(Video) RCB ଫ୍ୟାନ୍ସଙ୍କୁ ଦିୱାନା କରି ରୋଜଗାର କଲେ ଟଙ୍କା, କୋହଲିଙ୍କ ଫଟୋରେ QR କୋଡ ଲଗାଇ କଲେ ପ୍ରାଙ୍କ

ଜଣେ ବ୍ୟକ୍ତି ଆରସିବି ଫ୍ୟାନ୍ସଙ୍କ ପାଗଳ କରି ଗୋଟିଏ ଦିନରେ ଏତିକି ଟଙ୍କା ରୋଜଗାର କରିଛନ୍ତି। ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

ନୂଆଦିଲ୍ଲୀ: ଶନିବାର ଦିନ ସିଏସକେକୁ ହରାଇ ରଜତ ପାଟିଦାରଙ୍କ ଅଧିନାୟକତ୍ୱର ଆରସିବି ଟିମ ତାଲିକାରେ ପ୍ରଥମ ନମ୍ବର ଅଧିକାର କରିଛି। ସେ ପ୍ରଥମ ଟିମ ଯିଏ ଏହି ସିଜନ ୧୬ ସ୍ଥାନ ହାସଲ କରିଛି।

ଆରସିବି ଫ୍ୟାନ୍ସ ଏହି ସିଜନରେ ଖୁବ ଖୁସି ଅଛନ୍ତି, କାର ଯେଉଁଭଳି ଟିମ ଖେଳୁଛି, ଆଶା ରହିଛି ଯେ, ୧୮ ବର୍ଷ ପରେ ଟିମ୍ କପ୍ ହାସଲ କରିବ।

ଏହାରି ମଧ୍ୟରେ ଜଣେ କଣ୍ଟେଣ୍ଟ କ୍ରିଏଟର ଆରସିବି ଫ୍ୟାନ୍ସଙ୍କୁ ଦିୱାନା କରି ରୋଜଗାର କରିଛନ୍ତି। ସେ ବିରାଟ କୋହଲିଙ୍କ ଫଟୋ ସହ ଏକ କ୍ୟୁଆର କୋଡ ପୋଷ୍ଟର ମାରିଛନ୍ତି।

ସାର୍ଥକ ସଂଦେବା ନାମକ ଏକ କଣ୍ଟେଣ୍ଟ କ୍ରିଏଟର ଆରସିବି ଫ୍ୟାନ୍ସଙ୍କ ସହ ଏକ ପ୍ରାଙ୍କ କରିଛନ୍ତି। ସେ ଏକ କ୍ୟୁଆର କୋଡ ସହ ବିରାଟ କୋହଲିଙ୍କ ଏକ ଫଟୋର ପୋଷ୍ଟର କରିଛନ୍ତି, ଏଥିରେ ଲେଖାଯାଇଛି ଯେ, ଆରସିବି ଟିମ୍‌ର ଗୁଡଲକ ପାଇଁ ୧୦ ଟଙ୍କା ଡୋନେଟ କରନ୍ତୁ। ସେ ଅନେକ ଫୋଷ୍ଟର ଭିନ୍ନ-ଭିନ୍ନ ସ୍ଥାନରେ ମାରିଛନ୍ତି।

ଭିଡିଓର ଶେଷରେ, କଣ୍ଟେଣ୍ଟ କ୍ରିଏଟର ଦେଖାଇଲେ ଯେ, ସେ ଲୋକଙ୍କୁ ପ୍ରାଙ୍କ କରି କେତେ ଟଙ୍କା ରୋଜଗାର କରନ୍ତି। ସେ କହିଛନ୍ତି ଯେ, ସେ ଗୋଟିଏ ଦିନରେ 1,200 ଟଙ୍କା ରୋଜଗାର କରନ୍ତି, ଯାହାର ଅର୍ଥ ହେଉଛି ସେ 10 ଦିନରେ 12,000 ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ। ପ୍ରକୃତରେ, RCB କୌଣସି କପ୍ ଜିତିନାହିଁ କିନ୍ତୁ ଏହାର କ୍ରେଜ୍ ଆଦୌ ହ୍ରାସ ପାଇନାହିଁ, ବରଂ ଏହା ବୃଦ୍ଧି ପାଇଛି।

ଏହି ଖବର ଲେଖାଯିବା ପର୍ଯ୍ୟନ୍ତ, ଏହି ଭିଡିଓଟି 24 ମିଲିୟନ ଭ୍ୟୁ ଏବଂ 1.6 ମିଲିୟନ ଲାଇକ୍ ପାଇଛି। ଜଣେ ବ୍ୟକ୍ତି ମନ୍ତବ୍ୟ ଦେଇଛନ୍ତି, ମୁଁ ବ୍ୟବସାୟ କରିବାର ଏକ ନୂତନ ଉପାୟ ପାଇଯାଇଛି।

ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, RCB କେବଳ ଏକ ଟିମ ନୁହେଁ, ବରଂ ଏକ ଭାବାବେଗ। ଜଣେ ୟୁଜର୍ସ ଲେଖିଛନ୍ତି, ଆପଣ RCB ନାମରେ ଭିକ ମାଗୁଛନ୍ତି।