fbpx

ସମ୍ମୁଖ ଯୁଦ୍ଧ ପାଇଁ ତୟାର ଇରାନ- ଇଜରାଏଲ, ଥରହର ମଧ୍ୟପ୍ରାଚ୍ୟ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ହୋଇଉଠିଛି ଆଶାନ୍ତ । ହିଜବୁଲାହକୁ ଦମନ କରିବାକୁ ଇଜରାଏଲ ଲେବାନନ ଉପରେ ଆକ୍ରମଣ କରିବା ପରେ ଇରାନ କରିଛି ଇଜରାଏଲ ଉପରେ ଆକ୍ରମଣ । ଗତକାଲି ଇରାନ ପ୍ରାୟ ୨୦୦ ମିଜାଇଲ ଆଟାକ କରିଛି ଇଜରାଏଲ ଉପରେ । ଏହି ଆକ୍ରମଣରେ ଇଜରାଏଲର ଗୁଇନ୍ଦା ସଂସ୍ଥା ମୋସାଦର ହେଡକ୍ୱାଟର ଓ ଦୁଇଟି ଏୟାର ବେସ ନଷ୍ଟ ହୋଇଯାଇଛି । ଯାହାକୁ ନେଇ ଇରାନକୁ ଚେତାବନୀ ଦେଇଛନ୍ତି ଇଜରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ । ଫଳରେ ମଧ୍ୟପ୍ରଚ୍ୟରେ ଯୁଦ୍ଧ ହେବା ଆଶଙ୍କା ବଢିଯାଇଛି ।

ତେବେ ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହେଲେ କାହାର ପଲା ଭାରି ରହିବ?

କାହାର ମିଲିଟାରୀ ସାମର୍ଥ୍ୟ କେତେ?

କେଉଁଠି ରହିଛି ଦୁଇ ଦେଶର ଦର୍ବଳତା?

ଏମିତି ବିଭିନ୍ନ ଦିଗକୁ ନେଇ ଆରମ୍ଭ ହୋଇଛି ଆଲୋଚନା ପର୍ଯ୍ୟାଲୋଚନା । ତେବେ ବିଶେଷଜ୍ଞଙ୍କ ମତଦେ ଉଭୟ ଦେଶ ମଧ୍ୟରେ ସୈନ୍ୟ କ୍ଷମତାରେ ସେମିତି କୌଣସି ଅନ୍ତର ନାହିଁ । ଗ୍ଲୋବଲ ଫାୟାର ପାଓ୍ବାର ଇଣ୍ଡେକ୍ସ ମୁତାବକ ଗ୍ଲୋବଲ ରାଙ୍କିଗରେ ଇରାନ ୧୪ ସ୍ଥାନରେ ରହିଛି, ଯେତେବେଳେ କି ଇଜରାଏଲ ରହିଛି ୧୭ତମ ସ୍ଥାନରେ । ଉଭୟ ଦେଶର ରାଜଧାନୀ ତେହରାନ ଓ ଜେରୁଜେଲମ ମଧ୍ୟରେ ରହିଛି ୧୮୫୦ କିମିର ଦୂରତା । ତେଣୁ ଉଭୟ ମଧ୍ୟରେ ପରମ୍ପରାଗତ ଯୁଦ୍ଧସ୍ଥିତି ହେବା କଷ୍ଟକର । ତେଣୁ ଖାଲି ଆକାଶ ମାର୍ଗରୁ ଉଭୟ ଉଭୟଙ୍କୁ ଆକ୍ରମଣ କରିପାରିବେ ।

ଏହି ଦୃଷ୍ଟିରୁ ଇଜରାଏଲ ଇରାନଠାରୁ ଆଗରେ ରହିଛି । ଇଜରାଏଲ ପାଖରେ ୬୧୨ ଫାଇଟର ଜେଟ ରହିଥିବା ବେଳେ ଇରାନ ପାଖରେ ୫୫୧ଟି ରହିଛି । ଏଥିସହ ଇଜରାଏଲର ଫାଇଟର ଜେଟର କ୍ଷମତା ଓ ଶକ୍ତି ଇରାନଠାରୁ ବହୁ ଅଧିକ ରହିଛି । ଇରାନ ଟେକ୍ନୋଲୋଜି ଓ ଜ୍ଞାନ କୌଶଳରେ ଇଜରାଏଲଠାରୁ ବହୁ ପଛରେ ରହିଛି, ଯାହା ଇରାନକୁ ଭାରିପଡିବ । ହେଲେ ହିଜବୁଲ୍ଲା ଟେକ୍ନିକାଲି ସୁଦୃଢ ରହିଛି ।

ଅନ୍ୟପଟରେ ବାୟୁସେନାରେ ଇରାନ ଦୁର୍ବଳ ହୋଇଥିଲେ ମଧ୍ୟ ତାକୁ ରହିଛି ହମାସ ଓ ହିଜବୁଲ୍ଲାର ପୂର୍ଣ୍ଣ ସମର୍ଥନ । ଏଥିସହ ୟମନର ହୁତି ବିଦ୍ରୋହୀ ଓ ଇରାକର ଶିତେ ମିଲିଶିୟା ମଧ୍ୟ ଇରାନର ସହଯୋଗୀ ଭାବେ ଜଣାଶୁଣା । ସେପଟେ ବିଶ୍ୱର ସୁପର ପାୱାର କୁହାଯାଉଥିବା ଆମେରିକା ରହିଛି ଇଜରାଏଲ ସହ । ମିଡିଲ ଇଷ୍ଟରେ ଆମେରିକାର ଥିବା ବେସରୁ ଇଜରାଏଲକୁ ପୂର୍ଣ୍ଣ ସହାୟତା ମିଳିଥାଏ । ଏଥିସହ ଇରାନର ମିଜାଇଲ ଆଟାକ ପ୍ରତିହତରେ ମଧ୍ୟ ଆମେରିକା ଇଜରାଏଲକୁ ସାହାଯ୍ୟ କରିଆସିଛି । ଆଗକୁ ମଧ୍ୟ ଇଜରାଏଲ ସହ ରହିବ ଆମେରିକା ।

 

Get real time updates directly on you device, subscribe now.