fbpx

ଅନ୍ଧାର ରାତିରେ ଲୁଟ୍ ପାଇଁ କରିଥିବା ଯୋଜନାକୁ ପଣ୍ଡ କଲା ମୈତ୍ରୀ ବିହାର ପୋଲିସ

ଭୁବନେଶ୍ଵର: ( ଓଡ଼ିଶା ଭାସ୍କର ) ରାଜଧାନୀରେ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧ । ସାଲିଆ ସାହି ଯାହାକୁ ନିଶାର ଗନ୍ତାଘର କୁହାଯାଏ । ସେଠାରେ ଅନ୍ଧାର ରାତିରେ ଲୁଟ୍ ପାଇଁ କରିଥିଲେ ଯୋଜନା, ଆଉ ଏହି ପଣ୍ଡ କଲା ମୈତ୍ରୀ ବିହାର ପୋଲିସ । ଗତକାଲି ବିଳମ୍ବିତ ରାତିରେ ସାଲିଆ ସାହି ନୂଆ ରାସ୍ତାରେ ଲୁଟ ପାଇଁ ଯୋଜନା କରୁଥିଲେ ୫ ଲୁଟେରା । ପୋଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ୫ ଜଣକୁ ଗିରଫ କରିଛି ।

ସେମାନଙ୍କ ଠାରୁ ଲୁଟ୍ ପାଇଁ ବ୍ୟବହୃତ ହେଉଥିବା କତୁରୀ, ଲଙ୍କା ଗୁଣ୍ଡକୁ ଜବଦ କରିଛି ପୋଲିସ । ନୂଆ ରାସ୍ତାର ଅଧିକ ରାତିରେ ଯାଉଥିବା ଲୋକକୁ ଟାର୍ଗେଟ କରିଥାନ୍ତେ ଏହି ଲୁଟେରା । ପୂର୍ବରୁ ୫ ଜଣଙ୍କ ନାଁ ରେ ରାଜଧାନୀର ବିଭିନ୍ନ ଥାନାରେ ମାମଲା ରହିଛି ।

Get real time updates directly on you device, subscribe now.