fbpx

ଫଟୋଗ୍ରାଫର ହତ୍ୟାରେ ଆଉ ଜଣେ ରହସ୍ୟମୟୀ ମହିଳାଙ୍କ ସମ୍ପୃକ୍ତି: ଘଟଣା ପରଠୁ ଫେରାର ଥିବା ସୂଚନା(ଦେଖନ୍ତୁ Video)

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ହତ୍ୟା ମାମଲା ଏବେ ଓଡ଼ିଶାର ଚର୍ଚ୍ଚିତ ଖବର ମଧ୍ୟରେ ସ୍ଥାନ ପାଇଛି । ଦିନକୁ ଦିନ ଏହାର ଗୁମର ଖୋଲିବାରେ ଲାଗିଛି । ଏହାରି ମଧ୍ୟରେ ଆସିଛି ଏକ ବଡ଼ ଖବର । ମାନସ ସ୍ୱାଇଁ ହତ୍ୟା ଘଟଣାରେ ସାମ୍ନାକୁ ଆସିଛି ଆଉ ଜଣେ ମହିଳାଙ୍କ ସମ୍ପୃକ୍ତି । ସମ୍ପୃକ୍ତ ମହିଳାଙ୍କ ନାଁ ଝୁନା ଭୋଇ ହୋଇଥିବା ବେଳେ ସେ ଏୟାରଫିଲଡ଼ ଥାନା ବିରିବନ୍ଦ ଭୋଇ ସାହିରେ ରୁହନ୍ତି ।

ସୂଚନା ଅନୁସାରେ, ଘଟଣା ପରଠୁ ଶର୍ମିଷ୍ଠାଙ୍କ ସହ ସ୍କୁଟିରେ ଝୁନା ଫେରାର ହୋଇଯାଇଛନ୍ତି । ପରିବାର ଲୋକଙ୍କୁ ୫ଦିନ ବାହାରେ ରହିବେ ବୋଲି ଫୋନ କରି କହିଥିଲେ ଝୁନା । ତେବେ ମାନସଙ୍କ ହତ୍ୟା ପାଇଁ ୱେବ ମାଲିକାଣୀ ଶର୍ମିଷ୍ଠା ଯେତିକି ତତ୍ପର ନଥିଲେ, ଝୁନା ସେତିକି ବ୍ୟଗ୍ର ଥିଲେ । ଝୁନା ଶର୍ମିଷ୍ଠାଙ୍କୁ ଲୋକାଲ ସପୋର୍ଟ ଯୋଗାଉଥିବା କୁହାଯାଉଛି । ଏଥିସହ ଆଶ୍ରମକୁ କିଏ ଆସିବ ଓ କିଏ ଯିବ, ତାହାର ଚିଠା ଝୁନାଙ୍କ ପାଖରେ ରହୁଥିଲା । ଅନ୍ୟପଟେ ବାହୁବଳୀ ମହିଳା ମଧ୍ୟ ସମ୍ପୃକ୍ତ ମହିଳାଙ୍କୁ ସାହାର୍ଯ୍ୟ କରୁଥିଲା । ପୋଲିସ ରାଜ ବିଷୟରେ ସମସ୍ତ ପ୍ରମାଣ ପାଇଥିଲେ ବି ଏପର୍ଯ୍ୟନ୍ତ ଗିରଫ କରିନଥିବାରୁ କୌଣସି ସୂଚନା ଦିଆଯାଇନି ।

ମାନସଙ୍କୁ ଚାନ୍ଦବାଲିରୁ ଅପହରଣ, ଭୁବନେଶ୍ୱରରେ ହତ୍ୟା ଆଉ ନୟାଗଡ଼ରେ ପୋତିବା ପର୍ଯ୍ୟନ୍ତ, ସବୁର ମାଷ୍ଟରମାଇଣ୍ଡ ରାଜ, ଯାହାପାଖରେ ବର୍ତ୍ତମାନ ସୁଦ୍ଧା ପୋଲିସ ପହଞ୍ଚିପାରିନି ପୋଲିସ । ଏହି ହତ୍ୟାକାଣ୍ଡ ପାଇଁ ରାଜ ୩ଟି କାର ଯୋଗାଡ଼ କରିଥିଲା । ସେଥିରୁ ଗୋଟିଏ କାରକୁ ପୋଲିସ ଜବତ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଆଉ ୨ଟିର ପତ୍ତା ମିଳିନି ।

ତେବେ ମୃତଦେହ ଖୋଳି ବାହାର କରିବା ପରେ ହତ୍ୟାକାଣ୍ଡର ଭୟଙ୍କର ବ୍ଲୁ-ପ୍ରିଂଟ ସଂପର୍କରେ ଜାଣିପାରିଛି ପୋଲିସ । ହତ୍ୟାକାଣ୍ଡର ରିକ୍ରିଏଟ୍ କରି ଖୋଳତାଡ଼ ଆରମ୍ଭ ହୋଇଛି । ସୂଚନା ଅନୁସାରେ ୱେବ ପୋର୍ଟାଲ ମାଲିକାଣୀ ଜଣକ ମାନସଙ୍କୁ ଅଶ୍ଳିଳ ଫିଲ୍ମର ଶୁଟିଂ ପାଇଁ ଲଗାଇଥିବା ଜଣାପଡ଼ିଛି । ତେବେ କ୍ୟାମେରାମ୍ୟାନ୍ ମାନସଙ୍କ ପାଖରେ କିଛି ଭିଡିଓ କ୍ଲିପ୍ ରହିଯାଇଥିଲା । କ୍ଲିପକୁ ଫେରାଇବା ପାଇଁ ବାରମ୍ବାର ତାଗିଦ କରୁଥିଲେ ୱେବ ପୋର୍ଟାଲ ମାଲିକାଣୀ । ସୂଚନା ଅନୁସାରେ କୁଆଡ଼େ ମାନସ ସ୍ୱାଇଁ ଏହି କାମ ଛାଡ଼ି ଘରକୁ ପଳାଇ ଆସିଥିଲେ । ଏହାପରେ ଚାରି ପାଂଚ ଜଣ ଲୋକଙ୍କୁ ନେଇ ମାଲିକାଣୀ ତାଙ୍କୁ ଖୋଜାଖୋଜି କରିଥିଲେ ।

ଫେବ୍ରୁଆରୀ ୭ ତାରିଖରେ ଏକ ବିବାହ ଉତ୍ସବରେ ଫଟୋ ଉଠାଇବା ପାଇଁ ଭୁବନେଶ୍ୱରରୁ ଚାନ୍ଦବାଲି ଯାଇଥିଲେ । ହେଲେ ଚାନ୍ଦବାଲି ନାଲଗୁଣ୍ଡାର ପଳାଶପୁର ଛକରୁ ତାଙ୍କୁ ଅପହରଣ କରି ନିଆଯାଇଥିଲା । ଭୁବନେଶ୍ୱରରେ ହତ୍ୟା କରି ରଣପୁର ଥାନା ବଧିପାଟଣା ନିକଟ ପାହାଡ ପାଖରେ ମାଟିତଳେ ପୋତି ଦେଇଥିଲେ ଅଭିଯୁକ୍ତ । ମାନସଙ୍କ ପରିବାର ଲୋକ ଅଭିଯୋଗ କରିବା ପରେ ଘଟଣାର ଛାନଭିନ କରିଥିଲା ଚାନ୍ଦବାଲି ପୋଲିସ । ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ମାଟିଖୋଳି ଶବକୁ ଉଦ୍ଧାର କରିଛି ପୋଲିସ । ୩ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ କେମିତି ସେମାନେ ଅପହରଣ କଲେ ଓ ହତ୍ୟା କରି ଶବକୁ ପୋତିଦେଲେ ତାର ଡେମୋ ଦେଖାଇଛନ୍ତି ।

Get real time updates directly on you device, subscribe now.