fbpx

ମହାନଦୀ ଟ୍ରିବ୍ୟୁନାଲରେ ଇସ୍ୟୁ ଫ୍ରେମ, ଅଗଷ୍ଟ ୮ରେ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ୱର,୧୧ ।୭(ଓଡିଶା ଭାସ୍କର): ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ଶେଷ ହୋଇଛି । ବାରମ୍ବାର ବିଫଳ ହେବାରୁ ମହାନଦୀ ଜଳ ବିବାଦ ନେଇ ଇସ୍ୟୁ ଫ୍ରେମ କରିଛନ୍ତି ଟ୍ରିବ୍ୟୁନାଲ । ସବୁ ପକ୍ଷର ଦାବି ଶୁଣିବା ପରେ ୪୦ରୁ ୪୫ଟି ଇସ୍ୟୁ ଫ୍ରେମ ହୋଇଛିି । ଓଡିଶା, ଛତିଶଗଡ, ଝାଡଖଣ୍ଡ ଓ ମହାରାଷ୍ଟ୍ର ପକ୍ଷ ରଖିଥିଲେ । ଓଡିଶା ସରକାରଙ୍କ ପକ୍ଷରୁ ଆଜି କିଛି ଅତିରିକ୍ତ ଡକ୍ୟୁମେଣ୍ଟ ଦାଖଲ କରାଯାଇଥିଲା । ଏହା ସହ ଓଡିଶା ପକ୍ଷରୁ ୨୮ଟି ପ୍ରସଙ୍ଗରେ ବିଚାର କରିବାକୁ ଦାବି ହୋଇଥିଲା ।

ଅନ୍ୟପଟେ ଛତିଶଗଡ କେନ୍ଦ୍ରଠୁ କିଛି ଡକ୍ୟୁମେଣ୍ଟ ଚାହିଁବାରୁ ନୋଟିସ କରିଛି । ଓଡିଶା ଓ ଛତିଶଗଡକୁ ପରସ୍ପରର ଡକ୍ୟୁମେଣ୍ଟ ଯାଞ୍ଚ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଶୁଣାଣି ବେଳେ ଯଦି କିଛି ଇସ୍ୟୁ ଆସେ, ତାହା ମଧ୍ୟ ଫ୍ରେମ କରାଯିବ । ତେବେ ଆସନ୍ତା ଅଗଷ୍ଟ ୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ । ତେବେ ଛତିଶଗଡ ୨୧ଟି ପ୍ରସଙ୍ଗରେ ଶୁଣାଣି ପାଇଁ ଦାବି କରିଥିଲା ।

Get real time updates directly on you device, subscribe now.