fbpx

ଆଇପିଏଲ୍‌-୧୪: ଷ୍ଟାଡିୟମରେ ବସି ଆଇପିଏଲର ଅବଶିଷ୍ଟ ମ୍ୟାଚ୍‌ ଉପଭୋଗ ପାଇଁ ୬୦% ଦର୍ଶକଙ୍କୁ ମିଳିପାରେ ଅନୁମତି

ଦୁବାଇ: ଆସନ୍ତା ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହେବାକୁ ଯାଉଥିବା ଆଇପିଏଲର ଅବଶିଷ୍ଟ ମ୍ୟାଚ ଉପଭୋଗ ପାଇଁ କ୍ରିକେଟ ପ୍ରେମୀ ଦର୍ଶକଙ୍କୁ ସୁଯୋଗ ମିଳିବା ସମ୍ଭାବନା ରହିଛି । ଏମିରେଟ୍ସ କ୍ରିକେଟ ବୋର୍ଡ ଜେନେରାଲ ସେକ୍ରେଟାରୀ ମୁବାଶିର ଉସମାନି କହିଛନ୍ତି ଯେ ଏହି ପ୍ରସଙ୍ଗ ନେଇ ଆମେ ବିସିସିଆଇ ଓ ୟୁନାଇଟେଡ ଆରବ ଏମିରେଟ୍ସ ସରକାରଙ୍କ୍‌ ସହିତ ବିଚାର ବିମର୍ଷ କରିବୁ । ଏହା ବ୍ୟତିତ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ସହିତ ମଧ୍ୟ ଆଲୋଚନା କରିବେ ।

କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ଗାଇଡ ଲାଇନ ପାଳନ ସହିତ ଦର୍ଶକଙ୍କୁ ମ୍ୟାଚ ଉପଭୋଗ ସୁଯୋଗ ଦେବା ଯୋଜନା ରହିଛି । ତେବେ ଏମିରେଟ୍ସ କ୍ରିକେଟ ବୋର୍ଡ ଏହି ପ୍ରସଙ୍ଗ ନେଇ ୟୁଏଇ ସରକାରଙ୍କ ସହିତ ଆଲୋଚନା କରିବା ଦରକାର । ତେବେ ୟୁଏଇ ସରକାର ୬୦ ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମରେ ବସି ଆଇପିଏଲ ଉପଭୋଗ ପାଇଁ ସୁଯୋଗ ଦେବାକୁ ଆଗୁଆ ସବୁଜ ସଙ୍କେତ ଦେଇଛନ୍ତି । ତେଣୁ ଆଉ କୌଣସି ସମସ୍ୟା ହେବ ନାହିଁ ବୋଲି ଦୃଢ଼ ବିଶ୍ୱାସ । ବିସିସିଆଇ ସହିତ ଯୋଗାଯୋଗ ପାଇଁ ଉଦ୍ୟମ କରା ଯାଇଥିଲେ ହେଁ କୌଣସି ଉତ୍ତର ମିଳିନି ବୋଲି ଉସମାନି କହିଛନ୍ତି ।

Get real time updates directly on you device, subscribe now.