fbpx

Sunrisers ସହ ସମ୍ପର୍କ ଛିନ୍ନ କଲେ ୱାର୍ଣ୍ଣର: ନିଲାମୀରେ ହେବେ ସାମିଲ

Advertisement

ନୂଆଦିଲ୍ଳୀ: ସନରାଇଜର୍ସ ହାଇଦ୍ରାବାଦର ପୂର୍ବତନ ଅଧିନାୟକ ଡେଭିଡ ୱାର୍ଣ୍ଣର ନିଜର ପୂର୍ବ ଫ୍ରାଞ୍ଚାଇଜି ସନରାଇଜର୍ସ ହାଇଦ୍ରାବାଦ ସହିତ ସମସ୍ତ ସମ୍ପର୍କ ଛିନ୍ନ କରିଛନ୍ତି । ବିଗତ ସିଜିନରେ ୱାର୍ଣ୍ଣରଙ୍କୁ ଅଧିନାୟକତ୍ୱରୁ ବାହାର କରିବା ସହିତ ପ୍ଲେଇଙ୍ଗ-୧୧ରୁ ମଧ୍ୟ ବାହାରେ ବସାଇଥିଲା ଫ୍ରାଞ୍ଚାଇଜି ।

ଆସନ୍ତା ସିଜିନରେ ୮ ବଦଳରେ ୧୦ ଦଳ ଖେଳିବାକୁ ଯାଉଛନ୍ତି । ଲକ୍ଷେ୍ନø ଓ ଅହମଦାବାଦ ପରି ଦୁଇଟି ଦଳ ସାମିଲ ହେବାକୁ ଯାଉଥିବା ବେଳେ ୭୪ଟି ମୁକାବିଲା ଖେଳାଯିବ । ଅଷ୍ଟ୍ରେଲିଆର ସେନ୍ ରେଡିଓ ସହିତ ଆଲୋଚନା ସମୟରେ ସେ ସନରାଇଜର୍ସ ଫ୍ରାଞ୍ଚାଇଜି ଛାଡୁଥିବା ନେଇ ୱାର୍ଣ୍ଣର ଘୋଷଣା କରିଥିଲେ । ୨୦୧୬ରେ ୱାର୍ଣ୍ଣର ସନରାଇଜର୍ସକୁ ଚାମ୍ପିୟନ କରାଇଥିଲେ । ଏହା ସହିତ ବିଗତ ୮ ସିଜିନ ଧରି ୱାର୍ଣ୍ଣର ହାଇଦ୍ରାବାଦ ଫ୍ରାଞ୍ଚାଇଜି ସହିତ ରହିଥିଲେ । ଦଳ ପକ୍ଷରୁ ସର୍ବାଧିକ ରନ ସଂଗ୍ରହକାରୀ ବିଦେଶୀ ଖେଳାଳି ରହିଛନ୍ତି ୱାର୍ଣ୍ଣର । ଟିମରୁ ବାହରେ ରହିବା ମୋ ପାଇଁ ସବୁଠାରୁ କଷ୍ଟକର ସମୟ ରହିଥିଲା । ମାତ୍ର ମୋତେ ଜଣାନାହିଁ କି ମୁଁ ଟିମରୁ କାହିଁକି ବାଦ ପଡିଥିଲି । ସନରାଇଜର୍ସ ମୋତେ ରିଟେନ କରୁନଥିବାରୁ ମୁଁ ନିଲାମୀ ପାଇଁ ଉପଲବ୍ଧ ବୋଲି କହିଛନ୍ତି ୱାର୍ଣ୍ଣର ।

Get real time updates directly on you device, subscribe now.