(Video) ଅତ୍ୟଧିକ ଲୋଭରେ ଫେକ ଟ୍ରେଡିଂ ଆପରେ ଫସୁଛନ୍ତି ନିବେଶକ, ଜୀରୋଧାର ନୀତିନ କାମାଥ ଜାରି କଲେ ଭିଡିଓ

ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାର ବର୍ତ୍ତମାନ ଅଲଟାଇମ ହାଇରେ ବ୍ୟବସାୟ କରୁଛି, ଯେଉଁଥିରେ ରିଟେଲ ନିବେଶକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ। ଭାରତୀୟ ବଜାର ରିଟେଲ ନିବେଶକଙ୍କ ସହାୟତାରେ ଚାଲୁଛି କାରଣ ସେଥିରେ ନିବେଶ କରିବାରେ ପ୍ରତିଯୋଗୀତା ଚାଲିଛି। ୨୦୨୦ ପରେ ସେୟାର ବଜାରରେ ଟ୍ରେଡିଙ୍ଗ କରିବା ପାଇଁ ଡିମାଟ ଆକାଉଣ୍ଟର ସଂଖ୍ୟା ୪ କୋଟିରୁ ବଢି ୧୬ କୋଟି ଅଧିକ ହୋଇଯାଇଛି।

ଏହି ୪ ବର୍ଷରେ ରିଟେଲ ନିବେଶକଙ୍କୁ ବଜାରରେ ଅଧିକ ରିଟର୍ଣ୍ଣର ଲୋଭ ଦେଖାଉଥିବା ଟ୍ରେଡିଂ ଆପ ଆସିସାରିଛି, ଯେଉଁଥି ପାଇଁ ଅନେକ ନିବେଶକ ଦୁର୍ନୀତିର ଶିକାର ହେଉଛନ୍ତି। ଇଣ୍ଟରନେଟରେ ଏପରି ଫେକ ଟ୍ରେଡିଂ ଆପ ବହୁମାତ୍ରାରେ ଆସିସାରିଛି। ମାର୍କେଟର ମୁଖ୍ୟ ଏହି ଫେକ ଟ୍ରେଡିଂ ଆପକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଜୀରୋଧାର ଫାଉଣ୍ଡର ନୀତିନ କାମାଥ ସୋସିଆଲ ମିଡିଆରେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ନୀତିନ କାମାଥ ସୋସିଆଲ ମିଡିଆରେ ପୋଷ୍ଟରେ ଲେଖିଛନ୍ତି ଯେ, ଏହି ଫେକ ଟ୍ରେଡିଂ ଆପ ନିବେଶକଙ୍କୁ ସ୍ୱପ୍ନ ଦେଖାଉଛି ଯେ, ବଜାରରେ ଟଙ୍କା ରୋଜଗାର କରିବା ବହୁତ ସହଜ ଏବଂ ଏହି ଲୋଭରେ ନିବେଶକ ଫସିଯାଉଛନ୍ତି।

ଏହି ଫେକ ଟ୍ରେଡିଙ୍ଗ ଆପ ଜରିଆରେ ବଜାରରେ ବଡ଼ ଦୁର୍ନୀତି ହେଉଛି। ନୀତିନ କାମାଥ ପୋଷ୍ଟ ମାଧ୍ୟମରେ ବିସ୍ତୃତ ଭାବେ କହିଛନ୍ତି ଯେ, ବଜାରରେ ଏହି ଠକେଇ କିପରି କରାଯାଉଛି। ନୀତିନ କହିଛନ୍ତି ଯେ, ସର୍ବ ପ୍ରଥମେ ନିବେଶକଙ୍କୁ ଏକ ହ୍ୱାଟ୍ସଆପ ଗ୍ରୁପରେ ଜଏନ କରାଯାଉଛି, ଏହାପରେ ସେମାନଙ୍କୁ ଫେଡ ଟ୍ରେଡିଂଗ ଆପକୁ ଇନଷ୍ଟଲ କରିବାକୁ କୁହାଯାଉଛି, ଯାହାକି ବଡ ବ୍ରୋକରମାନଙ୍କ ଟ୍ରେଡିଙ୍ଗ ସାଇଟ୍ସ ଭଳି ଦେଖାଯାଉଛି। ତେବେ ଆସନ୍ତୁ ଦେଖିବା ଏହି ଭିଡିଓରେ କିପରି ଠକେଇ କରାଯାଉଛି।