ତେହେରାନ,୧୮ା୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଆମେରିକାର ପ୍ରବେଶ ମଧ୍ୟପ୍ରାଚ୍ୟ ଆଡ଼କୁ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ଇରାନର ସୁପ୍ରିମ୍ ଲିଡର ଆୟାତୋଲ୍ଲା ଅଲି ଖାମେନେଇ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଜବାବ ଦେଇ କହିଛନ୍ତି , ଇରାନ ପ୍ରତ୍ୟେକ ଶହୀଦଙ୍କ ମୃତ୍ୟୁର କଡ଼ାଗଣ୍ଡା କି ହିସାବ ନେବ ।
ଟ୍ରମ୍ଫଙ୍କ ଧମକକୁ ଉଲ୍ଲେଖ କରି ଖାମେନେଇ କହିଛନ୍ତି, ଯେଉଁମାନେ ଇରାନର ଇତିହାସ ଜାଣନ୍ତି ସେମାନେ ଜାଣନ୍ତି ଯେ, ଇରାନୀମାନେ ଧମକର ଭାଷାର ଭଲ ଜବାବ ଦିଅନ୍ତି ନାହିଁ। ସେ କହିଛନ୍ତି, ଇରାନ ଲାଗୁ କରାଯାଇଥିବା ଶାନ୍ତି କିମ୍ବା ଯୁଦ୍ଧ ଗ୍ରହଣ କରିବ ନାହିଁ।
ଖାମେନେଇ କହିଛନ୍ତି, ଆମେରିକା ଜାଣିବା ଉଚିତ ଯେ, ଇରାନ ଆତ୍ମସମର୍ପଣ କରିବ ନାହିଁ। ଯଦି ଆମେରିକୀୟ ସେନା କୌଣସି ପ୍ରକାରର ଆକ୍ରମଣ ଆରମ୍ଭ କରେ, ତେବେ ସେମାନଙ୍କୁ ଗମ୍ଭୀର ପରିଣାମ ଭୋଗ କରିବାକୁ ପଡିବ।
ଖାମେନେଇ କହିଛନ୍ତି, ଇସ୍ରାଏଲ ଏକ ବଡ଼ ଭୁଲ କରିଛି ଏବଂ ଏହାକୁ ଏହାର ଭୁଲ ପାଇଁ ଦଣ୍ଡ ଦିଆଯିବ। ସେ କହିଛନ୍ତି, ଆମେ ଶହୀଦଙ୍କ ରକ୍ତ ଏବଂ ଆମ ଅଞ୍ଚଳରେ ଆକ୍ରମଣକୁ କେବେ ଭୁଲିବୁ ନାହିଁ। ଆମେରିକା ଜାଣିବା ଉଚିତ ଇରାନ ଆତ୍ମସମର୍ପଣ କରିବ ନାହିଁ। ଇରାନର ବୈଦେଶିକ ମନ୍ତ୍ରଣାଳୟ କହିଛି, ଆମେରିକାର ଯେକୌଣସି ପ୍ରକାରର ହସ୍ତକ୍ଷେପ ଏହି ଅଞ୍ଚଳରେ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧ ସୃଷ୍ଟି କରିବ।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର କାନାଡାରେ ଅନୁଷ୍ଠିତ G7 ସମ୍ମିଳନୀରୁ ୱାଶିଂଟନ ଫେରିବା ପରେ କହିଥିଲେ ଇରାନ ପରମାଣୁ ଅସ୍ତ୍ର ରଖିପାରିବ ନାହିଁ। ସେ ଇରାନର ଆକାଶ ଉପରେ ଆମେରିକାର ନିୟନ୍ତ୍ରଣ ମଧ୍ୟ ଦାବି କରିଥିଲେ। ଟ୍ରମ୍ପ କହିଥିଲେ, ଇରାନ ପାଖରେ ଭଲ ସ୍କାଏ ଟ୍ରାକର ଏବଂ ଅନ୍ୟାନ୍ୟ ପ୍ରତିରକ୍ଷା ଉପକରଣ ଥିଲା ଏବଂ ଏସବୁ ବହୁତ ଥିଲା, କିନ୍ତୁ ଏହାକୁ ଆମେରିକାରେ ତିଆରି ପ୍ରଯୁକ୍ତିବିଦ୍ୟା ସହିତ ତୁଳନା କରାଯାଇପାରିବ ନାହିଁ। ଆମେରିକାଠାରୁ ଭଲ କେହି କରିପାରିବେ ନାହିଁ।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ନିଃସର୍ତ୍ତ ଆତ୍ମସମର୍ପଣ କରିବାକୁ କହିଥିଲେ। ଟ୍ରମ୍ପ କହିଥିଲେ, ଆମେରିକା ଜାଣେ ଇରାନର ସୁପ୍ରିମ୍ ଲିଡରଙ୍କ ସ୍ଥାନ କେଉଁଠାରେ ଲୁଚି ରହିଛି। ଆମେ ବର୍ତ୍ତମାନ ପାଇଁ ତାଙ୍କ ଉପରେ ଆକ୍ରମଣ କରିବୁ ନାହିଁ, କିନ୍ତୁ ଆମର ଧୈର୍ଯ୍ୟ ଧୀରେ ଧୀରେ ଶେଷ ହେଉଛି।