fbpx
BSKY SKY
BSKY SKY

ରାଜ୍ୟରେ ଘନ କୁହୁଡ଼ି ପାଇଁ ୧୧ ଜିଲ୍ଲାକୁ ଆଲର୍ଟ ଜାରି

BSKY

ଭୁବନେଶ୍ୱର: ରାଜ୍ୟରେ ଶୀତର ଲହରୀ ଜାରି ରହିଥିବା ବେଳେ କୁହୁଡ଼ି କାରଣରୁ ଜନଜୀବନ ଅସ୍ୟବ୍ୟସ୍ତ ହୋଇପଡ଼ିଛି । ଏହା ସହ ବିଭିନ୍ନ ସ୍ଥାନରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାଜ୍ୟର କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଳାହାଣ୍ଡି, ବଲାଙ୍ଗିର, ସୋନପୁର, ଗଞ୍ଜାମ, ବୌଦ୍ଧ, କଟକ, ଢ଼େଙ୍କାନାଳ, ଅନୁଗୁଳ ୧୧ଟି ଜିଲ୍ଲାଗୁଡ଼ିକୁ ଘନ କୁହୁଡ଼ି ପାଇଁ ସତର୍କତା ଜାରି କରାଯାଇଛି । ଏହା ସହ ରାଜ୍ୟରେ ଆସନ୍ତା ୨୫ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂବ ାର୍ନୁମାନ କରାଯାଇଛି । ଏହା ସହ ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ ଘନ କୁହୁଡ଼ି ଦୃଶ୍ୟମାନ ହେବ । ଏବେ ଫସଳ ଅମଳ ଚାଲିଥିବାରୁ ବର୍ଷା ଯୋଗୁଁ ଅମଳ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖା ଦେଇଛି ।

 

Get real time updates directly on you device, subscribe now.