fbpx

ଆଇଏସଆଇଏସ ଲିଙ୍କ: ୫ ଗିରଫ

ନୂଆଦିଲ୍ଲୀ, ୧୫ା୩: ଆତଙ୍କୀ ସଙ୍ଗଠନ ଆଇଏସଆଇଏସ ଲିଙ୍କ ନେଇ ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ପକ୍ଷରୁ ୩ଟି ରାଜ୍ୟରେ ଚଢ଼ାଉ କରାଯାଇଛି । ଦିଲ୍ଲୀ, କେରଳ ଓ କର୍ଣ୍ଣାଟକର ୧୦ଟି ଜାଗାରେ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି । ଆକ୍ରମଣ ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଥିବା ଅଭିଯୋଗରେ ୫ ଜଣଙ୍କୁ ଏନଆଇଏ ଗିରଫ କରିଛି । ଏମାନେ ପାକିସ୍ତାନ ସହ ସମ୍ପର୍କରେ ଥାଇ ଭାରତ ସହ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚୁଥିଲେ । ସୋସିଆଲ ମିଡ଼ିଆ ମାଧ୍ୟମରେ ମୁସଲିମ ଯୁବକଙ୍କୁ ପ୍ରଥମେ ସଙ୍ଗଠନରେ ସାମିଲ କରାଯାଇଥାଏ । ତା’ପରେ ସେମାନଙ୍କୁ ଅନଲାଇନରେ ପ୍ରଶିକ୍ଷଣ ଦେଇ ଭାରତର ସ୍ଥାନୀୟ ଅଞ୍ଚଳରେ ହମଲା କରିବାକୁ ଉସୁକାଉଥିବା ଜଣାପଡ଼ିଛି । ଏସବୁ ଷଡ଼ଯନ୍ତ୍ର ପଛରେ ପାକିସ୍ତାନର ହାତ ରହିଥିବା ସ୍ପଷ୍ଟ ହୋଇଛି ।

Get real time updates directly on you device, subscribe now.