fbpx

IPL ଉଦଘାଟନୀ ମ୍ୟାଚରେ ହେବ ସୁପରଷ୍ଟାରଙ୍କ ମେଳା: ଜାଣନ୍ତୁ କେଉଁ ସେଲିବ୍ରିଟି କରିବେ ଧମାଲ

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ‘ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ’ ଅର୍ଥାତ୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) । ସମସ୍ତ ୧୦ ଟି ଦଳର ପ୍ରଶଂସକମାନେ ନିଜ ଦଳକୁ ସମର୍ଥନ କରିବାକୁ ପ୍ରସ୍ତୁତ ଅଛନ୍ତି । ଉଦଘାଟନୀ ମ୍ୟାଚରେ ହିଁ ରହିଛି ଏକ ହାଇ ଭୋଲ୍ଟେଜ ମ୍ୟାଚ । ପ୍ରଥମ ମ୍ୟାଚରେ ଚମ୍ପିଆନ୍ ଚେନ୍ନାଇ ସୁପର କିଙ୍ଗସ ସହ ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ ମୁହାଁମୁହିଁ ହେବେ । ଗୋଟିଏ ଦଳ ନୂଆ ଅଧିନାୟକ ସହ ମଇଦାନକୁ ଓହ୍ଲାଉଥିବା ବେଳେ ଆଉ ଏକ ନୂଆ ନାଁ ଏବଂ ଜର୍ସିରେ ଏଣ୍ଟ୍ରି କରିବ । ତେଣୁ ମ୍ୟାଚରେ ଘମାଘୋଟ ଯୁଦ୍ଧ ହେବ ବୋଲି ଆଶା କରାଯାଉଛି । କିନ୍ତୁ ଏହା ପୂର୍ବରୁ ଚେନ୍ନାଇର ଚିପାକ୍ ଷ୍ଟାଡିୟମରେ ଦେଖିବାକୁ ମିଳିବ ସେଲିବ୍ରିଟିଙ୍କ ଧମାଲ । ଉଦଘାଟନୀ ଉତ୍ସବରେ ଅନେକ ସେଲିବ୍ରିଟି ସନ୍ଧ୍ୟାକୁ ରଙ୍ଗୀନ କରିବାକୁ ଯାଉଛନ୍ତି । ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର-ଟାଇଗରଙ୍କ ସହ ଏ.ଆର ରହମାନ୍ ଏବଂ ସୋନୁ ନିଗମ ମଧ୍ୟ ଏଥିରେ ସାମିଲ ହେବେ ।

ପ୍ରଥମ ଦିନରେ ପ୍ରଶଂସକଙ୍କ ମନୋରଞ୍ଜନ ଦ୍ୱିଗୁଣିତ ହେବ ଯେତେବେଳେ ଏ.ଆର୍ ରହମାନ୍ ଠାରୁ ଅକ୍ଷୟ କୁମାର ପର୍ୟ୍ୟନ୍ତ ସମସ୍ତେ ନିଜର ପ୍ରଦର୍ଶନରେ ତଡ଼କା ଲଗାଇ ସାରାଦର୍ଶକ ମହଲକୁ ଝୁମାଇ ଦେବେ । ପ୍ରସିଦ୍ଧ ଗାୟକ ଏ.ଆର ରହମାନ ଏବଂ ସୋନୁ ନିଗମ ପ୍ରଶଂସକମାନଙ୍କୁ ସେମାନଙ୍କର ମେଲୋଡି ସ୍ୱର ସହିତ ନାଚିବାକୁ ବାଧ୍ୟ କରିବେ । ଏଥିସହିତ ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ଯୋଡି ମଞ୍ଚରେ ସେମାନଙ୍କ ନୃତ୍ୟ ସହିତ ଏକ ଉତ୍ସାହ ସୃଷ୍ଟି କରୁଥିବା ନଜର ଆସିବେ । ଆଇପିଏଲ୍ ୨୦୨୪ ର ଓପନିଂ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ । ଆଇପିଏଲ୍୨୦୨୪ ର ଉଦଘାଟନୀ ସମାରୋହ ନିଶ୍ଚିତ ଭାବରେ ପ୍ରଶଂସକଙ୍କ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତରେ ପରିଣତ ହେବ । କାରଣ ରଙ୍ଗାରଙ୍ଗ କାର୍ୟ୍ୟକ୍ରମ ସହିତ ପ୍ରଶଂସକମାନେ ଯେତେ ବେଳେ ଏଆର୍ ରହମାନଙ୍କ ସ୍ୱରରେ ମତୁଆଲା ହୋଇପଡ଼ିବେ ଠିକ୍ ସେତିକିବେଳେ ଅକ୍ଷୟ-ଟାଇଗର ଧୁମ୍ ଧଡ଼ାକ୍ ନୃତ୍ୟ ଶୈଳୀ ଦର୍ଶକ ମହଲରେ ଭିନ୍ନ ପରିବେଶ ସୃଷ୍ଟି କରିବେ ।

ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ଏହି ୧୭ ତମ ସିଜନର ଉଦଘାଟନୀ ସମାରୋହ ଭାରତୀୟ ସମୟ ସନ୍ଧ୍ୟା ୬.୩୦ ରେ ଆରମ୍ଭ ହେବ । ଏହି ଚାରି ତାରକା ଉଦଘାଟନୀ ସମାରୋହର ଲାଇଭ୍ ଟେଲିକାଷ୍ଟ । ଷ୍ଟାର୍ ସ୍ପୋର୍ଟସ୍ ନେଟୱାର୍କରେ ଆପଣ ଦେଖିପାରିବେ । ଏହା ସହିତ ଆପଣ ଜିଓ ସିନେମାରେ ମାଗଣାରେ ଏହାର ଲାଇଭ୍ ଷ୍ଟ୍ରିମିଂ ଦେଖିପାରିବେ ଆଇପିଏଲ୍ର ଅୟମଆରମ୍ଭ ବହୁତ ଧମାକାଦାର୍ ମ୍ୟାଚ୍ରୁ ଆରମ୍ଭ ହେବ । ଏଥିରେ ଏମ୍ଏସ୍ ଧୋନିଙ୍କ ଅଧିନାୟକତ୍ୱବାଲା ଚେନ୍ନାଇ ସୁପର କିଙ୍ଗ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁକୁ ଚ୍ୟାଲେଞ୍ଜ କରୁଥିବା ଦେଖିବାକୁ ମିଳିବ । ଉଭୟ ଦଳ ବିଷୟରେ ଯଦି କହିବା, ତେବେ ଆରସିବି ପ୍ରତ୍ୟେକ ବିଭାଗରେ ଯଥେଷ୍ଟ ସନ୍ତୁଳିତ ଦେଖାଯାଏ । ଏଥି ସହିତ, ସିଏସକେର ବୋଲିଂ ଆକ୍ରମଣ ସାମାନ୍ୟ ଦୁର୍ବଳ ରହିଛି । ଏହା ସହିତ ଡିଭନ୍ କନୱେ ଏବଂ ପାଥିରାନାଙ୍କ ଆଘାତ ମଧ୍ୟ ସିଏସକେର ଟେନସନକୁ କିଛିଟା ବଢ଼ାଇ ଦେଇଛି ।

Get real time updates directly on you device, subscribe now.