fbpx

IPO ଆଣୁଛି ଏହି ସରକାରୀ କମ୍ପାନୀ : ଅନେକ ଦେଶରେ ରହିଛି କାରବାର

ନୂଆଦିଲ୍ଲୀ: ଆଉ ଏକ ସରକାରୀ କମ୍ପାନୀ ଏହାର ଆଇପିଓ ଆଣିବାକୁ  ପ୍ରସ୍ତୁତି କରୁଛି । ଭାରତ ସରକାରଙ୍କ ମାଲିକାନା ଅନ୍ତର୍ଭୁକ୍ତ କମ୍ପାନୀ ୱାପକୋସ ଲିମିଟେଡ (WAPCOS Limited) ର IPO ଆସିବାକୁ ଯାଉଛି । ଜଳ ଶକ୍ତି ମନ୍ତ୍ରାଳୟ ଆଡମିନିଷ୍ଟ୍ରେଟିଭ କଣ୍ଟ୍ରୋଲରେ ଆସୁଥିବା ୱାପକୋସ ଲିମିଟେଡ ଏହାର ପ୍ରସ୍ତାବିତ ଆଇପିଓ ପାଇଁ ମାର୍କେଟ ରେଗୁଲେଟର SEBI ପାଖରେ ଇନିସିଆଲ ପେପର ଫାଇଲ କରିଛି । ଆଇପିଓରେ ୩୨,୫୦୦,୦୦ ଶେୟାର ବିଡ୍ ପାଇଁ ଉପଲବ୍ଧ ହେବ ।

ପବ୍ଲିକ୍ ଅଫର ଅନୂଯାୟୀ ଯୋଗ୍ୟ ଆନୁଷ୍ଠାନିକ କ୍ରେତାଙ୍କ ପାଇଁ ଆଲୋକେଶନ ୫୦ ପ୍ରତିଶତ ରହିଛି । ସେହିଭଳି, ରିଟେଲ ଇନେଭଷ୍ଟର୍ସଙ୍କ ପାଇଁ ଅଫରର ୩୫ ପ୍ରତିଶତରୁ ଅଧିକ ଆଲୋକେଶନ ପାଇଁ ଉପଲବ୍ଧ ହେବନାହିଁ । ଗତ ପାଞ୍ଚ ଦଶକରେ ୱାପକୋସ ଏବଂ ଏହାର ଅନୁବନ୍ଧିତ କମ୍ପାନୀ ଭାରତ ଏବଂ ବିଦେଶରେ ବିଶେଷ କରି ଦକ୍ଷିଣ ଏସିଆ ଏବଂ ଆଫ୍ରିକାରେ ପାଣି, ଶକ୍ତି ଏବଂ ଇନଫ୍ରାଷ୍ଟ୍ରକ୍ଚର ସେକ୍ଟର ପ୍ରୋଜେକ୍ଟରେ ଇଞ୍ଜିନିୟରିଂ କନ୍ସଲଟେନ୍ସୀ ସର୍ଭିସ ଉପଲବ୍ଧ କରାଇଛି । ବର୍ତ୍ତମାନ ୱାପକୋସ ଲିମିଟେଡର ୩୦ ଦେଶରେ ପ୍ରୋଜେକ୍ଟ ଚାଲୁଛି ଏବଂ ୪୫୫ ରୁ ଅଧିକ ଓଭରସିଜ୍ ପ୍ରୋଜେକ୍ଟ ସହ ଜଡ଼ିତ ଅଛି ।

ଡ୍ରାଫ୍ଟ ରେଡ୍ ହାୟାରିଙ୍ଗ ପ୍ରସପେକ୍ଟସ୍ (DHRP) ର ଉଲ୍ଲେଖ କରାଯାଇଛି ଯେ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ ରିପୋର୍ଟ ଅନୂଯାୟୀ, ଆର୍ଥିକ ବର୍ଷ ୨୦୨୨ ରେ ୱାପକୋସ ଲିମିଟେଡ, ୱାଟର ଏବଂ ଅନ୍ୟ ସହରୀ ଭିତ୍ତିଭୂମି କ୍ଷେତ୍ରରେ ଟପ୍ ୧୦ ଅନ୍ତର୍ଜାତୀୟ କନ୍ସଲଟେନ୍ସୀରେ ଆଗରେ ରହିଥିଲା । ୨୦୨୧ ରେ କମ୍ପାନୀର ରେଭେନ୍ୟୁ ୨,୫୧୨.୮୭ କୋଟି ଥିଲା । ଯାହା ୨୦୨୨ ରେ ୧୧.୩୫ ପ୍ରତିଶତ ବଢ଼ି ୨,୭୯୭.୯୯ କୋଟିରେ ପହଞ୍ଚିଛି ।

 

Get real time updates directly on you device, subscribe now.