fbpx

କ’ଣ ସତରେ ଶାପଗ୍ରସ୍ତ ରାମ ନଗରୀ ଅଯୋଧ୍ୟା ? ଅଯୋଧ୍ୟାବାସୀଙ୍କ ମୁହଁରେ ପୁଣି ଏହି ଲୋକକଥାକୁ ନେଇ କାହିଁକି ବଢୁଛି ଚର୍ଚ୍ଚା

Advertisement

ନୂଆଦିଲ୍ଲୀ: ଭାରତୀୟ ଗଣତନ୍ତ୍ରରେ ଏକ ଅନାବଶ୍ୟକ କଥା ଦେଖାଯାଇଥାଏ କି ଯେଉଁ ନିର୍ବାଚନ କ୍ଷେତ୍ରରେ କ୍ଷମତାଧାରୀ ପାର୍ଟି ନିର୍ବାଚନ ଜିତି ଥାଏ ସେଠାରେ ବିକାଶ କାର୍ଯ୍ୟ ହୋଇଥାଏ । ସେଠାରେ ସବୁକିଛି ପ୍ରାୟ ଠିକ୍‌ଠାକ୍ ଚାଲିଥାଏ । ଅପରପକ୍ଷେ ଯେଉଁଠାରୁ କ୍ଷମତାଧାରୀ ଦଳର ପ୍ରତିନିଧି ପରାଜୟ ବରଣ କରିଥାନ୍ତି ସେଠାରେ ବିକାଶ ଠପ୍ ହୋଇଯାଏ । ରାସ୍ତାଘାଟ ଠାରୁ ବିଜୁଳି ପାଣି ପର୍ଯ୍ୟନ୍ତ ସବୁଥିରେ ଜନସାଧାରଣଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ।

ଅଯୋଧ୍ୟାବାସୀଙ୍କ ମନରେ ଏବେ ପ୍ରଶ୍ନ ସେମାନଙ୍କ ସହ ପୁଣି କ’ଣ ଏପରି କିଛି ହେବାକୁ ଯାଉଛି? ଯେବେଠାରୁ କେନ୍ଦ୍ର ଓ ରାଜ୍ୟ ଉଭୟ କ୍ଷେତ୍ରରେ କ୍ଷମତାଧାରୀ ବିଜେପିକୁ ସଂସଦୀୟ ନିର୍ବାଚନରେ ଏଠାରେ ପରାଜୟ ମିଳିଛି ସେବେଠାରୁ ସୋସିଆଲ ମିଡିଆରେ ଲୋକମାନେ ଅଯୋଧ୍ୟାକୁ ଶାପଗ୍ରସ୍ତ ହୋଇଥିବା ନେଇ ଲୋକକଥାର ଚର୍ଚ୍ଚା କରିବାରେ ଲାଗିଛନ୍ତି । ଅଯୋଧ୍ୟାବାସୀଙ୍କୁ ଭୟ ଯେ, ସେମାନଙ୍କ ଉପରେ ପୁଣି ଥରେ ସୀତାମାତାଙ୍କ ଅଭିଶାପର ଛାୟା ପଡିଯାଇନି ତ?

ଏକଦା ଟିଭି ଚ୍ୟାନେଲ ସହ ସାକ୍ଷାତକାର ସମୟରେ ଅଯୋଧ୍ୟାର ରାଜା ଭାବରେ ପରିଚିତ ବିମଳେନ୍ଦ୍ର ମୋହନ ପ୍ରତାପ ମିଶ୍ର କହିଛନ୍ତି, ସ୍ଥାନୀୟ କିମ୍ବଦନ୍ତ୍ରୀ ଅନୁସାରେ ଯେତେବେଳେ ଭଗବାନ ରାମ ଅପବାଦ କାରଣରୁ ମାତା ସୀତାଙ୍କୁ ଅଯୋଧ୍ୟାରୁ ବାହାର କରିଦେଇଥିଲେ ସେତେବେଳେ ମାତା ସୀତା ଅଭିଶାପ ଦେଇଥିଲେ । ବହୁ ଲୋକଙ୍କ ମତ ଏହି ଅଭିଶାପ କାରଣରୁ ସହରରେ କେବେ ବି ତୀବ୍ର ଗତିରେ ବିକାଶ ହୋଇପାରି ନାହିଁ ।

Get real time updates directly on you device, subscribe now.