fbpx

ଆଇପିଏସ ଗଜଭେୟଙ୍କୁ ମିଳିଲା ପଦୋନ୍ନତି: ଏସପିରୁ ହେଲେ ପୋଲିସ ଆଇଜି

Advertisement

ଆଇପିଏସ ଗଜଭେୟ ସତୀଶ କୁମାରଙ୍କୁ ପଦୋନ୍ନତି । ପୋଲିସ ଆଇଜି ଭାବେ ଗଜଭେୟଙ୍କୁ ମିଳିଲା ପଦୋନ୍ନତି । କେଉଁଠି ଗଜଭେୟଙ୍କୁ ଅବସ୍ଥାପିତ ହେବେ ଗୃହ ବିଭାଗ ନେବ ନିଷ୍ପତ୍ତି । ଡିସେମ୍ବର ୨୦୨୦ ରେ ତାଙ୍କ ବିରୋଧରେ ହୋଇଥିବା ଏକ ମାମଲାରେ ଶୁଣାଣି କରି ହାଇକୋର୍ଟ ଗଜଭେୟଙ୍କୁ ସମସ୍ତ ସୁବିଧା ଏବଂ ପଦୋନ୍ନତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଉଲ୍ଲେଖଯୋଗ୍ୟ, ଗଜବିୟେଙ୍କ ମାଲକାନଗିରି ଏସପି ଥିବା ସମୟରେ ଜଣେ ହାର୍ଡକୋର ମାଓବାଦୀଙ୍କୁ ୨୫.୦୭.୨୦୦୭ ରେ ଗିରଫ କରାଯାଇଥିଲା। ଏହାପରେ ଗଜଭେୟଙ୍କୁ ୩.୫୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା ଏବଂ ଏଥିରୁ ୧.୫୫ ଲକ୍ଷ ଟଙ୍କା ଉକ୍ତ ମାଓବାଦୀଙ୍କ ଗିରଫଦାରୀରେ ସାମିଲ ଥିବା ୬ ଜଣ ପୋଲିସ କର୍ମଚାରୀମାନଙ୍କ ପାଇଁ ପୁରସ୍କାର ଭାବରେ ଦିଆଯିବାକୁ କୁହାଯାଇଥିଲା । ଏହା ସହ ସୂଚନା ଦେଇଥିବା ଲୋକଙ୍କୁ ମଧ୍ୟ ପୁରସ୍କାର ରାଶି ଦିଆଯିବା ନେଇ କୁହାଯାଇଥିଲା ।

କିନ୍ତୁ ପୁରସ୍କାର ପାଇବାକୁ ଥିବା ପୋଲିସ କର୍ମଚାରୀ ଟଙ୍କା ପାଇନଥିବାେଇ ଅଭିଯୋଗ କରିଥିଲେ । ଯାହାକୁ ନେଇ ତକ୍ରାଳୀନ ଡିଆଇଜି ସଞ୍ଜୀବ ପଣ୍ଡାଙ୍କୁ ଏହାର ବିସ୍ତୃତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଯାହାକୁ ନେଇ ପିଟିସନ ଦାୟର କରିଥିଲେ ଗଜଭେୟ ।

Get real time updates directly on you device, subscribe now.