fbpx

ଗାଜାରୁ ଆସିଲା ଛାତି ଥରାଇ ଦେବା ଭଳି ଖବର, ମୃତ୍ୟୁ ପରେ ନିଜ ପିଲାଙ୍କୁ ଚିହ୍ନିବା ଲାଗି ସେମାନଙ୍କ ଶରୀରରେ ଟାଟୁ ବନାଉଛନ୍ତି ପିତାମାତା

ନୂଆଦିଲ୍ଲୀ:ଇସ୍ରାଏଲ ଓ ହମାସ ମଧ୍ୟରେ ଲାଗି ରହିଥିବା ଯୁଦ୍ଧରେ ସାଧାରଣ ଜନତା ବି ଶିକାର ହେବାରେ ଲାଗିଛନ୍ତି । ଜୀବନ ଓ ମୃତ୍ୟୁ ସହ ଚାଲିଥିବା ଭୟାନକ ସଂଘର୍ଷ ଭିତରେ ଗାଜାର ମାତାପତା ସେମାନଙ୍କ ପିଲାମାନଙ୍କ ଶରୀରରେ ନାମ ଖୋଦେଇ କରୁଛନ୍ତି । ଫଳରେ ଇସ୍ରାଏଲ ଆକ୍ରମଣରେ ମୃତ୍ୟୁ ଘଟିଲେ ସେମାନଙ୍କ ଚିହ୍ନଟ ହୋଇପାରିବ । ଆକଳନରୁ ଜଣାପଡିଛି କି ଏହି ଯୁଦ୍ଧରେ ୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି ।

ମିଡିଆ ରିପୋର୍ଟ ଅନୁସାରେ ପିଲାଙ୍କ ହାତ ଓ ଗୋଡରେ ଆରବୀ ଭାଷାରେ ସେମାନଙ୍କ ନାମର ଟାଟୁ କରାଯାଉଛି । କିଛି ଭିଡିଓରେ ଦେଖିବାକୁ ମିଳୁଛି ୪ ଜଣ ଶିଶୁଙ୍କର ସଂଘର୍ଷରେ ମୃତ୍ୟୁ ହୋଇଯାଇଥିବା ବେଳେ ସେମାନଙ୍କ ମୃତଦେହ ଶବଗୃହରେ ପଡି ରହିଛି । ସେମାନଙ୍କ ଗୋଡରେ ନାମ ଖୋଦା ହୋଇଥିବାର ଦେଖିବାକୁ ମିଳୁଛି । ତେବେ ଏହି ପିଲାଙ୍କ ମାତାପିତା ଜୀବିତ ଅଛନ୍ତି କି ନା ଏହା ସ୍ପଷ୍ଟ ହୋଇନାହିଁ ।

ତେବେ ବର୍ତ୍ତମାନର ପରିସ୍ଥିତିରେ ଏହି ପ୍ରକ୍ରିୟା ବହୁତ ସାଧାରଣ ହୋଇଯାଇଛି । ଭିଡିଓରେ ଦେଖିବାକୁ ମିଳୁଛି ହସ୍ପିଟାଲରେ ବହୁ ସଂଖ୍ୟାରେ ରୋଗୀ ପହଞ୍ଚୁଛନ୍ତି । ଶିଶୁଙ୍କ ସହିତ ବହୁ ଗୁରୁତର କରିଡରରେ ଚିକତ୍ସା ଲାଗି ପଡି ରହିଛନ୍ତି ।

Get real time updates directly on you device, subscribe now.