ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ପୋଷ୍ଟରେ ଦାବି କରାଯାଇଛି ଯେ ଫ୍ଲିପକାର୍ଟରେ ଅର୍ଡର ବାତିଲ କରିବା ପାଇଁ ଏବେ ଆପଣଙ୍କୁ ୨୦ ଟଙ୍କା ଶୁଳ୍କ ଦେବାକୁ ପଡିବ । ଏବେ ଏହି ଇ-କମର୍ସ କମ୍ପାନୀ ଅର୍ଡର ବାତିଲ କରିବା ପାଇଁ ଫି ଆଦାୟ କରୁଛି । ପୋଷ୍ଟଟି ଭାଇରାଲ ହେବା ପରେ କିଛି ଉପଭୋକ୍ତାମାନେ ଆଶ୍ଚର୍ଯ୍ୟ ହେବା ସହ ଚିନ୍ତାରେ ମଧ୍ୟ ପଡିଯାଇଛନ୍ତି । ଆଉ ଏବେ ଚାରିଆଡେ ଚର୍ଚ୍ଚାରେ ବିଷୟ ପାଲଟିଯାଇଛି । ତେବେ ଭାଇରାଲ ହେଉଥିବା ଏହି ପୋଷ୍ଟକୁ ନେଇ ମୁହଁ ଖୋଲିଛି କମ୍ପାନୀ ।
ଫ୍ଲିପକାର୍ଟ କହିଛି ଆମ କମ୍ପାନିରେ ଅର୍ଡର ବାତିଲ କରିବା ପାଇଁ ଦେୟ ଦେବାକୁ ପଡିବ ଏନେଇ କୌଣସି ନିୟମ ନାହିଁ। କମ୍ପାନୀ ସ୍ପଷ୍ଟ କରିଛି ଯେ ଏହି ନିୟମ ଗତ ଦୁଇ ବର୍ଷ ଧରି କାର୍ଯ୍ୟକାରୀ ହୋଇଛି ଏବଂ ଅର୍ଡର ରଖିବାର ୨୪ ଘଣ୍ଟା ପରେ ଅର୍ଡର ବାତିଲ ହେଲେ ଏହି ନିୟମ ଲାଗୁ ହୁଏ । ୨୪ ଘଣ୍ଟା ମଧ୍ୟରେ ଅର୍ଡର ବାତିଲ ହେଲେ କୌଣସି ଦେୟ ଦେବାକୁ ପଡେ ନାହିଁ । ୨୪ ଘଣ୍ଟା ସମୟ ଏଥିପାଇଁ ଦିଆଯାଏ ଯଦ୍ଵାରା ଗ୍ରାହକମାନେ ସେମାନଙ୍କର ମତ ପରିବର୍ତ୍ତନ କରିବାକୁ ସମୟ ପାଇପାରିବେ ।
ଫ୍ଲିପକାର୍ଟ କହିଛି ଯେ, ଯେତେବେଳେ ଜଣେ ଗ୍ରାହକ ଅର୍ଡର ବାତିଲ କରନ୍ତି, ସେତେବେଳେ କମ୍ପାନୀ କ୍ଷତି ସହିଥାଏ । ଏହାର କାରଣ ହେଉଛି ସାମଗ୍ରୀ ପ୍ୟାକ୍ କରିବା ଏବଂ ପଠାଇବାରେ ଟଙ୍କା ଖର୍ଚ୍ଚ ହୋଇଥାଏ । ତେଣୁ ଯଦି କୌଣସି ଗ୍ରାହକ ଅର୍ଡର କରିବାର ୨୪ ଘଣ୍ଟା ପରେ ବାତିଲ କରନ୍ତି, ତେବେ ତାଙ୍କଠାରୁ ୨୦ ଟଙ୍କା ଆଦାୟ କରାଯାଏ । ଏହି ଫି କମ୍ପାନୀ ଦ୍ୱାରା ହୋଇଥିବା କ୍ଷତିର ଭରଣା କରେ । ତେବେ କେତେକ କ୍ଷେତ୍ରରେ ଏହା ହୋଇନଥାଏ ।
କମ୍ପାନୀ ଅନୁଯାୟୀ, ଏହି ନିୟମ ଦୀର୍ଘ ଦିନ ଧରି କାର୍ଯ୍ୟକାରୀ ହୋଇ ଆସୁଛି । କିନ୍ତୁ ଅନେକ ଲୋକ ଏହା ଜାଣି ନାହାଁନ୍ତି। ଯେତେବେଳେ ଲୋକମାନେ ଏ ବିଷୟରେ ଜାଣିଲେ, ସେମାନେ ଏହାକୁ ବିରୋଧ କରିବା ଆରମ୍ଭ କଲେ । କିନ୍ତୁ ଅର୍ଡର ବାତିଲ କରିବା ଦ୍ୱାରା କମ୍ପାନୀ କ୍ଷତି ସହେ । ତେଣୁ ଏହି ଦେୟ ଯଥାର୍ଥ ଅଟେ ବୋଲି କହିଛି କମ୍ପାନି ।