fbpx

ପ୍ରଥମ ଥର ପାଇଁ SIPରେ ନିବେଶ କରୁଛନ୍ତି କି ? କରନ୍ତୁ ନାହିଁ ଏହି ଭୁଲ

ଓଡ଼ିଶା ଭାସ୍କର: ବର୍ତ୍ତମାନ SIPକୁ ନେଇ ନିବେଶକଙ୍କ ମଧ୍ୟରେ ଏକ ପ୍ରକାର କ୍ରେଜ୍ ଦେଖାଦେଇଛି । SIP ନିବେଶକଙ୍କ ପ୍ରଥମ ପସନ୍ଦ ପାଲଟିଛି । ଚଳିତ ବର୍ଷ ଫେବୃଆରୀର ଝଓଚ ରେକର୍ଡ଼ ସଂଖ୍ୟା ଜାନୁଆରୀରୁ ଅଧିକ ଅଟେ । ଏହାକୁ ନେଇ ନିବେଶକମାନେ ବେଶ ଉତ୍ସାହିତ ଅଛନ୍ତି । କହିରଖୁଛୁ ଫେବୃଆରୀରେ SIPରେ ୧୯, ୧୮୬.୫୮ କୋଟି ଟଙ୍କା ନିବେଶ ହୋଇଥିଲା ଯାହା ଜାନୁଆରୀରେ ହୋଇଥିବା ନିବେଶ ୧୮, ୮୩୮.୩୩ କୋଟିରୁ ଉଦ୍ଧ୍ୱର୍ ଅଟେ । ଫେବୃଆରୀରେ SIP ଖାତା ସଂଖ୍ୟା ୮୨୦.୧୭ ଲକ୍ଷର ହାଇ ଲେଭେଲରେ ପହଞ୍ଚିଥିବା ବେଳେ ପଞ୍ଜିକରଣ ସଂଖ୍ୟା ୪୯.୭୯ ଲକ୍ଷରେ ସ୍ଥିର ରହିଛି । ଯଦି ଆପଣ SIPରେ ନିବେଶ କରିବା ପାଇଁ ପ୍ଲାନ୍ କରୁଛନ୍ତି ତେବେ ଏହା ପୂର୍ବରୁ କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ।
୧. ବିନା ରିସର୍ଚ୍ଚ ଏବଂ ପରାମର୍ଶରେ SIPରେ ନିବେଶ କରନ୍ତୁ ନାହିଁ । ଏହା ଆପଣଙ୍କ ପାଇଁ ରିସ୍କି ହୋଇପାରେ । ଷ୍ଟକ୍ ମାର୍କେଟ, ନିବେଶରେ ଲାଭ କ୍ଷତି, ନିବେଶ କମ୍ପାନୀ, ମାର୍କେଟ ରିସ୍କ ଇତ୍ୟାଦି ଦିଗ ବିଷୟରେ ପ୍ରଥମେ ଭଲ ଭାବେ ରିସର୍ଚ୍ଚ କରନ୍ତୁ ।

୨. Mutual Fundsରେ ନିବେଶ ବୃଦ୍ଧି ପାଇଥିଲେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ । କୌଣସି SIPର ଅଧିକା ରିଟର୍ଣ୍ଣ ଦେଖି ଲୋଭ କରନ୍ତୁ ନାହିଁ । କାରଣ ବେଳେ ବେଳେ ଭଲ ରିଟର୍ଣ୍ଣ ଦେଉଥିବା ଝଓଚର ରିଟର୍ଣ୍ଣ ନେଗେଟିଭ ବି ହୋଇପାରେ । ତେଣୁ SIPରେ ନିବେଶ କରିବା ପୂର୍ବରୁ ବାହ୍ୟ ଚାକଚକ୍ୟ ଠାରୁ ଦୂରେଇ ରୁହନ୍ତୁ ।

୩. ଅଧିକାଂଶ ସମୟରେ ଦେଖାଦେଇଛି ଯେ ନିବେଶକମାନେ ପ୍ରଥମେ SIPରେ ନିବେଶ କରିଥାନ୍ତି ଏବଂ ପରେ କିଛି ଲାଭ ନ ମିଳିବାରୁ ବନ୍ଦ କରିଦେଇଥାନ୍ତି । ଏଭଳି କରନ୍ତୁ ନାହିଁ । ଏହା ଦ୍ୱାରା ଲାଭ ମିଳିବା ପରିବର୍ତ୍ତେ ନିବେଶକଙ୍କୁ କ୍ଷତି ସହିବାକୁ ପଡ଼ିଥାଏ । ଏଥିପାଇଁ ନିବେଶକଙ୍କୁ ଧୈର୍ଯ୍ୟ ରଖିବାକୁ ପଡ଼ିଥାଏ ।

୪. ଆପଣ SIPରେ ଭିନ୍ନ ଭିନ୍ନ ଫଣ୍ଡ୍ ଏବଂ ସେକ୍ଟରରେ ନିବେଶ କରନ୍ତୁ । ଏହା ଦ୍ୱାରା କୌଣସି ଫଣ୍ଡ୍ କିମ୍ବା ସେକ୍ଟର ନେଗେଟିଭ ହୋଇଗଲେ ଆପଣଙ୍କ ପୋର୍ଟଫୋଲିସ୍କୂ ଉପରେ ବେଶି ପ୍ରଭାବ ପଡ଼ିନଥାଏ ।

୫. ଆପଣ SIPରେ ନିବେଶ କରୁଥିଲେ ଅର୍ଥ ରାଶି ଉପରେ ଗୁରୁତ୍ୱ ଦିଅନ୍ତୁ । SIPରେ ନିବେଶ ପାଇଁ ଅର୍ଥ ରାଶି ବେଶି ଅଧିକା କି କମ୍ ହେବା ଉଚିତ ନୁହେଁ । ଏହା ଆପଣଙ୍କ financial goals and risk tolerance ଅନୁଯାୟୀ ହେବା ଉଚିତ । କମ୍ ଅର୍ଥ ନିବେଶ କରିଲେ ଆପଣଙ୍କୁ ଭଲ ରିଟର୍ଣ୍ଣ ମିଳିନଥାଏ ।

ପ୍ରଥମ ଥର ପାଇଁ ନିବେଶ କରୁଥିଲେ ଆପଣଙ୍କୁ ପ୍ରଥମେ ଉତ୍ତମ ବ୍ରୋକରେଜ୍ ଆପ୍ ଚୟନ କରିବାକୁ ପଡ଼ିଥାଏ । ଏହା ପରେ ପରାମର୍ଶ ନେଇ କୌଣସି ଭଲ Mutual Fundରେ ନିବେଶ କରିପାରିବେ । ଏହା ପରେ ଆପଣଙ୍କୁ KYC ସମ୍ବନ୍ଧୀୟ ବିବରଣୀ ପୁରା କରିବେ । ଆପ୍ ଭେରିଫିକେସନ୍ ଏବଂ ଏକ ଭିଡ଼ିଓ କଲ KYC ମାଧ୍ୟମରେ ହେବ । ନୂଆ ଆକାଉଣ୍ଟ ପଞ୍ଜିକରଣ କରିବା ପରେ ଏକ ଆପ୍ଲିକେସନ୍ ଫର୍ମ ପୁରଣ କରିବାକୁ ପଡ଼ିବ । ଏହା ପରେ SIPରେ ନିବେଶ କରିପାରିବେ ।

Get real time updates directly on you device, subscribe now.