fbpx

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି : ଓଟିଟି ପ୍ଲାଟଫର୍ମରେ ତମାଖୁ ଚେତାବନୀ ଦେଖାଇବା ବାଧ୍ୟତାମୂଳକ

ନୂଆଦିଲ୍ଲୀ : ତମାଖୁ-ବିରୋଧୀ ଚେତାବନୀ ରହିବା ଆବଶ୍ୟକ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗାଇଡ୍ ଲାଇନରେ କୁହାଯାଇଛି । ଏଣିକି ବାଧ୍ୟତାମୂଳକ ଭାବରେ ତମାଖୁ ଚେତାବନୀ ଦେଖାଇବେ ସବୁ ଓଟିଟି ପ୍ଲାଟଫର୍ମ । ଆଉ ଯଦି କେହି ଓଟିଟି ପ୍ଲାଟଫର୍ମ ଏହି ନିୟମର ଖିଲାପ କରନ୍ତି, ତେବେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ବୁଧବାର ଓଟିଟି ପ୍ଲାଟଫର୍ମକୁ ନେଇ ଏହି ନୂଆ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର ।

ନୂଆ ଗାଇଡଲାଇନ ଅନୁଯାୟୀ, ଏଣିକି ଓଟିଟି ପ୍ଲାଟଫର୍ମରେ କୌଣସିବି କଣ୍ଟେଣ୍ଟ ବା କାର୍ଯ୍ୟକ୍ରମର ଆରମ୍ଭରେ ଏବଂ ମଝିରେ ତମାଖୁ ଚେତାବନୀ ଦେଖାଇବାକୁ ହେବ । ଏହା ସବୁ ପ୍ଲାଟଫର୍ମ ପାଇଁ ବାଧ୍ୟତାମୂଳକ, ଆଉ ଯଦି ଏହି ନିୟମ ନମାନନ୍ତି ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ଏନେଇ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି । ସୂଚନାଥାଉକି, ଏପର୍ଯ୍ୟନ୍ତ ଦେଶରେ କେବଳ ଫିଲ୍ମ କିମ୍ବା ଟିଭି ଶୋ’ରେ ତମାଖୁ ଚେତାବନୀ ଦେଖାଇବା ନିୟମ ପାଳନ କରାଯାଉଛି । କିନ୍ତୁ ଓଟିଟି ପ୍ଲାଟଫର୍ମକୁ ନେଇ କୌଣସି ନିୟମ ନଥିଲା । ହେଲେ ଏବେ ଜାରି ହୋଇଥିବା ନୂଆ ମାର୍ଗଦର୍ଶିକା ଅନୁଯାୟୀ କାର୍ଯ୍ୟକ୍ରମରେ ଆରମ୍ଭରେ ଏବଂ ମଧ୍ୟରେ ତମାଖୁ ସହ ଜଡ଼ିତ ସତର୍କତାମୂଳକ ଚେତାବନୀ ଦେଖାଇବାକୁ ହେବ ।

ରିପୋର୍ଟ ଅନୁଯାୟୀ, ଓଟିଟି ପ୍ଲାଟଫର୍ମରେ ଦେଖାଯାଉଥିବା କଣ୍ଟେଣ୍ଟରେ ତମାଖୁ ଉତ୍ପାଦର ବ୍ୟବହାର ନେଇ ଅନେକ ଅଭିଯୋଗ ହୋଇଥିଲା । ଯାହା ପରେ ଏ ସଂକ୍ରାନ୍ତରେ ଆଲୋଚନା କରାଯିବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହି ନିୟମ ଅନୁଯାୟୀ, ଓଟିଟି ପ୍ଲାଟଫର୍ମରେ ମଧ୍ୟ କାର୍ଯ୍ୟକ୍ରମରେ ତମାଖୁ ଉତ୍ପାଦ ପ୍ରଦର୍ଶନ ସମୟରେ ସ୍କ୍ରିନ୍ରେ ତମାଖୁ ସତର୍କତା ପ୍ରଦର୍ଶନ କରାଯିବ ।

କାର୍ଯ୍ୟକ୍ରମ ପ୍ରସାରଣ ସମୟରେ ତମାଖୁ ଉତ୍ପାଦ କିମ୍ବା ସେଗୁଡ଼ିକର ବ୍ୟବହାର ସମ୍ବନ୍ଧୀୟ ଦୃଶ୍ୟ ପ୍ରଦର୍ଶନ ଚାଲିଥିବା ବେଳେ ସ୍କ୍ରିନର ତଳଭାଗରେ ‘ଓଟିଟି’ ପ୍ଲାଟଫର୍ମମାନେ ତମାଖୁ-ବିରୋଧୀ ସ୍ୱାସ୍ଥ୍ୟ ଚେତାବନୀକୁ ସୁସ୍ପଷ୍ଟ ବୈଧାନିକ ସତର୍କତା ବାର୍ତ୍ତା ମଧ୍ୟ ପ୍ରଦର୍ଶନ କରିବା ଉଚିତ ବୋଲି ଉକ୍ତ ବିଜ୍ଞପ୍ତିରୁ ଉଦ୍ଧାର କରି ‘ପିଟିଆଇ’ ରିପୋର୍ଟ କହିଛି । ସୂଚନାଯୋଗ୍ୟ, ସମ୍ପ୍ରତି ‘ଓଟିଟି’ ପ୍ଲାଟଫର୍ମର ଲୋକପ୍ରିୟତା ବୃଦ୍ଧି ପାଇଛି ଏବଂ ଏହା ଜନସାଧାରଣଙ୍କୁ, ବିଶେଷକରି ନାବାଳକମାନଙ୍କୁ ବିଶେଷ ପ୍ରଭାବିତ କରୁଥିବାରୁ ସ୍ୱାସ୍ଥ୍ୟ ବିଭାଗ ଏପରି ପଦକ୍ଷେପ ଗ୍ରହଣ କରିଛି ।

Get real time updates directly on you device, subscribe now.