fbpx

ଆଉ ୨ ଦିନ ବନ୍ଦ ରହିବ ଇଣ୍ଟରନେଟ୍ ସେବା, ସମ୍ବେଦନଶୀଳ ସ୍ଥାନ ଉପରେ ପୋଲିସର ନଜର

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ହନୁମାନ ଜୟନ୍ତୀ ଉପଲକ୍ଷେ ଗତ ବୁଧବାର ଦିନ ବାଇକ୍ ଶୋଭାଯାତ୍ରା ସମୟରେ ହୋଇଥିବା ଗଣ୍ଡଗୋଳ ଯୋଗୁଁ ସହରରେ ଆଇନ୍ ଶୃଙ୍ଖଳାକୁ କଡାକଡି କରାଯାଇଛି । ଏହାରି ମଧ୍ୟରେ ସମ୍ବଲପୁରଟ୍ୱେନ୍ଦ ଥିବା ଇଣ୍ଟରନେଟ୍ ସେବା ଅବଧି ପୁଣି ବଢ଼ିଛି । ଆଉ ୨ ଦିନ ପାଇଁ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଛି । ଆସନ୍ତା ୧୭ ତାରିଖ ଦିନ ୧୦ଟା ଯାଏଁ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଥିବା ଜଣାପଡିଛି । ଇଣ୍ଟରନେଟ ସେବା ବନ୍ଦ ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

ଅନ୍ୟପଟେ ଜିଲ୍ଲାରେ ଗତ ରାତି ୧୨ଟାରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ୧୪୪ ଧାରା ଜାରି କରାଯାଇଛି । ପରିସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ଏହା ଅବ୍ୟାହତ ରହିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ କହିଛନ୍ତି । ତେବେ ସାଧାରଣ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସକାଳ ୮ଟାରୁ ୧୦ଟା ଏବଂ ଅପରାହ୍ନ ୩ଟା ୩୦ରୁ ସନ୍ଧ୍ୟା ୫ଟା ୩୦ ମିନିଟ୍ ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯିବ ।

ଜିଲ୍ଲାରେ ଗତକାଲି ୧୧ଟାରୁ ଆଜି ୧୧ଟା ପର୍ଯ୍ୟନ୍ତ ୪୮ ଘଣ୍ଟା ଧରି ଇଣ୍ଟରନେଟ୍ ସେବା ବନ୍ଦ ରହିବା ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା । । ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତରେ ଶାନ୍ତି କମିଟି ବୈଠକ ଆୟୋଜିତ ହୋଇଛି । ପୋଲିସ୍ ସିସିଟିଭି ଓ ଡ୍ରୋନ୍ ଜରିଆରେ ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ଉପରେ ଦୃଷ୍ଟି ରଖିଛି ।

Get real time updates directly on you device, subscribe now.