fbpx

କଣ ବାୟୁ ପ୍ରଦୂଷଣ ଧୀରେ ଧୀରେ ଆମର ଶୁଙ୍ଘିବା ଶକ୍ତି ଛଡାଇ ନେଉଛି? ଜାଣନ୍ତୁ କଣ କହୁଛି ରିସର୍ଚ୍ଚ

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ସମ୍ପଦ ଏହା ଆମ ସମସ୍ତଙ୍କୁ ଜଣା । ଆମକୁ ନିଜ ସ୍ୱାସ୍ଥ୍ୟକୁ ଜଗିବା ପାଇଁ ହେଲେ ଖାଦ୍ୟ ସହିତ ସୁସ୍ଥ ବାତାବରଣ ମଧ୍ୟ ନିହାତି ଆବଶ୍ୟକ । ଏହା ସହ ପ୍ରକୃତି ଆମକୁ ପାଞ୍ଚ ଇନ୍ଦ୍ରିୟ ଯଥା ଆଖି, କାନ, ନାକ, ଚର୍ମ ଏବଂ ଜିଭ ଦେଇଛି । ଦେଖିବା, ଶୁଣିବା, ସ୍ପର୍ଶ କିମ୍ବା ସ୍ୱାଦ ଅନୁଭବ କରିବା ବ୍ୟତୀତ ଗନ୍ଧ ମଧ୍ୟ ଏକ ବିଶେଷ ଅନୁଭବ ଅଟେ । ଦେଖିବା କିମ୍ବା ଶୁଣିବା ଦ୍ୱାରା ଆମ ଚାରିପାଖରେ ଥିବା ସୁନ୍ଦର ଦୁନିଆକୁ ଆମେ ଯେତେ ଅନୁଭବ କରୁ, ଗନ୍ଧର ଭୂମିକା ମଧ୍ୟ ସେତେ ଅଧିକ । କିନ୍ତୁ ଥରେ ଚିନ୍ତା କର ଏବଂ ଦେଖ ଯଦି ତୁମେ ଫୁଲ, ମସଲା କିମ୍ବା ସୁଗନ୍ଧକୁ ଅନୁଭବ କରିବାରେ ସକ୍ଷମ ନହେଲ, ତେବେ ତୁମ ଜୀବନରେ କେତେ ପରିବର୍ତ୍ତନ ହେବ ।ଯାହାର ଝଲକ ଆପଣ ମାନେ କୋଭିଡ୍ -୧୯ସମୟରେ ଦେଖି ସାରିଛନ୍ତି । କୋଭିଡ୍ ର ଅନ୍ୟତମ ଲକ୍ଷଣ ଥିଲା ସ୍ୱାଦ କିମ୍ବା ଗନ୍ଧଶକ୍ତି ନଷ୍ଟ କରିବା ।

ଗନ୍ଧ ହରାଇବା ଆମର ସମଗ୍ର ଜୀବନର ଗୁଣ ଉପରେ ପ୍ରଭାବ ପକାଇପାରେ। କିନ୍ତୁ ଆପଣ ଜାଣନ୍ତି ବାୟୁମଣ୍ଡଳ ପ୍ରଦୂଷଣ ଆମ ଶୁଙ୍ଘିବା ଶକ୍ତି ଉପରେ କେତେ ପ୍ରଭାବ ପକାଉଛି । ଆଜି କଲି PM 2.5 ପରି ଅନେକ ପ୍ରଦୂଷକ ବାୟୁମଣ୍ଡଳରେ ଯାନବାହନ, ବିଦ୍ୟୁତ୍ ଷ୍ଟେସନ୍ ଏବଂ ଆମ ଘରେ ଇନ୍ଧନର ଜାଳେଣିରୁ ବହୁ ପରିମାଣରେ ବ୍ୟାପୁଛି । ଏପରି ପରିସ୍ଥିତିରେ, ଏହା ଅଧିକ ଚିନ୍ତାର ବିଷୟ ପାଲଟିଛି । ସୂଚନାମୁତାବକ ଆମ ମସ୍ତିଷ୍କର ନିମ୍ନ ଭାଗରେ, ନାକ ଉପରେ ଏକ ଅଲଫ୍ୟାକ୍ଟ୍ରି ବଲ୍ବ ଅଛି।ଏହି ସମ୍ବେଦନଶୀଳ ଟିସୁ ହିଁ ଆମକୁ ଗନ୍ଧର ବାର୍ତ୍ତା ପହଞ୍ଚାଇବାରେ ସାହାଯ୍ୟ କରେ। ମସ୍ତିଷ୍କରେ ପ୍ରବେଶ କରୁଥିବା ଜୀବାଣୁ ଏବଂ ପ୍ରଦୂଷକରୁ ଏହା ମଧ୍ୟ ଆମର ପ୍ରଥମ ପ୍ରତିରକ୍ଷା। ଅବଶ୍ୟ, ବାରମ୍ବାର ଏକ୍ସପୋଜର ହେତୁ ଏହାର ପ୍ରତିରକ୍ଷା ଧୀରେ ଧୀରେ ଖରାପ ହୋଇଯାଏ।

ପରିବେଶ ମହାମାରୀ ବିଶେଷଜ୍ଞ ଗତ ଚାରି ବର୍ଷ ମଧ୍ୟରେ ଜନ୍ ହପକିନ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୨,୬୯୦ ରୋଗୀଙ୍କ ତଥ୍ୟର କେସ୍-କଣ୍ଟ୍ରୋଲ୍ ଷ୍ଟଡି ସ୍ଥାପନ କରିଥିଲେ। ଏହା ଜାଣିବାକୁ ପାଇଲା ଯେ ପ୍ରାୟ ୨୦% ଆନୋସମିଆ ଥିଲେ ଏବଂ ଅଧିକାଂଶ ଧୂମପାନକାରୀ ନଥିଲେ। ଅଧ୍ୟୟନରୁ ଯାହା ଜଣ ପଡିଲା PM 2.5 ସ୍ତରଗୁଡିକ ଆନ୍ସୋମିଆ ରୋଗୀମାନେ ରହୁଥିବା ଅଞ୍ଚଳରେ “ଯଥେଷ୍ଟ ଅଧିକ” ବୋଲି ଜଣାପଡିଛି । ଅଧ୍ୟୟନ ସିଦ୍ଧାନ୍ତରୁ ଏହା ସ୍ପଷ୍ଟ ହୋଇଛି ଯେ PM2.5 ସଂସ୍ପର୍ଶରେ ଆସିଥିବା ଲୋକଙ୍କ ମଧ୍ୟରେ ଆନ୍ସୋମିଆର ଏକ ଛୋଟ ବୃଦ୍ଧି ମଧ୍ୟ ଏହି ସମସ୍ୟା ସହିତ ଜଡିତ ହୋଇପାରେ। ଏଭଳି ପରିସ୍ଥିତିରେ ଆମକୁ ଅଧିକ ସତର୍କ ରହିବା ଆବଶ୍ୟକ। ସର୍ବଶେଷରେ, ବାୟୁ ପ୍ରଦୂଷଣର ଏହି ସମସ୍ୟା ଆମକୁ ଆଗକୁ ବହୁତ ବଡ ବିପଦ ଆଡକୁ ଠେଲି ଦେଉଛି। ଯଦି ଆମେ ଏବେ ଠାରୁ ଏହି ସବୁ ଦିଗ ପ୍ରତି ଧ୍ୟାନ ନ ଦେବା କିମ୍ବା ପ୍ରକୃତି କୁ ବଞ୍ଚାଇବା ପାଇଁ ଚେଷ୍ଟା ନ କରିବା ତେବେ ଏହା ଆଗକୁ ଆମ ପାଇଁ ବହୁତ ସମସ୍ୟା ସୃଷ୍ଟି କରିବ ।

Get real time updates directly on you device, subscribe now.