fbpx

ଆପଣଙ୍କ ପିଲା ସତ କହୁଛି ନା’ ମିଛ ? ଏହି ଟିପ୍ସରେ ସହଜରେ ଜାଣିପାରିବେ…

ସମସ୍ତଙ୍କ ଘରେ ଛୋଟ ପିଲା ଥା’ନ୍ତି । ଅନେକ ସମୟରେ ପିଲାମାନଙ୍କୁ କିଛି ପଚାରିଲେ ସେମାନେ ମିଛ କହିଥାନ୍ତି । ଛୋଟ ମୋଟ ଭୁଲ୍ କୁ ତ’ ଆପଣ ଅଣଦେଖା କରିପାରିବେ କିନ୍ତୁ ପିଲାଙ୍କ ମିଛ କହିବା ଅଭ୍ୟାସ ଆଗକୁ ବଢ଼ି  ଅସୁବିଧା ହୋଇପାରେ । ଏମିତିରେ ଆପଣ ଆରମ୍ଭରୁ ମିଛ କହିବା ଠାରୁ ରୋକିପାରିବେ । ଆଜି ଆମେ ଆପଣଙ୍କୁ ଏଭଳି ଟିପ୍ସ କହିବୁ, ଯାହା ଜରିଆରେ ଆପଣ ଜାଣିପାରିବେ ଯେ ଆପଣ ଆପଣଙ୍କ ପିଲା କେତେବେଳେ ଆପଣଙ୍କୁ ମିଛ କହୁଛନ୍ତି  ଏବଂ କେତେବେଳେ ସତ । ତେବେ ଆସନ୍ତୁ ଜାଣିବା କିଛି ଟିପ୍ସ ।

  • ପିଲାମାନେ ନିଜ ଚେହେରାର ଭାବନା ଲୁଚାଇପାରିନଥାନ୍ତି । ଯଦି ଆପଣ ତାଙ୍କୁ କିଛି ରାଗିକରି କହୁଛନ୍ତି ତେବେ ସେମାନଙ୍କର ମୁହଁର ସ୍ୱଭାବ ବଦଳିଯାଇଥାଏ । ତାହାଲେ ଆପଣ ବୁଝିନିଅନ୍ତୁ କିଛି ଗଡ଼ବଡ଼ ଅଛି । ଆପଣଙ୍କ ପଚାରିବାରେ ଉତ୍ତର ଦେଉଥିବେ କିନ୍ତୁ ତାଙ୍କର ଚେହେରାର ଏକ୍ସପ୍ରେସନ କିଛି ଆଉ ଇସାରା କରୁଥିବ । ଏମିତିରେ ଆପଣ ବୁଝିନିଅନ୍ତୁ ପିଲା ଆପଣଙ୍କୁ ମିଛ କହୁଛି । ଆପଣ ପିଲାଙ୍କର ବଡ଼ି ଲାଙ୍ଗୁଏଜ ଦେଖି ମଧ୍ୟ ସତ ଜାଣିପାରିବେ ।
  • ଯେତେବେଳେକି ଆପଣଙ୍କ ପ୍ରଶ୍ନର ଉତ୍ତର ସାମାନ୍ୟ ରୁ ଅଧିକ ଉଚ୍ଚ ସ୍ୱରରେ କହୁଛନ୍ତି ତେବେ ସେ ମିଛ କହୁଛନ୍ତି । ପ୍ରକୃତରେ ଉଚ୍ଚ ସ୍ୱର ଦ୍ୱାରା ପିଲା ଏହା ଜଣାଇବାକୁ ଚେଷ୍ଟା କରିଥାନ୍ତି ଯେ ସେ ଯାହାବି କହୁଛନ୍ତି ସବୁ ସତ କହୁଛନ୍ତି । ଯେତେବେଳେକି ସତ କହୁଥିବା ଲୋକ ସବୁବେଳେ ସାମାନ୍ୟ ଶବ୍ଦରେ କଥା ହୋଇଥାନ୍ତି । ଯଦି ଆପଣଙ୍କ ପ୍ରଶ୍ନର ଉତ୍ତର ପିଲା ଅଟକି ଅଟକି ଦେଉଛନ୍ତି ତେବେ ତାହାର ମିଛ କହିବାର ସଙ୍କେତ ।
  • ମନୋଚିକିତ୍ସକଙ୍କ ଅନୂଯାୟୀ ଯେତେବେଳେ କେହି ବ୍ୟକ୍ତି ମିଛ କହିଥାଏ ତେବେ ସେ ନଜର ହଟାଇବାକୁ ଲାଗିଥାନ୍ତି । ଏହି କଥା ପିଲାଙ୍କ ଉପରେ ଲାଗୁ ହୋଇଥାଏ । କିନ୍ତୁ ସେ ଜବାବ ଦେବା ସମୟରେ ଯଦି ନଜର ହଟାଉଛନ୍ତି ଏବଂ ଆପଣଙ୍କ ଆଖିରେ ଆଖି ମିଶାଇ କଥା ହେଉନାହାଁନ୍ତି ତେବେ ତାହା ମିଛ କହିବାର ସଙ୍କେତ ।
  • ସାଧାରଣତଃ ସତ କହୁଥିବା ପିଲା ଶାନ୍ତ ଭାବରେ କୌଣସି ପ୍ରଶ୍ନର ଜବାବ ଦେଇଥାନ୍ତି । କିନ୍ତୁ ଯେଉଁ ପିଲାମାନେ ମିଛ କହୁଛନ୍ତି, ତାଙ୍କର ସ୍ଥିତି ଏଭଳି ହୋଇନଥାଏ । ସେ ଜବାବ ଦେଉଥିବା ସମୟରେ ନର୍ଭସ ରହିଥାନ୍ତି ଏବଂ ବାରମ୍ବାର ବାରମ୍ବାର ନାକ, କାନ କିମ୍ବା ଆଖି କୁ ଛଇଁବାକୁ ଚେଷ୍ଟା କରିଥାନ୍ତି ।
  • ଯଦି ଆପଣଙ୍କୁ ଲାଗୁଛି ଯେ ପିଲା ମିଛ କହୁଛି ତେବେ ତାଙ୍କୁ ଗୋଟିଏ ପରେ ଗୋଟିଏ ପ୍ରଶ୍ନ କରନ୍ତୁ । ଗୋଟିଏ ଦୁଇଟି ପ୍ରଶ୍ନର ଉତ୍ତର ଦେବା ସହଜ କିନ୍ତୁ ଅନେକ ମିଛ କହିବା ସହଜ ହୋଇନଥାଏ । ଏମିିତିରେ ଆପଣ ଲଗାତାର ପ୍ରଶ୍ନ କରିବା ଦ୍ୱାରା ପିଲା ଡରି ଯାଇଥାନ୍ତି ଏବଂ ତାଙ୍କ ମୁହଁରୁ ସତ ବାହାରିଯାଇଥାଏ । ତେବେ ଯେତେବେଳେ ଆପଣଙ୍କୁ ଜଣାପଡ଼ୁଛି ଯେ ପିଲା ମିଛ କହୁଛି ତେବେ ତାଙ୍କୁ ରାଗି କରି କିମ୍ବା ଧମକାଇ ନୁହେଁ ବରଂ ସ୍ନେହର ସହ ମିଛର ଖରାପ ପ୍ରଭାବ ବିଷୟରେ କୁହନ୍ତୁ । ଏହାଦ୍ୱାରା ପିଲାଙ୍କୁ ଅନୁଶାସନକୁ ଆଣିପାରିବେ ।

Get real time updates directly on you device, subscribe now.