fbpx

ଆଜି ଅନ୍ତର୍ଜାତୀୟ ବିୟର ଦିବସ: ଜାଣନ୍ତୁ କାହିଁକି ପାଳନ ହୁଏ, ଏହାର ଫାଇଦା ଓ କ୍ଷତି

ଅଗଷ୍ଟ ମାସରେ ଅନେକ ପର୍ବ, ଦେଶଭକ୍ତି ସହିତ ଜଡିତ ଦିନ, ଯନ୍ତ୍ରଣାଦାୟକ ଘଟଣା ଏବଂ ବନ୍ଧୁଙ୍କ ସହ ଜଡିତ କିଛି ଖାସ୍ ଦିବସ ରହିଛି । ପ୍ରତିବର୍ଷ ଅଗଷ୍ଟ ପ୍ରଥମ ରବିବାରରେ ବନ୍ଧୁତ୍ୱ ଦିବସ ପାଳନ କରାଯାଏ । ସେହିପରି ଅଗଷ୍ଟ ମାସର ପ୍ରଥମ ଶୁକ୍ରବାର ଦିନ ଅନ୍ତର୍ଜାତୀୟ ବିୟର ଦିବସ ପାଳନ କରାଯାଏ । କିଛି ଲୋକ ନିଜ ସାଙ୍ଗମାନଙ୍କ ସହିତ ଚା ପିଇବାକୁ ପସନ୍ଦ କରନ୍ତି ତ ଆଉ କିଛି ବିୟର ପସନ୍ଦ କରନ୍ତି । ଏହି ଦିବସକୁ ବି ଧୁମଧାମରେ ପାଳନ କରାଯାଏ । ତେବେ ଆସନ୍ତୁ ଜାଣିବା ଏହି ଦିବସଟି କିପରି ଆରମ୍ଭ ହେଲା ଏବଂ କାହିଁକି ପାଳନ କରାଯାଏ ।

ଆମେରିକାର କାଲିଫର୍ନିଆର ସାଣ୍ଟା କ୍ରୁଜରେ ଏକ ସ୍ଥାନୀୟ ଇଭେଣ୍ଟରୁ ବିୟର ଡେ’ର ଶୁଭାରମ୍ଭ ହୋଇଥିଲା । ପୂର୍ବରୁ ଏହା କେବଳ ସ୍ଥାନୀୟ ସ୍ତରରେ ପାଳନ କରାଯାଉଥିଲା । କିନ୍ତୁ ଧୀରେ ଧୀରେ ତାଙ୍କର ପରିଚୟ ବଢ଼ିଲା ଓ ଏହା ଅନ୍ତର୍ଜାତୀୟ ଇଭେଣ୍ଟ ହୋଇଗଲା । ବର୍ତ୍ତମାନ ଏହି ଦିବସଟି ପ୍ରାୟ ୨୦୭ ସହର, ୬ ମହାଦ୍ୱୀପ ଏବଂ ୫୦ ଟି ଦେଶରେ ପାଳନ କରାଯାଉଛି । ଏହାପୂର୍ବରୁ ଏହି ଦିବସଟି ୫ ଅଗଷ୍ଟରେ ପାଳନ କରାଯାଉଥିଲା । ୨୦୦୭ ରୁ ୨୦୧୨ ପର୍ଯ୍ୟନ୍ତ, ଏହା ୫ ଅଗଷ୍ଟରେ ପାଳନ କରାଯାଉଥିଲା । ୨୦୧୨ ରେ ତାରିଖ ପରିବର୍ତ୍ତନ ବିଷୟରେ ଆଲୋଚନା ହୋଇଥିଲା ଓ ଏହାକୁ ୬ ଅଗଷ୍ଟରେ ସ୍ଥିର କରାଯାଇଥିଲା । ସେବେଠାରୁ ୬ ଅଗଷ୍ଟରେ ଅନ୍ତର୍ଜାତୀୟ ବିୟର ଦିବସ ପାଳନ କରାଯାଉଛି ।

 

 

ତେବେ ଆସନ୍ତୁ ଜାଣି ବିୟର କତେ ପ୍ରକାର ଅଛି-

ଆଲେ, ମାଲ୍ଟ, ଲାଗର, ଷ୍ଟାଉଟ୍, ଅମ୍ବର, ବ୍ଲୋଣ୍ଡେ, ହ୍ୱିଟ୍, ବ୍ରାଉନ, ଡାର୍କ ଓ ଷ୍ଟ୍ରଙ୍ଗ । ଏଗୁଡ଼ିକ ହେଉଛି କିଛି ପ୍ରକାରର ବିୟର ଯାହା ଭିନ୍ନ ଭାବରେ ତିଆରି ହୋଇଥାଏ । କିନ୍ତୁ ପିଇବାର କିଛି ଲାଭ ଥିବା ବେଳେ କ୍ଷତି ବି ରହିଛି । ଆସନ୍ତୁ ଜାଣିବା….

ବିୟରର ଲାଭ ।

ଯଦି ଆପଣ ସୀମିତ ପରିମାଣରେ ବିୟର ପିଅନ୍ତି ତେବେ ଏହାର ଅନେକ ଲାଭ ଅଛି ।

– ଏହାର ସେବନ ଦ୍ୱାରା ଏନର୍ଜୀ(ଶକ୍ତି) ରହିଥାଏ ।

–  ଅନିଦ୍ରାର ସମସ୍ୟା ଦୂର ହୁଏ ।

– କ୍ୟାନ୍ସର ରୋଗ ହେବାର ଆଶଙ୍କା କମିଯାଏ ।

– କେଶ ପାଇଁ ଅତ୍ୟନ୍ତ ଲାଭଦାୟକ ।

– ଏହା ଭିଟାମିନ୍ ବି ର ଉତ୍ସ ।
– ବିୟର ପିଇବା ଦ୍ୱାରା ଚର୍ମରେ ଚମକ ଆସିଥାଏ ।

ବିୟରର ପିଇବାର କ୍ଷତି
– ଅଧିକ ପିଇବା ମୋଟାପଣର କାରଣ ହୋଇଥାଏ ।

– ଲିଭର ପ୍ରତି ଅଧିକ ବିପଦରେ ଥାଏ ।

– ବିୟର ପିଇବା ଦ୍ୱାରା ହଜମ ପ୍ରକ୍ରିୟା ଖରାପ ହୋଇଥାଏ ।

– କ୍ୟାନ୍ସର, ଷ୍ଟ୍ରୋକ୍ ଏବଂ ଲିଭର ସମସ୍ୟା ବୃଦ୍ଧି ପାଇଥାଏ ।

– ମଧୁମେହ ହେବାର ଆଶଙ୍କା ବଢ଼ିଯାଇଥାଏ ।

Get real time updates directly on you device, subscribe now.