ଧରାପଡ଼ିଲା IOCL ପାଇପଲାଇନ ଡକାୟତି ଗ୍ୟାଙ୍ଗ, ପେଟ୍ରୋଲ ପମ୍ପ ମାଲିକ ମଧ୍ୟ ଗିରଫ

ସମ୍ବଲପୁର: ଆଇଓସିଏଲ ପାଇପ୍ ଲାଇନ୍ କାଟି ତେଲ ଚୋରୀ ଗ୍ୟାଙ୍ଗକୁ ଧରିଛି ପୋଲିସ । ଏହି ଘଟଣାରେ ସମ୍ପୃକ୍ତ ପେଟ୍ରୋଲ ପମ୍ପ ମାଲିକଙ୍କୁ ମଧ୍ୟ ଗିରଫ ପୋଲିସ। ଏହି ଗୋଷ୍ଠି ପାରାଦୀପ-ରାଞ୍ଚି ପାଇପ୍‌ଲାଇନରେ ଡକାୟତି କରୁଥିଲେ । ଏଥୀ ସହିତ ଢେଙ୍କାନାଳ, ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳ, ବରଗଡ଼ରେ ମଧ୍ୟ ସକ୍ରିୟ ଥିଲେ ।

ଅନୁଗୁଳ ଅଞ୍ଚଳର ପେଟ୍ରୋଲ ମାଲିକ ମାଫିଆଙ୍କ ଦ୍ୱାରା ଚୋରି ଡିଜେଲକୁ କିଣିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଅଭିଯୁକ୍ତମାନେ ରିତିମତ ଭାବରେ ଆଇଓସିଏଲ ପାଇପଲାଇନ କାଟି ଡିଜେଲ ଚୋରି କରୁଥିଲେ। ତେଲ ଚୋରି ରାକେଟର ମୁଖ୍ୟ ଅଭିଯୁକ୍ତ ସହ ମୋଟ ୫ ଜଣଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ । ଘଟଣା ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ।