fbpx

ଚଳିତ ବର୍ଷ ବିନା ଦର୍ଶକରେ ଆଇପିଏଲ୍

ନୂଆଦିଲ୍ଲୀ, ୭ା୩: ପୁଣି ଦର୍ଶକ ଫଟାଫଟ୍ କ୍ରିକେଟର ମଜା ନେବେ । ୨୦୨୧ ବର୍ଷ ପାଇଁ କ୍ରିକେଟର ମହାକୁମ୍ଭ ଆଇପିଏଲ୍ ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ଚଳିତ ବର୍ଷ ଆଇପିଏଲର ୧୪ତମ ସଂସ୍କରଣ ଭାରତରେ ଖେଳାଯିବ । ତେବେ ଚଳିତ ଥର ଆଇପିଏଲ୍ ବିନା ଦର୍ଶକରେ ଖେଳାଯିବା ନେଇ ଗଭର୍ଣ୍ଣିଂ କାଉନସିଲ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି ।

ଆଇପିଏଲ ଉପରେ ନିଷ୍ପତ୍ତି ପାଇଁ ଆଜି ଗଭର୍ଣ୍ଣିଂ କାଉନସିଲର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । କୋଭିଡର ଦ୍ୱିତୀୟ ସଂକ୍ରମଣକୁ ଦୃଷ୍ଟିରେ ରଖି ବିସିସିଆଇ ଦର୍ଶକଙ୍କୁ ଅନୁମତି ଦେବାକୁ ଚାହୁଁନାହିଁ । ମୁମ୍ବାଇ ଷ୍ଟାଡିୟମକୁ ବର୍ତ୍ତମାନ ଦର୍ଶକ ନିଷେଧ କରାଯାଇଛି । ଯଦି ଦର୍ଶକଙ୍କୁ ପଡ଼ିଆକୁ ଅନୁମତି ନାହିଁ, ତେବେ ବାରମ୍ବାର ଭେନ୍ୟୁ ପରିବର୍ତ୍ତନ କରି ଖେଳାଳିମାନେ ବିପଦପୂର୍ଣ୍ଣ ଯାତ୍ରା କରିବା ଅନୁଚିତ ବୋଲି ସାଧାରଣ ଜନତା ପ୍ରଶ୍ନ କରିଛନ୍ତି ।

Get real time updates directly on you device, subscribe now.