fbpx

ଖାଲି ପେଟରେ କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ ଭଲ ନା ଖରାପ? ଜାଣନ୍ତୁ ପ୍ରଣାଳି ଏବଂ ସମୟ

ଓଡ଼ିଶା ଭାସ୍କର: ଦୁଗ୍ଧ ଶରୀର ପାଇଁ ଅଧିକ ଲାଭଦାୟକ, କାରଣ ଏଥିରେ ଅନେକ ସାରା ପୋଷକ ତତ୍ତ୍ୱରେ ଭରପୁର ହୋଇଥାଏ । ଏଥିରେ କ୍ୟାଲସିୟମ,ପୋଟ୍ରିନ ଏବଂ ହେଲଦୀ ଫ୍ୟାଟ ଭଳି ଆବଶ୍ୟକୀୟ ମଲ୍ଟି ନ୍ୟୁଟ୍ରିଏଣ୍ଟସ ଅଧିକ ମାତ୍ରାରେ ରହିଥାଏ । କ୍ଷୀର ପିଇବା ଦ୍ୱାରା ଦୁର୍ବଳ ହାଡ ମଜବୁତ ହୋଇଥାଏ । ଏଥିସହ ମାଂସପେଶୀ ମଜବୁତ ହୋଇଥାଏ । ଏଥିରେ ଶରୀର ଏବଂ ମସ୍ତିସ୍କ ଅଧିକ ଆକ୍ଟିଭ ରହିଥାଏ ।

ଭିଟାମିନ ଡି ମସ୍ତିସ୍କ ପାଇଁ ଭଲ ହୋଇଥାଏ । ହେଲେ ଅନେକ ଥର ପ୍ରଶ୍ନ ଆସିଥାଏ ଏହାକୁ ଖାଲି ପେଟରେ ପିଇବା ଆବଶ୍ୟକ ନା ଖାଦ୍ୟ ପରେ । ଏଥିସହ ଏହାକୁ ପିଇବାର ସଠିକ ସମୟ କଣ । ତେବେ ସକାଳୁ କ୍ଷୀର ପିଇବା ଦ୍ୱାରା ପାଚନ ଭଲ ରହିଥାଏ । ସକାଳେ କ୍ଷିର ପିଇବା ଦ୍ୱାରା ଦୁର୍ବଳ ହାଡକୁ ଶକ୍ତି ମିଳିଥାଏ । ମାଂସପେଶୀ ମଜବୁତ ହୋଇଥାଏ । ସକାଳ ସମୟରେ ଦୁଗ୍ଧ ପିଇବା ଅଧିକ ଫାଇଦା ହୋଇଥାଏ ।

କିଛି ଲୋକଙ୍କୁ ଲାକ୍ଟୋଜର ଅସୁବିଧା ରହିଥାଏ, ଏହି କାରଣରୁ ପେଟରେ କଷ୍ଟ ହେବା ଗ୍ୟାସ ସମସ୍ୟା ସୃଷ୍ଟି ହୋଇଥାଏ । ଏହି ଲୋକମାନେ ଖାଲିପେଟରେ କ୍ଷୀର ପିଇଲେ ଏମାନଙ୍କୁ ଏସିଡିଟୀ ହୋଇଥାଏ । ଯେଉଁଲୋକଙ୍କୁ ଖାଲିପେଟରେ କ୍ଷୀର ପିଇବାକୁ ଚାହୁଁଛନ୍ତି, ସେମାନଙ୍କର ଏସିଡିଟୀ ସମସ୍ୟା ନ ରହିଥୁବା ଆବଶ୍ୟକ ।

ଯଦି ଆପଣ କ୍ଷୀରକୁ ଜଳଖିଆ ଖାଇବା ପରେ ପିଉଛନ୍ତି, ତେବେ ଆପଣଙ୍କ ପାଇଁ ଏହା ସଠିକ ରହିବ ବୋଲି ରିସର୍ଚରୁ ଜଣାପଡଛି । ଓଜନ କମ କରିବା ବା ହୃଦୟ ସହ ଜଡିତ ରୋଗ ରହିଲେ ଆପଣ ଖାଲି ପେଟରେ ନୁହେଁ ରାତିରେ ଶୋଇବା ପୂର୍ବରୁ କ୍ଷୀର ପିଇବା ଆବଶ୍ୟକ । ରାତିରେ ଦୁଗ୍ଧ ପିଇବା ଦ୍ୱାରା ନୀଦ ଭଲ ଆସିଥାଏ ଏଥିସହ ଆପଣ କ୍ଷୀରରେ ହଳଦୀ ପକାଇ ପିଇଲେ ଏହା ଅଧିକ ଭଲ ହୋଇଥାଏ ।

 

Get real time updates directly on you device, subscribe now.