ବୋଲି ଏଏସଆଇ ଡିଜି କହିଛନ୍ତି । କିନ୍ତୁ  ରିସେପସନ ସେଣ୍ଟର ଓ ଅନ୍ୟ ସୁବିଧା ପାଇଁ ନିର୍ମାଣ କରିପାରିବେନି । ଏହା ଶ୍ରୀମନ୍ଦିର ପ୍ରତି ବିପଦ।

ସେ ଆହୁରି କହିଛନ୍ତି ୯ ତାରିଖରେ ହାଇକୋର୍ଟ ଏଏସଆଇକୁ ଆଉ ଏକ ରିପୋର୍ଟ ମାଗିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଅପିଲ କରିଛି  ଯେ ଏଏସଆଇ ପରବର୍ତ୍ତୀ ରିପୋର୍ଟ ଦେବା ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ରଖାଯାଉ, କାରଣ ଏଏସଆଇ ୧୦୦ ମିଟର ପରିସର ମଧ୍ୟରେ କେବଳ ଶୌଚାଳୟ ପାଇଁ ଅନୁମତି ଦେବ। ଏଭଳି ସ୍ଥିତିରେ ଜଗନ୍ନାଥ ଏବେ ବିବାଦକୁ ଆସିଥିବାରୁ ରାଜ୍ୟବାସୀ ଚିନ୍ତିତ ଅଛନ୍ତି ।  ଜଣେ ଐତିହ୍ୟ ପ୍ରେମୀ ଭାବେ  ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପର୍ୟ୍ୟନ୍ତ ମୁଖ୍ୟମନ୍ତ୍ରୀ ନିର୍ମାଣ ବନ୍ଦ ରଖନ୍ତୁ ବୋଲି ଅପିଲ କରିଛି। ଆମସର ଆକ୍ଟ ପରିସର ମଧ୍ୟରେ ଯାହା କରିବା କଥା କରନ୍ତୁ ବୋଲି କହିଛନ୍ତି ଏବି ତ୍ରିପାଠୀ ।