fbpx

କ’ଣ ଆପଣ ଅତ୍ୟଧିକ ମିଲ୍କ ପାଉଡର ବ୍ୟବହାର କରୁଛନ୍ତି କି? ଏହାର ଅତ୍ୟଧିକ ବ୍ୟବହାର ହେତୁ ଶରୀରରେ ହୋଇଥାଏ ଏହି ପରିବର୍ତ୍ତନ

ଆଜିକାଲି ଲୋକମାନେ କ୍ଷୀର ବଦଳରେ ପାଉଡର ମିଲ୍କକୁ ବହୁତ ବ୍ୟବହାର କରୁଛନ୍ତି । କୁହାଯାଏ ମିଲ୍କ ପାଉଡରରେ କ୍ଷୀର ପରି ପୋଷକ ତତ୍ତ୍ୱ ଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଅନୁସନ୍ଧାନ ବିଷୟରେ କହିବୁ ଯେଉଁଥିରେ କୁହାଯାଇଛି ଯେ ମିଲ୍କ ପାଉଡରକୁ ଅତ୍ୟଧିକ ବ୍ୟବହାର କରାଯିବା ଉଚିତ ନୁହେଁ କାରଣ ଏହା ଶରୀର ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ ।

ମିଲ୍କ ପାଉଡରକୁ ଅତ୍ୟଧିକ ବ୍ୟବହାର କରିବା ଉଚିତ ନୁହେଁ କାରଣ ଚିନି ପରିମାଣ ବହୁତ ଅଧିକ ଏବଂ ଏହା କୋଲେଷ୍ଟ୍ରଲ ମଧ୍ୟ ବଢ଼ାଇପାରେ । ଏହାର ଅତ୍ୟଧିକ ବ୍ୟବହାର ଦ୍ୱାରା ଜୀବାଣୁ ବୃଦ୍ଧି ମଧ୍ୟ ହୋଇପାରେ । ଆଜି ଆମେ ଏହି ଆର୍ଟିକିଲରେ ବିସ୍ତୃତ ଭାବରେ ଆଲୋଚନା କରିବା ।

କ’ଣ ମିଲ୍କ ପାଉଡର କ୍ଷୀର ବଦଳରେ ଏକ ଭଲ ରିପ୍ଲେସମେଣ୍ଟ ?
ମିଲ୍କ ପାଉଡର କ୍ଷୀରର ଏକ ଭଲ ରିପ୍ଲେସମେଣ୍ଟ କି? ଅନେକ ଘରେ ମିଲ୍କ ପାଉଡର ବହୁଳ ଭାବରେ ବ୍ୟବହୃତ ହେଉଛି । ମିଲ୍କ ପାଉଡର ହେଉଛି କ୍ଷୀରକୁ ବାଷ୍ପୀଭୂତ କରି ଏକ ଦୁଗ୍ଧ ଉତ୍ପାଦ । ସତେଜ କ୍ଷୀର ପାଇବାରେ ଅସମର୍ଥ ଲୋକମାନେ ମିଲ୍କ ପାଉଡର ବ୍ୟବହାର କରନ୍ତି । ମିଲ୍କ ପାଉଡରକୁ ଏକ ଏୟାର ଟାଇଟ୍ ପାତ୍ରରେ ରଖାଯାଏ ଯାହା ଦ୍ୱାରା ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟବହାର କରାଯାଇପାରିବ ।

ସତେଜ କ୍ଷୀର ବଦଳରେ ମିଲ୍କ ପାଉଡର ବ୍ୟବହାର କରାଯାଏ :-

ପ୍ରାୟତଃ ସ୍କିମଡ୍ ମିଲ୍କ ପାଉଡରରୁ ତିଆରି ହୋଇଥାଏ । ସେଥିପାଇଁ କିଛି ଲୋକ ପ୍ରତିଦିନ ସତେଜ କ୍ଷୀର ବଦଳରେ ମିଲ୍କ ପାଉଡର ବ୍ୟବହାର କରନ୍ତି । ମିଲ୍କ ପାଉଡର ବେବି ଫମୂର୍ଲା, କ୍ୟାଣ୍ଡି, ଚକୋଲେଟ୍ ଏବଂ ଗୁଲାବ ଜାମୁନ୍ ତିଆରିରେ ବ୍ୟବହୃତ ହୁଏ । ମିଲ୍କ ପାଉଡର ଭାରତୀୟ ମିଠା ରେ ବହୁଳ ଭାବରେ ବ୍ୟବହୃତ ହୁଏ । ଅନେକ ଲୋକ କ୍ଷୀର ବଦଳରେ ମିଲ୍କ ପାଉଡର ବ୍ୟବହାର କରନ୍ତି ।

ଅକ୍ସିଡାଇଜଡ୍ କୋଲେଷ୍ଟ୍ରଲ୍ ରହିଛି :-

ମିଲ୍କ ପାଉଡରରେ ପ୍ରଚୁର ଅକ୍ସିଡାଇଜଡ୍ କୋଲେଷ୍ଟ୍ରୋଲ୍ ଥାଏ । ଅକ୍ସିଡାଇଜଡ୍ କୋଲେଷ୍ଟ୍ରଲ୍ ଏପରି କିଛି ଯାହା ହୃଦୟର ଶିରାରେ ଲାଗିଥାଏ ଏବଂ ରକ୍ତ ପ୍ରବାହରେ ଗୁରୁତର କ୍ଷତି ଘଟାଏ । କ୍ଷୀରର ସେଲଫ ବଢ଼ାଇବା ପାଇଁ ଏହି ଉପାଦାନକୁ ମିଲ୍କ ପାଉଡରରେ ମିଶାଯାଏ । କିନ୍ତୁ ଆପଣଙ୍କ ସୂଚନା ପାଇଁ କହିବୁ କି ଏହା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ ।

Get real time updates directly on you device, subscribe now.