fbpx

ଆଇପିଏଲ୍ ୨୦୨୪: ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ୨୦ ରନ୍‌ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ

ନୂଆଦିଲ୍ଲୀ: ରବିବାର ଆଇପିଏଲ୍ ୨୦୨୪ର ଚତୁର୍ଥ ମ୍ୟାଚ୍ ରେ ରାଜସ୍ଥାନ ରୟାଲ୍ସ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ୨୦ ରନ୍ ରେ ପରାସ୍ତ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ଵିକେଟ୍ ହରାଇ ୧୯୩ ରନ୍ କରିଥିଲା। ଜବାବରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ୨୦ ଓଭରରେ ୬ ୱିକେଟ୍ ହରାଇ ମାତ୍ର ୧୭୩ ରନ୍ କରିପାରିଥିଲା।

ରାଜସ୍ଥାନ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଅଧିନାୟକ ସଞ୍ଜୁ ସାମସନ୍ ୫୨ ବଲ୍ ରୁ ଅପରାଜିତ ୮୨ ରନ୍ କରିଥିଲେ। ସେ ୬ଟି ଛକା ଓ ୩ଟି ଚୌକା ମାରିଥିଲେ। ସାମସନଙ୍କ ବ୍ୟତୀତ ରିଆନ୍ ପରାଗ ୨୯ ବଲ୍ ରୁ ୪୩ ରନ୍ କରିଥିଲେ। ଯଶସ୍ୱୀ ଜୟସ୍ୱାଲ ୨୪ ଓ ଧ୍ରୁବ ଜୁରେଲ ଅପରାଜିତ ୨୦ ରନ୍ କରିଥିଲେ। ଲକ୍ଷ୍ନୌ ସୁପର ଜାଏଣ୍ଟସ ପକ୍ଷରୁ ନବୀନ-ଉଲ୍-ହକ୍ ୨ଟି ୱିକେଟ୍ ନେଇଥିଲେ।

ବିଜୟ ପାଇଁ ୧୯୪ ରନର ପିଛା କରୁଥିବା ଲକ୍ଷ୍ନୌ ସୁପର ଜାଏଣ୍ଟସ ଭଲ ଆରମ୍ଭ କରିନଥିଲା। ମାତ୍ର ୧୧ ରନ୍ ରେ ତାଙ୍କର ୩ଟି ୱିକେଟ୍ ଆଉଟ୍ ହୋଇଯାଇଥିଲା। ଏହାପରେ ଅଧିନାୟକ କେଏଲ୍ ରାହୁଲ ୪୪ ବଲ୍ ରେ ୫୮ ରନ୍ କରିଥିଲେ। ଦୀପକ ହୁଡା ୧୩ ବଲ୍ ରେ ୨୬ ରନ୍ ର ଦ୍ରୁତ ଇନିଂସ୍ ଖେଳିଥିଲେ। ନିକୋଲାସ୍ ପୁରନ ଅପରାଜିତ ରହି ୪୧ ବଲ୍ ରେ ସର୍ବାଧିକ ୬୪ ରନ୍ କରିଥିଲେ। ରାଜସ୍ଥାନ ରୟାଲ୍ସ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ୨ଟି ୱିକେଟ୍ ନେଇଥିଲେ।

Get real time updates directly on you device, subscribe now.