fbpx

IPL 2022: ରାଜସ୍ଥାନ ଟିମକୁ ବଡ ଝଟକା, ଘରକୁ ଫେରିଗଲେ ସବୁଠୁ ବଡ ମ୍ୟାଚ୍ ବିଜେତା ଖେଳାଳି

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ୨୦୨୨ରେ ରାଜସ୍ଥାନ ରୟାଲ୍ସ ସପ୍ତମ ବିଜୟ ସହ ଆଇପିଏଲ ପ୍ଲେ ଅଫ ଦୌଡରେ ନିଜର ସ୍ଥିତି ଆହୁରି ମଜବୁତ କରିଛି। ଦଳ ଶନିବାର ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ୬ ଓ୍ଵିକେଟରେ ହରାଇଛି। ହେଲେ ଶୀର୍ଷ ୪ରେ ପହଞ୍ଚିବା ପୂର୍ବରୁ ରାଜସ୍ଥାନ ରୟାଲ୍ସ ଦଳକୁ ବଡ ଝଟକା ଲାଗିଛି।

ରାଜସ୍ଥାନ ଦଳର ଷ୍ଟାର ବ୍ୟାଟସମ୍ୟାନ ତଥା ସବୁଠୁ ବଡ ମ୍ୟାଚ୍ ବିଜେତା ସିମରନ ହେଟମାୟର ଓ୍ଵେଷ୍ଟଇଣ୍ଡିଜ ଅଭିମୁଖେ ନିଜ ଘରକୁ ଫେରିଛନ୍ତି। ସେ ରବିବାର ଭୋର ସକାଳୁ ନିଜ ଘର ଅଭିମୁଖେ ଯାତ୍ରା କରିଛନ୍ତି। ଏଥିସହ ପ୍ରତିଶ୍ରୁତି ଦେଇଛନ୍ତି ଯେ, ସେ ଶୀଘ୍ର ଫେରିବେ ଏବଂ ଦଳରେ ଯୋଗ ଦେଇ ଅବଶିଷ୍ଟ ମ୍ୟାଚ୍ ଖେଳିବେ।

 

ସୂଚନା ଅନୁଯାୟୀ, ସିମରନ ହେଟମାୟର ପ୍ରଥମ ଥର ପିତା ହୋଇଛନ୍ତି। ରାଜସ୍ଥାନ ଫ୍ରାଞ୍ଚାଇଜି ଟୁଇଟ୍ କରି କହିଛନ୍ତି, ଆମେ ହେଟମାୟରଙ୍କୁ ଯଥା ସମ୍ଭବ ସାହାଯ୍ୟ କରିବୁ। ତାଙ୍କୁ ଏବଂ ତାଙ୍କ ପତ୍ନୀ ନିରଓ୍ଵାନୀଙ୍କ ସହିତ ଆମର ଶୁଭକାମନା ରହିଛି। ଆମେ ଆଶା କରୁଛୁ ସେ ପୁଣି ଥରେ ମୁମ୍ବାଇ ଫେରି ଆସିବେ ଏବଂ ଆଇପିଏଲ ୨୦୨୨ରେ ନିଜର ବାକି ମ୍ୟାଚ୍ ଖେଳିବେ। ଏଥର ଆପଣ ଜଣେ ପିତା ହିସାବରେ ଫେରିବେ। ଆମେ ଆପଣଙ୍କ ଅପେକ୍ଷା କରିବୁ।

ହେଟମାୟର ଆଇପିଏଲ ୨୦୨୨ରେ ଏ ପର‌୍ୟ୍ୟନ୍ତ ୧୧ ମ୍ୟାଚ୍ ଖେଳି ୭୨.୭୫ ହାରରେ ୨୯୧ ରନ କରିଛନ୍ତି। ଗତ ମ୍ୟାଚରେ ସେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ୧୬ ବଲରୁ ଦ୍ରୁତ ୩୧ ରନ କରି ଦଳକୁ ଜିତାଇଥିଲେ। ପଞ୍ଜାବ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୫ ଓ୍ଵିକେଟ୍ ବିନିମୟରେ ୧୮୯ ରନ କରିଥିଲା। ଜବାବରେ ରାଜସ୍ଥାନ ରୟାଲ୍ସ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଯଶସ୍ଵୀ ଜୟସଓ୍ଵାଲ ୪୧ ବଲରୁ ୬୮ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ।

 

Get real time updates directly on you device, subscribe now.