fbpx

ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ, ଠାବ ହେଲା ବିମାନର ଭଗ୍ନାବଶେଷ

ନୂଆଦିଲ୍ଲୀ: ଇରାନ ପାଇଁ ଦୁଃଖଦ ଖବର । ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ହେଲିକପ୍ଟର ଦୁର୍ଘଟଣାରେ ତାଙ୍କର ପ୍ରାଣହାନି ଘଟିଛି । ବୈଦେଶିକ ମନ୍ତ୍ରୀଙ୍କ ସମେତ ୯ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ଆଶଙ୍କା କରାଯାଉଛି । ଦୁର୍ଘଟଣା ପରେ ଗତକାଲିଠାରୁ ନିଖୋଜ ଥିଲା ବିମାନ । ଦୁର୍ଘଟଣାଗ୍ରସ୍ତ ବିମାନର ଭଗ୍ନାବଶେଷ ବର୍ତ୍ତମାନ ଠାବ କରାଯାଇଛି ।

ସୂଚନା ଅନୁଯାୟୀ, ରବିବାର ଦିନ ୩ଟା ସମୟରେ ରଈସିଙ୍କ ହେଲିକପ୍ଟରଟି ଆଜରବାଇଜାନର ଘନ ଓ ପାହାଡ଼ିଆ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବୈଦେଶିକ ମନ୍ତ୍ରୀ ଇବ୍ରାହିମ ରାଇସି ଏବଂ ଅନ୍ୟ ଅଧିକାରୀମାନେ ମଧ୍ୟ ଏହି ହେଲିକପ୍ଟରରେ ଥିଲେ। ତେବେ ଦୁର୍ଘଟଣା ପରେ ଇରାନ ରାଷ୍ଟ୍ରପତିଙ୍କ ସହ ଯୋଗଯୋଗ ହୋଇପାରିନଥିଲା।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ରାଷ୍ଟ୍ରପତି ରଇସି ପୂର୍ବ ଅଜରବାଇଜାନ ଅଞ୍ଚଳରେ ଯାତ୍ରା କରିବା ବେଳେ ରାଷ୍ଟ୍ରପତିଙ୍କ ହେଲିକପ୍ଟର ସମେତ ମୋଟ ତିନୋଟି ହେଲିକପ୍ଟର ଥିଲା । ଇରାନର ରାଜଧାନୀରୁ ପାଖାପାଖି ୬୦୦ କିଲୋମିଟର ଦୂର ଉତ୍ତର ପଶ୍ଚିମର ଜୋଲଫା ସହରରେ ହଠାତ୍ ତାଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।ପ୍ରବଳ ବର୍ଷା କାରଣରୁ ଉଦ୍ଧାରକାର୍ଯ୍ୟରେ ବିଳମ୍ବ ହୋଇଥିଲା। ଅନ୍ୟପଟେ ଅଧିକାରୀ ଓ ସେନା ଦୁର୍ଘଟଣାସ୍ଥଳରେ ପହଞ୍ଚିବା ପାଇଁ ଡ୍ରୋନର ସହାୟତା ନେଇଥିଲେ। ଦୀର୍ଘ ୧୭ ଘଣ୍ଟା ପରେ ରାଷ୍ଟ୍ରପତିଙ୍କର ମୃତ୍ୟୁ ଘଟିଥିଲା।

Get real time updates directly on you device, subscribe now.