fbpx

IRDAI ପକ୍ଷରୁ ବିଜ୍ଞପ୍ତି: ଭୁବନେଶ୍ୱରରେ ହେବ ପରୀକ୍ଷା, ପ୍ରାର୍ଥୀଙ୍କୁ ମିଳିବ ମାସିକ ୧ ଲକ୍ଷ ୪୦ ହଜାର ଟଙ୍କା ବେତନ

ନୂଆଦିଲ୍ଲୀ: ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଭାରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧିକରଣ (ଆଇଆରଡିଏଆଇ) ପକ୍ଷରୁ ଏକ ନିଯୁକ୍ତି ବିଜ୍ଞପ୍ତି ଜାରି କରାଯାଇଛି । ଅନେକ ସିନିୟର ପଦରେ ନିଯୁକ୍ତି ପାଇଁ ଅଗଷ୍ଟ ୨୧ରୁ ଅନଲାଇନ୍ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ସେପ୍ଟେମ୍ବର ୨୦ ଆବେଦନର ଅନ୍ତିମ ତାରିଖ ରହିଛି । ପ୍ରାର୍ଥୀଙ୍କୁ ୭୫୦ ଟଙ୍କାର ଆବେଦନ ଫିସ୍ ଜମା କରିବାକୁ ପଡ଼ିବ । ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ପିଡବ୍ଲ୍ୟୁବିଡି ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ ୧୦୦ ଟଙ୍କା ରହିଛି । ପେମେଣ୍ଟ ଅନଲାଇନ୍ ମୋଡ଼ରେ ଗ୍ରହଣ କରାଯିବ । ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ବେସିକ୍ ପେ’ ୪୪,୫୦୦ ଟଙ୍କା ରହିଥିବା ବେଳେ ପ୍ରଥମ ମାସରେ ପ୍ରାର୍ଥୀଙ୍କୁ ପାଖାପାଖି ୧.୪୬ ଲକ୍ଷ ଟଙ୍କା ପ୍ରଦାନ କରାଯିବ ।

ଆବେଦନର ଅନ୍ତିମ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୧ ବର୍ଷ ଓ ସର୍ବାଧିକ ବୟସ ୩୦ ବର୍ଷ ହୋଇଥିବା ଆବଶ୍ୟକ । ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ଯେ ପ୍ରାସଙ୍ଗିକ ବିଭାଗରେ ଏସିଏ / ଏଆଇସିଡବ୍ଲ୍ୟୁଏ / ଏସିଏମଏ / ଏସିଏସ / ସିଏଫଏ/ ଯେ କୌଣସି ସ୍ନାତକ / ପିଜି ରହିଥିବା ଆବଶ୍ୟକ । ଆସିଷ୍ଟାଣ୍ଟ ମ୍ୟାନେଜର ପଦରେ ୪୯ଟି ପଦ ପୂରଣ ହେବ । ସମସ୍ତ ବର୍ଗର ପ୍ରାର୍ଥୀଙ୍କ ପାଇଁ ପଦ ସଂରକ୍ଷିତ ରହିଛି । ସବୁଠାରୁ ବଡ଼ କଥା ହେଉଛି ଏହି ପଦ ପାଇଁ ଦେଶର ବିଭିନ୍ନ ପରୀକ୍ଷା କେନ୍ଦ୍ର ସମେତ ଓଡ଼ିଶାର ଭୁବନେଶ୍ୱରରେ ଆୟୋଜିତ ହେବ । ତେଣୁ ରାଜ୍ୟର ପ୍ରାର୍ଥୀଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ । ଏହି ନିଯୁକ୍ତି ବାବଦରେ ସବିଶେଷ ବିବରଣୀ ପାଇବା ପାଇଁ ପ୍ରାର୍ଥୀମାନେ ନିମ୍ନୋକ୍ତ ନୋଟିଫିକେସନ ଲିଙ୍କକୁ ଯାଇ ଦେଖିପାରିବେ ।

ନୋଟିଫିକେସନ ଲିଙ୍କ: https://irdai.gov.in/notifications/vacancies

Get real time updates directly on you device, subscribe now.