fbpx

ସାଧାରଣତନ୍ତ୍ର ଦିବସରେ ସାମିଲ ହେବା ପାଇଁ ତାଲିବାନ୍ ରାଷ୍ଟ୍ରଦୂତଙ୍କୁ ନିମନ୍ତ୍ରଣ

ନୂଆଦିଲ୍ଲୀ: UAEରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ଆବୁଧାବି ସ୍ଥିତ ଭାରତୀୟ ଦୂତାବାସ ତାଲିବାନ୍ ରାଷ୍ଟ୍ରଦୂତ Badruddin Haqqaniଙ୍କୁ ଏହି ଉତ୍ସବରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଛନ୍ତି । ଆଫଗାନିସ୍ତାନର ପୁର୍ନଗଠନରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛି । ତେଣୁ ଭାରତ ଏବଂ ଆଫଗାନିସ୍ତାନ ସମ୍ପର୍କକୁ ଦୃଢ଼ କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଛି ।

UAEର ଭାରତୀୟ ଆମ୍ବାସାଡ଼ର ସଂଜୟ ସୁଧିରଙ୍କ କହିବାନୁଯାୟୀ ଆଫଗାନିସ୍ତାନରେ ତାଲିବାନ ସରକାରଙ୍କ ରାଷ୍ଟ୍ରଦୂତ Badruddin Haqqani ଏବଂ ତାଙ୍କ ପତ୍ନୀଙ୍କୁ ଆବୁଧାବିରେ ସାଧାରଣତନ୍ତ୍ର ସମାରୋହରେ ସାମିଲ ହେବା ପାଇଁ ନିମନ୍ତ୍ରଣ ଦିଆଯାଇଛି । ଭାରତ ଏବଂ ଆଫଗାନିସ୍ତାନ ତାଲିବାନ ମଧ୍ୟରେ ଥିବା ସମ୍ପର୍କରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ । ୨୦୨୧ ମସିହାରେ ଆଫଗାନିସ୍ତାନରେ ତାଲିବାନ ସରକାର ନିର୍ମିତ ହେବା ପରେ ଦୁଇ ଦେଶର ସମ୍ପର୍କ ଉପରେ ଗଭୀର ପ୍ରଭାବ ପକାଇଥିଲା । ଏହା ପରେ ଆଫଗାନିସ୍ତାନରେ ଭାରତକୁ ଏହାର ଅଧିକାଂଶ କାର୍ଯ୍ୟକ୍ରମ ଏବଂ ପ୍ରକଳ୍ପଗୁଡ଼ିକୁ ବନ୍ଦ କରିବାକୁ ପଡ଼ିଥିଲା । ଏହା ପରେ ପାକିସ୍ତାନ ଆଫଗାନିସ୍ତାନର ତାଲିବାନ ସହ ସମ୍ପର୍କ ଦୃଢ଼ କରିଥିଲା ।

Get real time updates directly on you device, subscribe now.