fbpx

IPL Auction 2023: କିଏ ହେଲା ସବୁଠାରୁ ମହଙ୍ଗା ଖେଳାଳି, କିଏ କେତେ ଟଙ୍କାରେ ବିକ୍ରି ହେଲା, ଦେଖନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ

Advertisement

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୩ର ଅକ୍ସନରେ ଖାଲି ଟଙ୍କାର ବର୍ଷା ହୋଇଛି । ୧୦ଟି ଟିମ୍ ଆଜି ପାଖାପାଖି ୪୦୦ରୁ ଅଧିକ ଖେଳାଳିଙ୍କ ପାଇଁ ନିଲାମ ଡାକିଥିଲେ । ଆଜି କୋଚି ଠାରେ ଅନୁଷ୍ଠିତ ହୋଇଥିବା ଅକ୍ସନରେ ଅନେକ ବଡ଼ ବଡ଼ ରେକର୍ଡ ପ୍ରତିଷ୍ଠା ହୋଇଛି । ଇଂଲଣ୍ଡ ଖେଳାଳି ସାମ କୁରେନଙ୍କୁ ଏଥର ପଞ୍ଜାବ କିଙ୍ଗସ କିଣିଥିବା ବେଳେ ସେ ସବୁଠାରୁ ମହଙ୍ଗା ଖେଳାଳି ଭାବେ ବିବେଚିତ ହୋଇଛନ୍ତି ।

ସାମ କୁରେନ, ବେନ ଷ୍ଟୋକସ, କ୍ୟାମରନ ଗ୍ରୀନ, ହ୍ୟାରୀ ବ୍ରୁକଙ୍କ ସମେତ ଅନେକ ଖେଳାଳିଙ୍କ ଉପରେ ଖାଲି ଟଙ୍କାର ବର୍ଷା ହୋଇଛି । ଅନ୍ୟପକ୍ଷରେ ଭାରତୀୟ ଖେଳାଳିଙ୍କ ମଧ୍ୟରେ ମୟଙ୍କ ଅଗ୍ରୱାଲଙ୍କ ସମେତ କିଛି ଖେଳାଳି ମାଲାମାଲ ହୋଇଯାଇଛନ୍ତି । କିଛି ଅନକ୍ୟାପଡ ଭାରତୀୟ ଖେଳାଳି ଏହି ଅକ୍ସନରେ କୋଟିପତି ବନିଯାଇଛନ୍ତି ।

ଆଜିର ମିନି ଅକ୍ସନରେ ସମସ୍ତ ୧୦ଟି ଟିମଙ୍କ ପାଖରେ ୮୭ଟି ସ୍ଲଟ ରହିଥିଲା । ମାତ୍ର ୮୦ ଜଣ ଖେଳାଳି ବିକ୍ରି ହୋଇଥିଲେ । ସେଥିରେ ୨୯ ଜଣ ବିଦେଶୀ ଖେଳାଳି ରହିଥିଲେ । ଏହି ଖେଳାଳିଙ୍କୁ କିଣିବା ପାଇଁ ସମସ୍ତ ଟିମ୍ ମୋଟ ୧୬୭ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ।

Get real time updates directly on you device, subscribe now.